Sunday, June 28, 2026 10:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଇଦିନ ଭିତରେ ମେଣ୍ଟ ଘୋଷଣା !

ଗୁଜବ ଏବଂ ମିଛକଥା, ରାଜନୀତିରେ ସବୁଠୁ ଖରାପ: ନବୀନ

by Our Correspondent
09 Mar, 2024- 11:54 PM
in Latest News, News, Politics
1 min read
0
ଦୁଇଦିନ ଭିତରେ ମେଣ୍ଟ ଘୋଷଣା !

ଭୁବନେଶ୍ୱର: ଦୁଇଦିନ ଭିତରେ ଆନୁଷ୍ଠାନିକ ଭାବେ ବିଜେଡି-ବିଜେପି ମେଣ୍ଟ ଘୋଷଣା ହୋଇଯିବ । ଦିଲ୍ଲୀରେ ଏହାର ଘୋଷଣା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ବିଜେଡି-ବିଜେପି ମେଣ୍ଟ ନେଇ କଥାବାର୍ତ୍ତା ସରିଯାଇଥିବା ଉଭୟ ଦଳର କସରତ ଏବଂ ମତ ମନ୍ତବ୍ୟରୁ ସ୍ପଷ୍ଟ ହୋଇସାରିଛି । ଗତ ୪ ଦିନ ଧରି ଚାଲିଥିବା କସରତ୍ ସମ୍ପର୍କରେ ଦୁଇଦଳର ବରିଷ୍ଠ ନେତୃବର୍ଗଙ୍କ ସମେତ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ପାଖରେ ଖବର ଅଛି । ୬ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ବିଜେପି କୋର୍ କମିଟି ବୈଠକରେ ଉପସ୍ଥିତ ଥିବା ଜୁଏଲ୍ ଓରାମ୍ ମେଣ୍ଟ ଉପରେ ଚର୍ଚ୍ଚା ହୋଇଥିବା ଗଣମାଧ୍ୟମକୁ ଜଣାଇଥିଲେ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ କମିଟି ନେବ ବୋଲି ସେ କହିଥିଲେ ।

ମାତ୍ର ଗତକାଲି ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ମେଣ୍ଟ ପ୍ରଶ୍ନ ସତେ ଯେମିତି ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ଭୁବନେଶ୍ୱର ଆସିଥିବା ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ମଧ୍ୟ ମନମୋହନଙ୍କ ପାଳି ଧରିଛନ୍ତି । ମେଣ୍ଟ ନେଇ କୌଣସି ଚର୍ଚ୍ଚା ଆଲୋଚନା ହୋଇନାହିଁ ବୋଲି ଉଭୟ ସିଧାସଳଖ ମନ୍ତବ୍ୟ ଦେଇଛନ୍ତି । ବିଜେପି ଏକାକୀ ୧୪୭ ଯାକ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ଲଢ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ।

ଉଭୟ ସବୁ ଜାଣି ଏବଂ ସବୁ ନିଷ୍ପତ୍ତିରେ ଥାଇ ମଧ୍ୟ କର୍ମୀଙ୍କ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ଏଭଳି କଞ୍ଚା ମିଛ କହିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଅବଶ୍ୟ ସେମାନଙ୍କ କଥାର ସତ୍ୟତା ଦୁଇଦିନ ଭିତରେ ଜଣାପଡ଼ିଯିବ ।

ଏପଟେ, ମେଣ୍ଟ ଦ୍ୱନ୍ଦକୁ ନେଇ ବିଜେଡି ନେତୃବର୍ଗ ଚୁପ୍ ରହିଥିବା ବେଳେ ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମଧ୍ୟରେ ଏକ ଭିଡିଓ କଥାବାର୍ତ୍ତା ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ପଚାରୁଛନ୍ତି- ସାର୍, ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ? ମୁଖ୍ୟମନ୍ତ୍ରୀ କହୁଛନ୍ତି- ଗୁଜବ ଏବଂ ମିଛ କଥା । ପାଣ୍ଡିଆନ୍ ହସି ହସି ଏହାକୁ ପାଳି ଧରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ଉଭୟଙ୍କ ଏହି କଥାବାର୍ତ୍ତାର ପୃଷ୍ଠଭୂମି କ’ଣ ଏବଂ କାହା ଉଦେ୍ଦଶ୍ୟରେ ଏହା କୁହାଯାଉଛି, ତାହା ହିଁ ସବୁଆଡ଼େ ଚର୍ଚ୍ଚାର ବିଷୟବସ୍ତୁ ।

Previous Post

ମିଶନ ଶକ୍ତି ସିଏସଏସଙ୍କ ପ୍ରୋତ୍ସାହନ ରାଶି ବଢ଼ିଲା

Next Post

ଅନୁଦାନପ୍ରାପ୍ତ ବେସରକାରୀ କଲେଜ ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍

Next Post
ଅନୁଦାନପ୍ରାପ୍ତ ବେସରକାରୀ କଲେଜ ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍

ଅନୁଦାନପ୍ରାପ୍ତ ବେସରକାରୀ କଲେଜ ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA