Thursday, June 25, 2026 02:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧରାପଡିଲା ‘ପରୀ’ ହତ୍ୟାକାରୀ

by Our Correspondent
20 Dec, 2020- 07:51 PM
in Crime, Latest News, News
1 min read
0
ଧରାପଡିଲା ‘ପରୀ’ ହତ୍ୟାକାରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ‘ପରୀ’ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ଗିରଫ ଅଭିଯୁକ୍ତ ସେହି ଯଦୁପୁର ଗାଁର ବୋଲି ଏସଆଇଟି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ରେ ସ୍ପଷ୍ଟ କରାଯାଇଛି । ହେଲେ ଅଭିଯୁକ୍ତର ନାଁ ପ୍ରକାଶ କରାଯାଇନାହିଁ । ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬(ଏ), ୩୭୬(ଏବି), ୩୬୪, ୩୦୨,୨୦୧ ଦଫା ଏବଂ ପୋକସୋ ଆକ୍ଟର ଧାରା ୬ ରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ନୟାଗଡ଼ ପୋକସୋ କୋର୍ଟରେ ତାକୁ ହାଜର କରାଯିବ ।

ଗିରଫ ଅଭିଯୁକ୍ତ କିଏ ତାହା ଏସଆଇଟି ଜଣାଇ ନ ଥିଲେ ମଧ୍ୟ ୧୭ ବର୍ଷୀୟ ସରୋଜ ସେଠୀଙ୍କ ଉପରକୁ ସମସ୍ତଙ୍କ ନଜର ଯାଇଛି । କାରଣ ସରୋଜ, ତା ବୋଉ ଓ ଭଉଣୀଙ୍କୁ ଗତକାଲି ଏସଆଇଟି ଟିମ୍ ଯଦୁପୁର ଗାଁରୁ ଉଠାଇ ନେଇଥିଲା । ଭୁବନେଶ୍ୱରରେ ପଲିଗ୍ରାଫ୍ ଟେଷ୍ଟ ପରେ ମାଆ ଓ ଭଉଣୀଙ୍କୁ ରାତିରେ ଛାଡ଼ି ଦେଇଥିଲେ ମଧ୍ୟ ସରୋଜଙ୍କୁ ଅଟକ ରଖିଥିଲା ଏସଆଇଟି ।

ପରୀର ପଡୋଶୀ ହେଉଛି ସରୋଜ । କଲେଜରେ ପଢ଼ୁଥିବା ସରୋଜ ପରୀ ଅପହରଣର ପୂର୍ବଦିନ ତାଙ୍କ ଘରକୁ ଯାଇଥିବାରୁ ପ୍ରଥମରୁ ଏସଆଇଟିର ସନ୍ଦେହ ପରିସରକୁ ଆସିଥିଲା । ତାକୁ ଆଣି ବାରମ୍ବାର ପଚରାଉଚୁରା କରିଥିଲା । ତେବେ ହାଇକୋର୍ଟରେ ଜଉମୁଦା ଲଫାପାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ଏବଂ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିବା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସରୋଜ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିଥିଲା ।

କୁଆଡେ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚି ପରୀକୁ ହତ୍ୟା କରିଥିବା ମାନିବାକୁ ବାଧ୍ୟ କରିଥିଲେ । ସମୟ ଆସିଲେ ବୋଥ୍ରାଙ୍କୁ ତଡ଼ି ତଡ଼ି ପିଟିବେ ବୋଲି ମଧ୍ୟ ଏହି ନାବାଳକ ଗଣମାଧ୍ୟମ ସାମ୍ନାରେ କହିବାକୁ ସାହାସ କରିଥିଲା । ତେବେ ୫ ଲକ୍ଷ ଟଙ୍କା ଯାଚିବା ଘଟଣା ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତହୀନ ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସ୍ପଷ୍ଟୀକରଣ ଦେଇଥିଲେ ।

ସୂଚନାଯୋଗ୍ୟ, ନୟାଗଡ଼ଠାରୁ ମାତ୍ର ୩ କିମି ଦୂର ଯଦୁପୁର ଗାଁର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ‘ପରୀ’ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ ତାରିଖରେ ତାଙ୍କ ବାରିପଟ ପୋଖରୀ କୂଳରୁ ଏକ ଅଖାରୁ ଗଳିତ ଶବ ମିଳିଥିଲା । ସେଥିରେ ମାଂସ ନ ଥିଲା । ଥିଲା କେଇଖଣ୍ଡ ହାଡ଼ ଏବଂ ଖପୁରୀ । ନୟାଗଡ଼ ପୁଲିସ ଏହି ମାମଲାର ତଦନ୍ତ କରିଥିଲେ ମଧ୍ୟ ନିଜର ଅପରାଗତା ଦେଖାଇଥିଲା ।

ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଏସଆଇଟି ଟିମ୍ କୁ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ନଭେମ୍ବର ୨୯ ତାରିଖରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା ।

ମାତ୍ର ୩ ସପ୍ତାହ ମଧ୍ୟରେ ପରୀ ହତ୍ୟାକାରୀକୁ ଚିହ୍ନଟ କରି ଗିରଫ କରିବା କ୍ରାଇମବ୍ରାଞ୍ଚ ଏସଆଇଟି ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ତେବେ ତଦନ୍ତ ଚାଲିଛି ବୋଲି ଏସଆଇଟି ପକ୍ଷରୁ କୁହାଯାଇଥିବାରୁ ମାମଲାରେ ଆଉ କାହାରି ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Previous Post

କେନ୍ଦ୍ରାପଡ଼ା ଜିଲ୍ଲାରେ ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ

Next Post

କେନ୍ଦ୍ର ଅବହେଳା ବିରୋଧରେ ପୁଣି ଯୁଦ୍ଧ ଡାକରା

Next Post
କେନ୍ଦ୍ର ଅବହେଳା ବିରୋଧରେ ପୁଣି ଯୁଦ୍ଧ ଡାକରା

କେନ୍ଦ୍ର ଅବହେଳା ବିରୋଧରେ ପୁଣି ଯୁଦ୍ଧ ଡାକରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA