Wednesday, April 29, 2026 12:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

ନବ ଦାସ ହତ୍ୟା ମାମଲା

by Our Correspondent
10 Mar, 2023- 06:35 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

ଭୁବନେଶ୍ୱର: ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭା ଅଚଳ ହୋଇଯାଇଛି । ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡକୁ ୪୧ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବାରେ କ୍ରାଇମବ୍ରାଞ୍ଚର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ଓ କଂଗ୍ରେସ ଆକ୍ରମଣ କରିଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପ୍ରବଳ ହଟ୍ଟଗୋଳ କରିବାରୁ ବିଧାନସଭା ଚାଲିପାରିନାହିଁ ।

ସକାଳ ସାଢ଼େ ୧୦ଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ହୋହଲ୍ଲା ହଟ୍ଟଗୋଳ କରିଥିଲେ । ନବ ଦାସ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ସେମାନେ ପ୍ରଶ୍ନ କରିବା ସହ ହତ୍ୟା ପଛର ଉଦେ୍ଦଶ୍ୟକୁ ସରକାର ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ଏଥିପାଇଁ ସେମାନେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ତାଙ୍କର ଇସ୍ତଫା ଦାବି କରିଥିଲେ । ବିରୋଧୀଙ୍କ ନାରାବାଜି ଯୋଗୁଁ ବାଚସ୍ପତି ବିକ୍ରମ ଆରୁଖ ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଗୃହରେ ଅନୁରୂପ ସ୍ଥିତି ଦେଖାଦେବାରୁ ଗୃହ ଚାଲିବା ସମ୍ଭବ ହୋଇ ନ ଥିଲା ।

ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗଣମାଧ୍ୟମ ଆଗରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ନବ ଦାସଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି । ମାତ୍ର କ୍ରାଇମବ୍ରାଞ୍ଚ ଏହି ଦିଗକୁ ନ ଯାଇ ମାମଲାକୁ ରଫାଦଫା କରିଦେବାକୁ ବସିଥିବା ସେମାନେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଚେତକ ତାରାପ୍ରସାଦ ବାହିନିପତୀ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କୁ ଅପାରଗର ଆଖ୍ୟା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ତଦନ୍ତକୁ ଠିକଣା ଦିଗରେ ନେଇ ହତ୍ୟା ଷଡ଼ଯନ୍ତ୍ରର ଗୁମର ନ ଖୋଲିଲା ପର୍ଯ୍ୟନ୍ତ ସେମାନେ ଶାନ୍ତ ପଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଭିମୁଖ୍ୟରୁ ସ୍ପଷ୍ଟ ହେଉଥିଲା ।

ସୂଚନାଯୋଗ୍ୟ, ସମୟ ଗଡ଼ିବା ସହିତ ନବ ଦାସ ହତ୍ୟା ମାମଲାରେ ବିରୋଧୀମାନେ ଷଡ଼ଯନ୍ତ୍ରର ନୂଆ ନୂଆ ଥିଓରୀ ବାହାର କରୁଥିଲା ବେଳେ ଶାସକ ଦଳ ବିଜେଡି ଏହାକୁ କାଉଣ୍ଟର କରି ତଦନ୍ତର ସ୍ୱଚ୍ଛତାକୁ ଦର୍ଶାଇବାକୁ ଚାହୁଁଛନ୍ତି । ଏହାକୁ ନେଇ ବିଧାନସଭା ଓ ବିଧାନସଭା ବାହାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି । ଏହି ରାଜନୀତି ତାତିରେ କ୍ରାଇମବ୍ରାଞ୍ଚ ତଦନ୍ତର ଥଳକୂଳ ଚାପି ହୋଇଯାଇଛି । ବିରୋଧୀ ଦଳର ସନ୍ଦେହ ମୋଚନ ପାଇଁ କ୍ରାଇମବ୍ରାଞ୍ଚର ତତ୍ପରତା ଦେଖିବାକୁ ମିଳୁନାହିଁ ।

ରାଜନୈତିକ ଦୃଷ୍ଟିକୋଣରୁ ନବ ଦାସ ହତ୍ୟା ମାମଲା ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ଏହା ରାଜ୍ୟ ସରକାରଙ୍କ ବିରୋଧରେ ଭଲ ଅସ୍ତ୍ର ହୋଇଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ରଙ୍କ ଆକ୍ରମଣାତ୍ମକ ଭଙ୍ଗୀ ମାମଲାକୁ ଜଟିଳ କରିଦେଇଛି । ଦିବଙ୍ଗତ ନବ ଦାସଙ୍କ ପରିବାର ପକ୍ଷରୁ ତାଙ୍କ ଝିଅ ଦୀପାଳି ଦାସ ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି ବିବୃତି ଦେଇଛନ୍ତି । ଏଣୁତେଣୁ ଅଭିଯୋଗ ଆଣି ତାଙ୍କ ବାପାଙ୍କ ଚରିତ୍ର ସଂହାର ନ କରିବାକୁ ନିବେଦନ କରିଛନ୍ତି । ମାତ୍ର ବିରୋଧୀ ଦଳଙ୍କୁ ଏହା ପ୍ରଭାବିତ କରିନାହିଁ । ରାଜ୍ୟର ଜଣେ ମନ୍ତ୍ରୀଙ୍କ ହତ୍ୟା ମାମଲାକୁ ବ୍ୟକ୍ତିଗତ ସ୍ତରରେ ସୀମିତ ରଖିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି ।

Previous Post

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

Next Post

ଦିବଙ୍ଗତ ନେତା ନବ ଦାସଙ୍କୁ ନିନ୍ଦିତ ନ କରିବାକୁ ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ

Next Post
ଦିବଙ୍ଗତ ନେତା ନବ ଦାସଙ୍କୁ ନିନ୍ଦିତ ନ କରିବାକୁ ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ

ଦିବଙ୍ଗତ ନେତା ନବ ଦାସଙ୍କୁ ନିନ୍ଦିତ ନ କରିବାକୁ ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA