Wednesday, April 22, 2026 01:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡିଶାର ସମବାୟ ବ୍ୟବସ୍ଥାକୁ ୟୁରୋପରେ ପ୍ରଶଂସା

by Our Correspondent
11 Jul, 2023- 09:59 PM
in Latest News, News
1 min read
0
ଓଡିଶାର ସମବାୟ ବ୍ୟବସ୍ଥାକୁ ୟୁରୋପରେ ପ୍ରଶଂସା

ଭୁବନେଶ୍ୱର: : ଓଡିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ରୁଦ୍ଧିମନ୍ତ କରିଛି । ରାଜ୍ୟର ସଫଳ ସମବାୟ ବ୍ୟବସ୍ଥା ଅନ୍ତର୍ଜାତୀୟ ଫୋରମ୍ ରେ ଅନ୍ୟ ଦେଶମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ବେଲଜିୟମର ଲିୟୁଭେନ୍ ଠାରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର୍ ଗ୍ଲୋବାଲ ଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀ ଅନୁଷ୍ଠିତ ହେଉଛି । ୧୦ ତାରିଖରେ ଉଦଘାଟନୀ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ପ୍ରତିନିଧିମାନେ ସମବାୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ଉଦାହରଣ ଭାବେ ଗ୍ରହଣ କରିଥିଲେ । 

ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ସମବାୟ କ୍ଷେତ୍ରରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମବାୟ ହେଉଛି ସବୁଠାରୁ ପ୍ରଭାବୀ ମାଧ୍ୟମ । ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀ , ଅବହେଳିତ ଓ ବଞ୍ଚିତ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ଏହା ବିଶେଷ ଫଳପ୍ରଦ ।

ରାଜ୍ୟରେ ଥିବା ପାକ୍ସ ଓ ଲ୍ୟାମ୍ପ୍ସ ଚାଷୀମାନଙ୍କ କୃଷି ଉତ୍ପ।ଦକୁ ମର୍କେଟିଂ ସୁବିଧା ଦେବା ଯୋଗାଇ ଦେବା ପାଇଁ ଅଭିପ୍ରେତ । କେନ୍ଦ୍ର ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରି ଥାଆନ୍ତି । ରାଜ୍ୟ ସରକାରଙ୍କ ପ୍ରାଇସ୍ ସପୋର୍ଟ ଯୋଜନା ମାଧ୍ୟମରେ ସେମାନେ ଧାନ ବିକ୍ରୟରେ ସହାୟତା ଯୋଗାଇ ଦେଇଥାନ୍ତି । ଡାଲି ଜାତୀୟ ଫସଲ ଓ ତୈଳବୀଜ ଆଦି କୃଷି ଉତ୍ପାଦ ଗୁଡିକ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦରରେ ବିକ୍ରୟ ହୋଇ ପାରୁଛି ।

ଖାଦ୍ୟ ଶସ୍ୟ କ୍ଷେତ୍ରରେ ଆଜି ଓଡିଶା ଦେଶର ଏକ ବଳକା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଡିକୁ ଏହା ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ସକ୍ଷମ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରୟାସକୁ  ପ୍ରଶଂସା କରାଯାଇଛି । ଖାଦ୍ୟ ସଂଗ୍ରହ ଓ ଖାଦ୍ୟ ସୁରକ୍ଷା ପ୍ରଣାଳୀ କ୍ଷେତ୍ରରେ ସମବାୟର ସଦ୍ଉପଯୋଗ ଆମ ରାଜ୍ୟର ଏକ ଅନନ୍ୟ ବ୍ୟବସ୍ଥା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।

ଓଡିଶାର ସମବାୟ ଆନ୍ଦୋଳନ ୟୁ.କେ ଏବଂ ଅନ୍ୟ ୟୁରୋପିୟ ଦେଶର ସମବାୟ ଆନ୍ଦୋଳନ ଦ୍ୱାରା ପ୍ରଭାବିତ । କୁଳବୃଦ୍ଧ ମଧୁସୂଦନ ଦାସ ୧୮୯୮ ମସିହାରେ ରାଜ୍ୟର ପ୍ରଥମ ସମବାୟ ସଂସ୍ଥା ପ୍ରତିଷ୍ଠା କରିଥିଲେ । ରୋଚଡେଲ ଭ୍ରାତୃବର୍ଗଙ୍କ ସମବାୟ ସଂସ୍ଥାକୁ ପରିଦର୍ଶନ କଲାପରେ ସେ ଅନୁପ୍ରେରିତ ହୋଇ ଓଡିଶାରେ ସମବାୟ ସଂସ୍ଥା ଆରମ୍ଭ କରିଥିଲେ ।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ସମବାୟ ସଂସ୍ଥା ଗୁଡିକ କୃଷି ଭିତିକ ଓ ଅନ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବା ଦିଗରେ ନିର୍ଣ୍ଣାୟକ ଭୁମୁକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ରାଜ୍ୟର ସମବାୟ ମାଧ୍ୟମରେ ସମୃଦ୍ଧି ହାସଲ ଓ ଉତ୍ତମ ପ୍ରଶାସନ ନିମନ୍ତେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । କମ୍ପ୍ୟୁଟରାଇଜେସନ , ଡିଜିଟାଇଜେସନ୍ , ସମବାୟ ଋଣ ବ୍ୟବସ୍ଥା ,ପାକ୍ସ୍ ଗୁଡିକୁ ଏକକ ବିପଣୀ , ନୂଚନ ପାକ୍ସ ଓ ଲାମ୍ପସ୍ ସୃଷ୍ଟି , କୃଷି ଉତ୍ପାଦ ସଂଗ୍ରହ , ସମବାୟ ସହାୟ ବ୍ୟବସ୍ଥା , ଦକ୍ଷତା ବୃଦ୍ଧି ଓ ସ୍ବତନ୍ତ୍ର ସମବାୟ ନୀତି ପ୍ରଣୟନ ଆଦି ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସଂପର୍କରେ ଅବଗତ କରାଇଥିଲେ ।

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ।

Previous Post

ଲୋକଙ୍କୁ ଭେଟି ଅଭିଯୋଗ ଶୁଣିବାକୁ ମୋ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି: ମୁଖ୍ୟମନ୍ତ୍ରୀ

Next Post

ଗୁପ୍ତେଶ୍ୱର ପୀଠ ପାଇଁ ୨୦ କୋଟି

Next Post
ଗୁପ୍ତେଶ୍ୱର ପୀଠ ପାଇଁ ୨୦ କୋଟି

ଗୁପ୍ତେଶ୍ୱର ପୀଠ ପାଇଁ ୨୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA