Tuesday, May 13, 2025 12:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟ୍ ବିରୋଧରେ ପୁଣି ମାତିଲା ଓଟିଭି!

ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା

by Our Correspondent
02 May, 2025- 01:46 PM
in Latest News, Media, News
1 min read
3
କିଟ୍ ବିରୋଧରେ ପୁଣି ମାତିଲା ଓଟିଭି!

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ପ୍ରୀଶା ଶାହ ଏବଂ ନେପାଳ ବୀରଗୁଞ୍ଜରେ ଘର । ବି.ଟେକ(କମ୍ପ୍ୟୁଟର ସାଇନ୍ସ) ପ୍ରଥମ ବର୍ଷର ସେ ଥିଲେ ଛାତ୍ରୀ । ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ-୪ ରେ ରହୁଥିବା ଏହି ଛାତ୍ରୀଙ୍କର ମୃତଦେହ ଗୁରୁବାର ସଂଧ୍ୟାରେ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ୍ ରୁ ମିଳିଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ନିଜେ କମିସନର ଏସ. ଦେବଦତ୍ତ ସିଂହ, ଡିସିପି ଜଗମୋହନ ମୀନା କ୍ୟାମ୍ପସ୍ ରେ ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ କମିସନର ଗଣମାଧ୍ୟମକୁ ସ୍ପଷ୍ଟ କରିଥିଲେ । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏମସରେ ତାଙ୍କ ମୃତଦେହ ରଖାଯାଇଛି ଏବଂ ଆଜି ତାଙ୍କ ଘର ଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହେବ ।

ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଏକ ପ୍ରେସ୍ ନୋଟ୍ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ମୃତ ଛାତ୍ରୀଙ୍କ ବାପାମାଆଙ୍କୁ କିଟ୍ କର୍ତ୍ତୃପକ୍ଷ ତୁରନ୍ତ ଦୁଃଖଦ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଖବର ପାଇଲା ମାତ୍ରେ ପୁଲିସ କମିସନର ଏବଂ ଆରଡିସି ଘଟଣାସ୍ଥଳରେ ପହଞ୍ଚି ଥିଲେ । କେଉଁ ଭଳି ପରିସ୍ଥିତିରେ ଏଭଳି ଦୁଃଖଦ ଘଟଣା ଘଟିଲା ତାହାର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ପ୍ରମାଣ ଯୋଗାଡ଼ ପାଇଁ ଫରେନସିକ ଟିମ୍ ସେଠାରେ ଅଛନ୍ତି । ମୃତ ଛାତ୍ରୀଙ୍କ ଶୋକସନ୍ତପ୍ତ ପରିବାରକୁ ରାଜ୍ୟ ସରକାର ସମବେଦନା ଜଣାଇବା ସହ ସମର୍ଥନର ହାତ ବଢ଼ାଇଛନ୍ତି ।

ଗଣମାଧ୍ୟମରେ ପୁଲିସ କମିସନରଙ୍କ ବୟାନ ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ନୋଟ୍ ଜାରି ପରେ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା କି ପୁଲିସ ତଦନ୍ତକୁ ନେଇ କୌଣସି ସନ୍ଦେହର ଅବକାଶ ରହିବା କଥା ନୁହେଁ । ବାକି ରହିଲା ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କର କ’ଣ ସନ୍ଦେହ? ଛାତ୍ରୀଜଣଙ୍କ କାହିଁକି ଆତ୍ମହତ୍ୟା କଲେ? ପୁଲିସ ଛାନଭିନ୍ କରି ତାହା ପଦାକୁ ଆଣିବ ବୋଲି ଆଶା କରାଯାଉଛି ।

ମାତ୍ର ଏହି ଘଟଣାକୁ ନେଇ ଓଟିଭି ବାଲା ଅଣ୍ଟାରେ ଗାମୁଛା ଭିଡ଼ି ଆଗକୁ ଡେଇଁପଡ଼ିଛନ୍ତି । ଟିଭି ସ୍କ୍ରିନ୍ ରେ ପହଲଗାମ୍ ବଦଲା ଖବର ଜାଗାରେ କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଖବର ସ୍ଥାନ ପାଇଛି । ତୁହାକୁ ତୁହା ବିଗ୍ ବ୍ରେକିଂ ଖବରରେ ପରଦା ଫାଟି ପଡୁଛି । ରିପୋର୍ଟରମାନେ ମାଳ ମାଳ ପ୍ରଶ୍ନ ଧରି ବୁଲୁଛନ୍ତି । ମେଞ୍ଚା ମେଞ୍ଚା ପ୍ରଶ୍ନରେ ସେମାନଙ୍କ ମନ ଆନ୍ଦୋଳିତ ହେଉଛି । କାଲି ରାତିରୁ ସେମାନଙ୍କ ନିଦ ହଜିଯାଇଛି । କ’ଣ ହୋଇଗଲା ସତେ!!

ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରି ଦିଆଯାଇଛି?

କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିର୍ଯ୍ୟାତନା ଦେଉ ନ ଥିଲେ ତ?

ଡେଡ୍ ବଡି ତାଙ୍କ ରୁମ୍ ରୁ କେତେବେଳ ଉଠିଲା?

ଡେଡ୍ ବଡି କିଏ ଉଠାଇଲା?

ପୋଷ୍ଟମର୍ଟମ୍ ପାଇଁ ଡେଡ୍ ବଡିକୁ ଏମସ୍ କେତେବେଳେ ନିଆଗଲା?

ପୁଲିସ କମିସନର ତାଙ୍କ ବୟାନରେ କାହିଁକି ଟାଇମ୍ ଏପଟ ସେପଟ କଲେ?

ଯାହା ମୁହଁରେ ବୁମ୍ ଲଗାଇଲେ, ହତ୍ୟା ଆଙ୍ଗଲ୍ ଖୋଜିଲେ । ରିପୋର୍ଟରମାନଙ୍କର ଏଥିରେ ଭୁଲ୍ ନାହିଁ । ସେମାନଙ୍କୁ ଯାହା କୁହାଯାଇଛି କରିବାକୁ ବାଧ୍ୟ । ଆତ୍ମହତ୍ୟାକୁ ହତ୍ୟା ରୂପ ଦେବା ପାଇଁ ସେମାନେ ବାଧ୍ୟ । କେବଳ ଆତ୍ମହତ୍ୟା କଥା କହିଦେଲେ ତ ଖବର ସରିଗଲା । ସେଥିରେ କିଟ୍ ଅନୁଷ୍ଠାନ ଏବଂ ତାହାର ମାଲିକ ଅଚ୍ୟୁତ ସାମନ୍ତଙ୍କୁ ବଦନାମ କରିହେବନି । ତାଙ୍କୁ ବଦନାମ କରିବା ପାଇଁ ‘ହତ୍ୟା’ ମାଲ୍ ମସଲା ଦରକାର । ଗୋଟିଏ ଗୁଳିରେ ଦୁଇ ଦୁଇଟି ଶିକାର । ହତ୍ୟା ଆଙ୍ଗଲ୍ ଖୋଜିଲେ ଟିଆରପି ଆସିବ । କିଟ୍ କୁ ବଦନାମ କରିହେବ ।

କାଲି ରାତିରୁ ଓଟିଭିରେ କିଟ୍ ଖବର ପ୍ରସାରଣକୁ ଦେଖି ଚା’ ଖଟିରେ ଚର୍ଚ୍ଚା- କିଟ୍ କୁ ମାରିବା ପାଇଁ ଓଟିଭିର ମସଲା ସରିଯାଇଥିଲା । ପୁଣି ମିଳିଗଲା । ଏହି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାର ନାହିଁ ।

ଏହା ହେଉଛି ଜଳ ଜଳ ଦିଶୁଥିବା ରାଜ୍ୟର ଏକ ନମ୍ବର ଟିଭି ଚାନେଲର ଆଭିମୁଖ୍ୟ । ତଥାକଥିତ ଚାର୍ଟରକୁ ଧରି ଲୋକଙ୍କୁ ସତ୍ୟ ଓ ନିର୍ଭିକ ଖବର ପରିବେଷଣର ଦାବି କରୁଥିବା ଏହି ଚାନେଲର କିଟ୍ ବିରୋଧୀ ଆଭିମୁଖ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଅଢ଼େଇ ମାସ ତଳେ କିଟ୍ ରେ ପ୍ରଥମ ନେପାଳୀ ଛାତ୍ରୀ ଆହତ୍ମହତ୍ୟା ଘଟଣାରେ ଓଟିଭି ଏମିତି ମତୁଆଲା ହୋଇଥିଲା ଯେ ଶୂନ୍ୟରୁ କିଟ୍ ବିରୋଧରେ ଖବର ତୋଳିଲା । ବିଏମସିର କୋଟି କୋଟି ଟଙ୍କା ହୋଲଡିଂ ଟାକ୍ସ ବକେୟା ରଖିଥିବା ଭଳି କଞ୍ଚା ମିଛ ଖବର ପରିବେଷଣ କରିଥିଲା । ଯାହାକୁ ‘ମିଡ ଡେ ଓଡ଼ିଶା’ ଧରାପକେଇଥିଲା ।

ସୂଚନାଥାଉକି, ଓଡ଼ିଶାରେ ଫେକ୍ ନ୍ୟୁଜ୍(ମିଛ ଖବର) ତଥା ଏକପାଖିଆ ଖବର ପରିବେଷଣରେ ଓଟିଭି ନମ୍ବର ୱାନ୍ ବୋଲି ଗତ ମାର୍ଚ୍ଚ ମାସରେ ସାର୍ଟିଫିକେଟ୍ ଦେଇଛନ୍ତି ଏଲେନ୍ ମସ୍କଙ୍କ ଏଆଇ ପ୍ଲାଟଫର୍ମ ଗ୍ରୋକ୍ । ସୋସିଆଲ୍ ମିଡିଆ ଏକ୍ସରେ ଗ୍ରୋକ୍ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଓଟିଭିର ଏହି ଚରିତ୍ର ପଦାକୁ ଆଣିଥିଲେ ।

ଜଣେ ଛାତ୍ର ହେଉ କି ଛାତ୍ରୀ, ତାଙ୍କ ମୃତ୍ୟୁ ଘଟଣା ଏକ ନିହାତି ସମ୍ବେଦନଶୀଳ ପ୍ରସଙ୍ଗ । ଖବର ପରିବେଷଣ ବେଳେ ମାଲିକଙ୍କ ସ୍ୱାର୍ଥ ଓ ମର୍ଜିରେ ଖବର କରାଯାଏନି । ମାତ୍ର ଓଟିଭି କ୍ଷେତ୍ରରେ ଏହା ସମ୍ଭବ ହେଉଛି । ଏହାର କିଛି ଉଦାହରଣ ହେଉଛି-

. ନିକଟରେ ଓଟିଭିର ଜଣେ କର୍ମଚାରୀ ସଂକଳ୍ପ ମହାନ୍ତି(୨୫)ଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ସଂସ୍ଥାର ଡିଜିଟାଲ୍ ସେଲସ୍ ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ କାମ କରୁଥିବା ଏହି ଯୁବକଙ୍କର ମୃତ ଦେହ ସେ ରହୁଥିବା ଜାଗମରାର ପଞ୍ଚସଖା ନଗରସ୍ଥିତ ଭଡ଼ା ଘର ପଛପଟୁ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଛି ବୋଲି ସଂକଳ୍ପଙ୍କ ପରିବାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଓଟିଭି ସେହି ଖବରକୁ କେମିତି ନେଲା? ନିଜର ଜଣେ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟାଇଲା ନାହିଁ କାହିଁକି? ଓଟିଭି କର୍ତ୍ତୃପକ୍ଷଙ୍କ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଯଦି ଅଭିଯୋଗ ହୁଏ??

. ଗତ ୨୯ ତାରିଖ ରାତି ୧୧ଟାରେ ରାଜଧାନୀର ଇନଫୋଭ୍ୟାଲି ଥାନା ଅଞ୍ଚଳର ବଡ଼ରଘୁନାଥପୁର-ବାଗଚୀ କ୍ୟାନସର ହସ୍ପିଟାଲ୍ ରାସ୍ତାରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଯୁବକ ହୁତୁହୁତୁ ହୋଇ ଜଳୁଥିବା ଅବସ୍ଥାରେ ଦୌଡୁଥିଲେ । ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ବେଳକୁ ଯୁବକଜଣଙ୍କ ଶରୀର ୮୦ ପ୍ରତିଶତ ପୋଡ଼ି ସାରିଥିଲା । ପୁଲିସ ଘଟଣାସ୍ଥଳରୁ ପେଟ୍ରୋଲଭରା ଦୁଇଟି ପ୍ଲାଷ୍ଟିକ୍ ବୋତଲ ଜବତ କରିଥିଲା ।

ପୋଡିଯାଇଥିବା ଏହି ଯୁବକଜଣଙ୍କ ଜଣେ ଇଂଜିନିୟରିଂ ଛାତ୍ର । ତାଙ୍କ ନାଁ ପ୍ରଦୀପ କୁମାର ପଣ୍ଡା । ଘର ସମ୍ବଲପୁର ଅଞ୍ଚଳରେ । ରାଜଧାନୀର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବି-ଟେକ୍ ଶେଷ ବର୍ଷରେ ପଢ଼ୁଥିଲେ । ପ୍ରଦୀପ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ କି ତାଙ୍କ ଦେହରେ କେହି ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତାଙ୍କର କିଛି ସାଙ୍ଗମାନଙ୍କ କହିବାନୁଯାୟୀ, ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରଦୀପ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ସେହି କାରଣରୁ ତାଙ୍କୁ କେହି ଜାଳି ହତ୍ୟା ଉଦ୍ୟମ କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ପୁଲିସ ଏହି ମାମଲାର ତଦନ୍ତ କରୁଛି ଏବଂ ସତ୍ୟ ନିଶ୍ଚିତ ପଦାକୁ ଆସିବ ।

ମାତ୍ର ରାଜଧାନୀରେ ଘଟିଥିବା ଏତେବଡ଼ ସାଂଘାତିକ ଓ ଲୋମଟାଙ୍କୁରା ଘଟଣା ଓଟିଭି ପାଇଁ ଗୁରୁତ୍ୱ ହେଲାନି । ଜଣେ ଇଞ୍ଜିନିୟରିଂ ଛାତ୍ର ରାସ୍ତାରେ ହୁ ହୁ ଜଳୁଥିବା ଅବସ୍ଥାରେ ଦୌଡ଼ିବା ଘଟଣା ତୁଚ୍ଛ ହୋଇଗଲା । ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଥିଲେ ବି ସତ୍ୟାସତ୍ୟ ଖୋଜି ବାହାର କରିବା ପାଇଁ ଓଟିଭି ବାଲାଙ୍କ ଆଗ୍ରହ ହେଲାନି । ଅଥଚ କିଟ୍ ରେ ମୃତ୍ୟୁବରଣ କରିଥିବା ନେପାଳୀ ଛାତ୍ରୀଜଣଙ୍କ ତାଙ୍କ ରୁମ୍ ରେ ଏକୁଟିଆ ଥିଲା ବେଳେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ଓଟିଭି ପଛରେ ପଡ଼ିଛି ।

ଖାଲି ଭୁବନେଶ୍ୱରରେ ଏମିତି ଘଟଣା ନୁହେଁ । ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ବୀଭତ୍ସ ଘଟଣାମାନ ଘଟୁଛି । ୬ ଦିନ ତଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ର ଖଲିଙ୍ଗି ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଥିଲା । ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସେଦିନ ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କୁ ସହର ଉପକଣ୍ଠକୁ ଟେକିନେଇ କିଛି ଅସାମାଜିକ ଯୁବକ ତାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କରିଥିଲେ । ସେ ପ୍ରତିରୋଧ କରିବାରୁ ଯୁବକମାନେ ତାଙ୍କୁ ମାରଣାସ୍ତ୍ରରେ ହାଣିଦେଇଥିଲେ । ଥାନାରେ ମାମଲା ହୋଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ।

ଏଇଠି ମନେ ପକାଇଦେବାକୁ ଚାହୁଁ ଯେ ୨୦୨୦ ମସିହାରେ କୋଭିଡ୍ ଲକଡାଉନ୍ ବେଳେ ଓଟିଭିର ଦୁଇ କର୍ମଚାରୀ ଏବଂ ଦୁଇ ସୁରକ୍ଷାକର୍ମୀ ସେହି ଓଟିଭିରେ କାର୍ଯ୍ୟରତା ଜଣେ ବିଧବା ମହିଳାଙ୍କର ୧୩ ବର୍ଷର ନାବାଳିକା ଝିଅକୁ ତାଙ୍କ ଘରେ ଏକୁଟିଆ ପାଇ ଦୀର୍ଘ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ସଙ୍ଗୀନ ମାମଲାରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ମଧ୍ୟ ଛନ୍ଦି ହୋଇଥିଲେ ।

ମାତ୍ର ଓଟିଭି ଏସବୁ ଖବରକୁ ପ୍ରସାରଣ କି ଗୁରୁତ୍ୱ ଦେଲା କି? ଏଥିରେ ଓଟିଭି ନିଜକୁ ନିରପେକ୍ଷ କହି ଡିଣ୍ଡିମ୍ ପିଟିବା ଲଜ୍ଜାଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଉ ରହିଲା, ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ । ଆମ ସମାଜ ପାଇଁ ଆଜି ଏହା ବିଶେଷ ଉଦବେଗର ବିଷୟ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ତଥ୍ୟ ରଖିଥିଲେ । ତାହା ହେଲା-

ଓଡ଼ିଶାରେ ବିଗତ ୩ ବର୍ଷରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ୫୮ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁଥିରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ଆତ୍ମହତ୍ୟା ହାର ଅଧିକ । ଏହି ତିନିବର୍ଷରେ ୨୬୩ ଛାତ୍ରୀ ଆତ୍ମହତ୍ୟା କରିଥିଲା ବେଳେ ୨୧୮ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୧୧୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲା ବେଳେ ୨୦୨୨ ରେ ଏହି ସଂଖ୍ୟା ୧୭୩ କୁ ବୃଦ୍ଧି ପାଇଥିଲା । ୨୦୨୩ ରେ ଏହା ୧୮୯ ରେ ପହଞ୍ଚିଥିଲା ।

ପାଠ ପଢ଼ୁଥିବା ଗୋଟେ ପିଲା କାହିଁକି ଆତ୍ମହତ୍ୟା କରୁଛି ତାହାର କାରଣ ଜାଣି ନିରାକରଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଗଣମାଧ୍ୟମର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ମାତ୍ର ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ବଦନାମ କରିବା ବିକଳରେ ଯଦି ଗଣମାଧ୍ୟମ ବାଟ ହୁଡ଼େ ତେବେ ତାହା ସମାଜ ପାଇଁ ଆହୁରି ବିପଦଜନକ ।

ଗତକାଲି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପଦାକୁ ଆସିଲା ମାତ୍ରେ କିଛି ନିର୍ଦ୍ଦିଷ୍ଟ ସଂଗଠନ କିଟ୍ ଅନୁଷ୍ଠାନ ଏବଂ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ସ୍ଲୋଗାନ୍ ମାରି ଆନ୍ଦୋଳନରେ ବସିଥିଲେ । ପୂର୍ବ ଥର ଭଳି ଏଥର ମଧ୍ୟ ଆନ୍ଦୋଳନ ବଢ଼ାଇବାକୁ ଯୋଜନା ଆରମ୍ଭ ହୋଇଯାଇଛି । ଏ ସବୁ ଯେ ପ୍ରାୟୋଜିତ ତାହା ସମସ୍ତେ ଜାଣିଛନ୍ତି ।

ଭଲ ହୁଅନ୍ତା ଯଦି ଏହି ସଂଗଠନଗୁଡ଼ିକ ଓଟିଭରି ମୃତ କର୍ମଚାରୀ ସଂକଳ୍ପ ମହାନ୍ତି ଏବଂ ରାସ୍ତାରେ ହୁତୁ ହୁତୁ ଅବସ୍ଥାରେ ଜଳିଥିବା ପ୍ରଦୀପ ପଣ୍ଡାଙ୍କ ମାମଲାର ପର୍ଦ୍ଦଫାସ କରି ସେମାନଙ୍କ ପାଇଁ ବି ନ୍ୟାୟ ମାଗନ୍ତେ! ଗଞ୍ଜାମ ଜିଲ୍ଲାର ଦୁଷ୍ମର୍ମ ଓ ହତ୍ୟା ପୀଡ଼ିତା ୪ ବର୍ଷର ଶିଶୁକୁ ନ୍ୟାୟ ଦେବା ପାଇଁ ଲୋକସେବା ଭବନ କି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବସନ୍ତେ!!

 

Previous Post

୧୫ ଜିଲ୍ଲାରେ ନିର୍ମାଣ ହେବ ହେଲିପୋର୍ଟ

Next Post

ଚର୍ଚ୍ଚାରେ ମୋହନ ମାଝୀଙ୍କ ଥାଟବାଟ

Next Post
ଚର୍ଚ୍ଚାରେ ମୋହନ ମାଝୀଙ୍କ ଥାଟବାଟ

ଚର୍ଚ୍ଚାରେ ମୋହନ ମାଝୀଙ୍କ ଥାଟବାଟ

Comments 3

  1. J K Behera says:
    1 week ago

    ଓ ଟିଭିକୁ ମସଲା ମିଳିଗଲା l
    Mana ichha jaha mana taha news Bansilal

    Reply
  2. Rosni das says:
    1 week ago

    Why few news channel are discussing like kIIT cases not other.such type of problems are occurring not only KIT but other private colleges also.at that time why media are silent.let it be sambalpur University
    Cv raman University
    And many more.
    Everytime this OTV is ready to Defame KIIT

    Reply
  3. Prakash Dehury says:
    1 week ago

    Good

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA