Wednesday, June 24, 2026 07:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି କିଟ୍ ପଛରେ ପଡ଼ିଲା ଓଟିଭି

ମାର୍ ମାର୍ ଭଣ୍ଡାରିଆକୁ ମାର୍

by Samar Pradhan
01 Dec, 2025- 04:38 PM
in Latest News, Media, News
1 min read
0
ପୁଣି କିଟ୍ ପଛରେ ପଡ଼ିଲା ଓଟିଭି

ଭୁବନେଶ୍ୱର: ପୁଣି କିଟ୍ ପଛରେ ପଡିଲା ଓଟିଭି । ଗତକାଲି ରାତିରେ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ପ୍ରଥମ ବର୍ଷ କମ୍ପ୍ୟୁଟର ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଓଟିଭିକୁ ଚାଙ୍ଗା କରିଦେଇଛି । ପ୍ରେମଜନିତ କାରଣରୁ ଛାତ୍ରଜଣଙ୍କ ଆତ୍ମହତ୍ୟା କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଏହାକୁ ଭିନ୍ନ ରୂପ ଦେବା ପାଇଁ ଏହି ଚାନେଲରେ ଉଦ୍ୟମ ଆରମ୍ଭ ହୋଇଛି । କିଟ୍ ଏବଂ ଖାସ୍ କରି ଅଚ୍ୟୁତ ସାମନ୍ତଙ୍କୁ କିଭଳି ବଦନାମ କରିହେବ ସେହି ପୁରୁଣା ଏଜେଣ୍ଡାରେ ଆଗକୁ ବଢ଼ିଛି ଏହି ତଥାକଥିତ ଏକ ନମ୍ବର ଚାନେଲ ।

ମୃତ ଛାତ୍ର ହେଉଛନ୍ତି ଛତିଶଗଡ଼ର ରାହୁଲ ଯାଦବ । ଗଲା ସେପ୍ଟେମ୍ବର ମାସରେ କିଟ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ଅନ୍ୟ ଦୁଇ ସହପାଠୀଙ୍କ ସହ ରହୁଥିଲେ କେପି-୭ ନମ୍ବର ହଷ୍ଟେଲରେ । ଗତକାଲି ରାତି ପ୍ରାୟ ୯ଟା ବେଳେ ରୁମ୍ ରେ ଏକୁଟିଆ ଥିବା ବେଳେ ସେ ବେକରେ ବେଡସିଟ୍ ଗୁଡ଼ାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ଖବର ଦେଇଥିଲେ ଏବଂ ତଦନ୍ତରେ ସହଯୋଗ କରୁଛନ୍ତି ।

ଅନ୍ୟପକ୍ଷରେ ଏହା ସମ୍ପୂର୍ଣ୍ଣ ପ୍ରେମ ବ୍ୟାପାର ବୋଲି ମୃତ ଛାତ୍ରଙ୍କ ସହପାଠୀମାନଙ୍କଠାରୁ ଜଣାପଡ଼ିଛି । ପୁଲିସ ମଧ୍ୟ ଏହାର ସୁରାକ୍ ପାଇସାରିଲାଣି । ହୁଏତ ପ୍ରେମିକାଙ୍କ ସହ ଝଗଡ଼ାଝାଟିରୁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି । ଏଇ ମାତ୍ର ଦେଢ଼ମାସ ହେଲା ଛାତ୍ରଜଣଙ୍କ ହଷ୍ଟଲରେ ଭର୍ତ୍ତି ହୋଇଥିବାରୁ ତାଙ୍କ ସମ୍ପର୍କରେ ୱାର୍ଡେନ୍ ବେଶୀ କିଛି ଜାଣିନାହାନ୍ତି । କାହାର ବ୍ୟକ୍ତିଗତ ପ୍ରେମ ବ୍ୟାପାର ସମ୍ପର୍କରେ କୌଣସି ବି ଅନୁଷ୍ଠାନର କର୍ତ୍ତୃପକ୍ଷ ଜାଣିବା ସମ୍ଭବପର ନୁହେଁ ।

ପ୍ରେମଜନିତ କାରଣରୁ କିଟ୍ ଛାତ୍ରଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଓଟିଭି ସାମ୍ବାଦିକମାନେ ଖୋଳତାଡ଼ କରି ଜାଣିବା ସତ୍ତ୍ୱେ ଚାନେଲ୍ ଏଜେଣ୍ଡା ଅନୁଯାୟୀ ଖବର ପ୍ରସାରଣ କରିବାକୁ ବାଧ୍ୟ ହୋଇଛନ୍ତି । ରିପୋର୍ଟର ଓ ଆଙ୍କରଙ୍କ ଉପସ୍ଥାପନା ଯୁଦ୍ଧକ୍ଷେତ୍ରରୁ ସମ୍ବାଦ ପରିବେଷଣର ଭ୍ରମ ସୃଷ୍ଟି କରିଛି । ଛାତ୍ର ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ ରେ ସେଭଳି କିଛି ହଲଚଲ୍ ଦେଖିବାକୁ ମିଳୁନାହିଁ ବୋଲି ତାଙ୍କ ରିପୋର୍ଟର ଲାଇଭ୍ ଦେଖାଉଥିବା ବେଳେ ଷ୍ଟୁଡିଅରେ ବସିଥିବା ଆଙ୍କର କିନ୍ତୁ ଜିଦ୍ ଧରିଛନ୍ତି ଯେ ନା.., କିଟ୍ ଗେଟ୍ ଆଗରେ ସିନା କିଛି ନାହିଁ । କ୍ୟାମ୍ପସ୍ ଭିତରେ ହଲଚଲ୍.. ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ.. କିଟ୍ ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିପନ୍ନ..ବର୍ଷକୁ ତିନି ତିନିଟା ଆତ୍ମହତ୍ୟା ଘୋର ଚିନ୍ତାର ବିଷୟ.. ଶୁଣିନିଅନ୍ତୁ, କିଟ୍ ଛାତ୍ରମୃତୁ୍ୟକୁ ନେଇ ବିଧାୟକ ସରୋଜ ପାଢ଼ୀଙ୍କ ପ୍ରତିକ୍ରିୟା.. ।

ଗତ ଫେବ୍ରୁଆରୀ ମାସରେ କିଟ୍ ରେ ପ୍ରଥମ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଘଟିଥିଲା । ସେହି ଘଟଣାରୁ କ୍ୟାମ୍ପସ୍ ରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଦାୟିତ୍ୱରେ ଥିବା ଅଧିକାରୀମାନେ ତାହାକୁ ସାମନା କରିବାରେ ବିଫଳ ହୋଇଥିଲେ । ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ ଘୋଷଣା ଭଳି ଭୁଲ୍ ନିଷ୍ପତ୍ତି ନେଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରେ ଏହି ଭୁଲ୍ ବୁଝିପାରି କ୍ଷମା ପ୍ରାର୍ଥନା କରିଥିଲେ । ତେବେ ଓଟିଭି ଏହି ଖବରରେ ମସଲା ଯୋଡି ମାତ୍ରାଧିକ ପରିବେଷଣ କଲା । କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଖିଅ ଖୋଜିବାରେ ଲାଗିପଡ଼ିଲେ । କିଟ୍ କେଳେଙ୍କାରୀ କ୍ୟାପସନ୍ ରେ ଚାଲିଲା ଯାବତୀୟ ଖବର । ଏହିସବୁ ଖବରରେ ଅଚ୍ୟୁତ ସାମନ୍ତ ଏବଂ ତାଙ୍କ ହାତଗଢ଼ା ଅନୁଷ୍ଠାନକୁ ବଦନାମ କରିବାର ଭୟଙ୍କର ଷଡ଼ଯନ୍ତ୍ର ବାରି ହୋଇପଡୁଥିଲା ।

ସେହି ସମୟରେ(ମାର୍ଚ୍ଚ ୧୨) ଓଟିଭିର ଏକ ମିଛ ଖବରକୁ ଆମେ ଧରାପକାଇଥିଲୁ । କିଟ୍ ଏବଂ କିମ୍ସ ଅନୁଷ୍ଠାନ ବିଏମସିକୁ ସେମାନଙ୍କ ହୋଲଡିଂ ଟିକସ ବାର୍ଷିକ ନିୟମିତ ପୈଠ କରୁଥିଲେ ମଧ୍ୟ ଉଭୟ ଅନୁଷ୍ଠାନ ୩ କୋଟିରୁ ଅଧିକ ଟଙ୍କାର ଟିକସ ବକେୟା ରଖିଛନ୍ତି ବୋଲି ଓଟିଭି ବ୍ରେକିଂ ଖବର ଏବଂ ଖବର କଲା । ଏହା ଭୁଲ୍ ଖବର ବୋଲି ତୁରନ୍ତ ଆମେ ଅନୁସନ୍ଧାନରୁ ଜାଣିଥିଲୁ ଏବଂ ଓଟିଭିର ମିଛ ଚାର୍ଟର୍ ଧରାପକାଇଥିଲୁ ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଫେକ୍ ନ୍ୟୁଜ୍(ଭୁଲ୍ ଖବର) ତଥା ଏକପାଖିଆ ଖବର ପ୍ରସାରଣରେ ଓଟିଭି ନମ୍ବର ୱାନ୍ ବୋଲି ସାର୍ଟିଫିକେଟ୍ ଦେଇଛନ୍ତି ଏଲେନ୍ ମସ୍କଙ୍କ ଏଆଇ ପ୍ଲଟଫର୍ମ ଗ୍ରୋକ୍ । ଗ୍ରୋକ୍ ଭଳି ବିଶ୍ୱସ୍ତରରେ ଲୋକପ୍ରିୟତା ଅର୍ଜନ କରିଥିବା ଏକ ପ୍ଲାଟଫର୍ମ ଗୋଟିଏ ଆଞ୍ଚଳିକ ଭାଷାର ନ୍ୟୁଜ୍ ଚାନେଲ ଉପରେ ଏଭଳି ଟିପ୍ପଣୀ କିଛି ମାସ ତଳେ ଚର୍ଚ୍ଚାର ବିଷୟ ହୋଇଥିଲା ।

ଆଜି କିଟ୍ ରେ କ’ଣ ହେଲେ ଓଟିଭି ଡେଇଁ ପଡୁଛି । ନିଜକୁ ଦାୟିତ୍ୱବାନ ଗଣମାଧ୍ୟମ ବୋଲି ଦାବି କରି ଖିଅ ବାହାର କରୁଛି । କଥା କଥାକେ ଚାର୍ଟର ଦେଖାଉଛି । ତେବେ ଏହା ନିଜ ପାଇଁ ପ୍ରଯୁଜ୍ୟ ତ? ଗତ ଏପ୍ରିଲ୍ ୪ ତାରିଖରେ ସଂକଳ୍ପ ମହାନ୍ତି(୨୫) ନାମକ ଜଣେ ଯୁବକ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିଲେ । ସେ ରହୁଥିବା ଜାଗମରାରର ପଞ୍ଚଶଖା ନଗର ଭଡ଼ାଘର ପଛପଟୁ ତାଙ୍କର ମୃତଦେହ ଜବତ ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ପୁଲିସ ଏହି ମାମଲାର ତଦନ୍ତ କରିଥିଲା । ମାତ୍ର ତଦନ୍ତରୁ କ’ଣ ବାହାରିଲା କେହି ଜାଣିପାରିଲେନି । ଏକ ନମ୍ବର ଚାନେଲ୍ ଏହି ଖବରକୁ ଆଦୌ ପ୍ରସାର କଲାନି । କାରଣ କ’ଣ ଜାଣିଛନ୍ତି? ମୃତ ଯୁବକଜଣଙ୍କ ଥିଲେ ତାଙ୍କର କର୍ମଚାରୀ । ଓଟିଭି ଡିଜିଟାଲ୍ ର ସେ କାର୍ଯ୍ୟ କରୁଥିଲେ । ଏଭଳି ଅନେକ ଉଦାହରଣ ଅଛି, ଯାହା ଲୋକଲୋଚନକୁ ନିଶ୍ଚିତ ଆଣିବୁ ।

କିଟ୍ କ୍ଷେତ୍ରରେ ଓଟିଭିର ନକରାତ୍ମକ ଆଭିମୁଖ୍ୟ ସମସ୍ତେ ଦେଖୁଛନ୍ତି । ଛାତ୍ର ଆତ୍ମହତ୍ୟା ଘଟଣାରେ ଓଟିଭି ଅତିରଞ୍ଜିତ ଓ ଉତ୍ତେଜନାମୂଳକ ଖବର ପ୍ରସାରଣ କରୁଛି ବୋଲି ଆଜି କିଟ୍ ପକ୍ଷରୁ ପ୍ରତିବାଦ ହୋଇଛି । ଓଟିଭି ଏହାକୁ ଖଣ୍ଡନ କରି ନିଜ ଚାର୍ଟର ଅନୁଯାୟୀ ଯାହା ଠିକ୍ ତାହା କରୁଛନ୍ତି ବୋଲି ସଫେଇ ଦେଇଛନ୍ତି ।

କିଏ କାହାର ଶତ୍ରୁ, କିଏ କାହାକୁ ବଦନାମ କରିବ ସେ ଭିନ୍ନ ପ୍ରସଙ୍ଗ । କିନ୍ତୁ କୌଣସି ଆତ୍ମହତ୍ୟା ଘଟଣାରୁ ଗଣମାଧ୍ୟମ ଫାଇଦା ଉଠାଇବାକୁ ଚେଷ୍ଟା କଲେ ସମାଜ ବିପଦଗାମୀ ହେବା ଥୟ । କେବଳ ଆମ ରାଜ୍ୟ ନୁହେଁ ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ଏବଂ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ୧୦ ବର୍ଷରେ ଛାତ୍ର ଆତ୍ମହତ୍ୟା ୬୫% ବୃଦ୍ଧି ପାଇଛି । ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ଛାତ୍ର ଆତ୍ମହତ୍ୟା ସଂଖ୍ୟା ରେକର୍ଡ ସ୍ତର ୧୩,୮୯୨ କୁ ବୃଦ୍ଧି ପାଇଛି । ୨୦୧୩ରୁ ୨୦୨୩ ମଧ୍ୟରେ ଦେଶ ଆତ୍ମହତ୍ୟା ଘଟଣାରେ ମୋଟ ୧,୧୭,୮୪୯ ଜଣ ଛାତ୍ରଙ୍କୁ ହରାଇଛି । ସୁତରାଂ ଆତ୍ମହତ୍ୟାକୁ ରାଗ କିମ୍ବା ପ୍ରତିଶୋଧର ଅସ୍ତ୍ର ନ କରି ଏହାକୁ ରୋକିବା ପାଇଁ ସାମାଜିକ ସଚେତନତା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Previous Post

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ

Next Post

ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

Next Post
ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA