ଭୁୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କ ପାଇଁ ଆଉ ୫ ହଜାର ସମ୍ମାନସୂଚକ ସହାୟକ ରାଶି ବୃଦ୍ଧି କରିଛନ୍ତି ମୋହନ ସରକାର । ଏଣିକି ସେମାନଙ୍କୁ ମାସକୁ ମିଳିବ ୩୦ ହଜାର ସମ୍ମାନ ରାଶି । ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ବିଜେତା ଏଥିରେ ଉପକୃତ ହେବେ । ଏଥିପାଇଁ ବର୍ଷକୁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ବିଜେଡି ସରକାର ୨୦୧୯ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ପଦ୍ମ ସମ୍ମାନ ବିଜେତାଙ୍କୁ ମାସକୁ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦେବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର କିଛି ପଦ୍ମ ବିଜେତାଙ୍କ ଆର୍ଥିକ ଦୂରାବସ୍ଥା ହୃଦୟଙ୍ଗମ କରିବା ପରେ ଚଳିତବର୍ଷ ମାର୍ଚ୍ଚ ମାସରେ ଏହି ସମ୍ମାନ ରାଶିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ । ଏପ୍ରିଲ୍ ମାସରୁ ତାହା କାର୍ଯ୍ୟକାରୀ ହୋଇଥିଲା ।