Monday, June 29, 2026 10:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍

୨୦ ଜିଲ୍ଲାରେ ୧୨ ଘଣ୍ଟା, ୧୦ ଜିଲ୍ଲାରେ ୮ ଘଣ୍ଟା ଦୋକାନ ଖୋଲିବ

by Our Correspondent
30 Jun, 2021- 03:30 PM
in Latest News, News
1 min read
0
ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ୍
  1. ଭୁବନେଶ୍ୱର: ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ କଟକଣା ରହିବ । ୫% ରୁ କମ ସଂକ୍ରମଣ ଥିବା ୨୦ ଟି ଜିଲ୍ଲାରେ ସକାଳ ୬ ରୁ ସଂଧ୍ୟା ୬ ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ୫% ରୁ ଅଧିକ ସଂକ୍ରମଣ ଥିବା ଉପକୂଳ ୧୦ ଜିଲ୍ଲାରେ ସକାଳ ୬ ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ତେବେ କେଉଁଠି ମଲ୍, ସ୍ପା, ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇନାହିଁ । ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ କୁ ଉଠାଇ ଦିଆଯାଇଛି । ସାରା ରାଜ୍ୟରେ ସଂଧ୍ୟା ୬ ରୁ ସକାଳ ୬ ଯାଏଁ ନାଇଟ୍ କର୍ଫ୍ୟୁ ରହିବ ।

ସଂକ୍ରମଣ ହାର ଦୃଷ୍ଟିରୁ ସମଗ୍ର ରାଜ୍ୟକୁ ଦୁଇଟି କାଟାଗୋରିରେ ବିଭକ୍ତ କରାଯାଇଛି । ପୂର୍ବରୁ କାଟାଗୋରି-ଏ ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର୧୭ ଜିଲ୍ଲା ଥିବା ବେଳେ ଏବେ ଅନୁଗୁଳ, ଢ଼େଙ୍କାନାଳ ଏବଂ କେନ୍ଦୁଝରକୁ ସାମିଲ କରାଯାଇଛି । ଅର୍ଥାତ୍ କାଟାଗୋରି-ଏ ରେ ୨୦ ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି । କାଟାଗୋରି-ବି ରେ ୧୦ ଜିଲ୍ଲା ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ରହିଛି ।

କାଟାଗୋରି-ଏ ଜିଲ୍ଲାଗୁଡ଼ିକରେ କଟକଣା ଅଧିକ କୋହଳ କରାଯାଇ ସକାଳ ୬ ରୁ ସଂଧ୍ୟା ୬ ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସାପ୍ତାହିକ ଏବଂ ଦୈନିକ ହାଟ ମଧ୍ୟ ଖୋଲିବ । ଏହି ଜିଲ୍ଲାଗୁଡ଼ିକରେ ବସ୍ , ଅଟୋ, ଟାକ୍ସି ଚଳାଚଳ କରିବ ।  ଅଟୋ ଓ ଟାକ୍ସିରେ ଡ୍ରାଇଭରକୁ ଛାଡ଼ି ସର୍ବାଧିକ ୨ ଜଣ ବ୍ୟକ୍ତି ଯାଇପାରିବେ ।

ଅନ୍ୟପକ୍ଷରେ କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏବେ ମଲ୍, ସ୍ପା, ପାର୍ଲର ଆଦିକୁ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୬ ରୁ ଦିନ ୨ଟା ଯାଏ ଏହିସବୁ ଦୋକାନ ଖୋଲା ରହିବ । ସାପ୍ତାହିକ ଏବଂ ଦୈନିକ ହାଟ କିନ୍ତୁ ଖୋଲିବ ନାହିଁ । ରାସ୍ତାକଡ଼ ଉଠାଦୋକାନ, ଚା ଦୋକାନ ଖୋଲିବ । ତେବେ ଦୋକାନ ପାଖରେ ଛିଡ଼ା ହୋଇ କେହି ଖାଇପାରିବେ କି ପିଇପାରିବେ ନାହିଁ । ଏହି ୧୦ ଜିଲ୍ଲାରେ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଥିଲା ବେଳେ ଇନଡୋର୍ ସୁଟିଂକୁ ଅନୁମତି ଦିଆଯାଇନାହିଁ । ବସ୍, ଅଟୋ କି ଟାକ୍ସି ଚଳାଚଳକୁ ଅନୁମତି ଦିଆଯାଇନାହିଁ ।

୩୦ଟି ଯାକ ଜିଲ୍ଲାରେ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇଛି ।

କାଟାଗୋରି-ଏ ଜିଲ୍ଲାଗୁଡ଼ିକରେ ସାପ୍ତାହିକ ସଟଡାଉନ୍ ଉଠାଇ ଦିଆଯାଇଛି । ଅର୍ଥାତ୍ ୭ ଦିନ ଯାକ ସକାଳ ୬ ରୁ ସଂଧ୍ୟା ୬ ଯାଏଁ ଦୋକାନ ଖୋଲିବ । କୋଟାଗୋରି-ବି ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ । ଅର୍ଥାତ୍ ସପ୍ତାହରେ ୫ ଦିନ ସକାଳ ୬ ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ରହିବ । ସାରା ରାଜ୍ୟରେ ସଂଧ୍ୟା ୬ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କଟକଣା ରହିବ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ଘୋଷଣା କରିଛନ୍ତି । କୋଭିଡ୍ ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯାଉଥିବା ସେ କହିଛନ୍ତି । ସାମାଜିକ, ଧାର୍ମିକ ଏବଂ ରାଜନୈତିକ ସଭାସମିତି ଉପରେ କଟକଣା ବଳବତ୍ତର ଥିବା ବେଳେ ବିବାହ ଓ ଶୁଦ୍ଧିିକ୍ରିୟା ପୂର୍ବ କଟକଣା ବଳବତ୍ତର ରହିଛି । ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ କୋଭିଡ୍ ଗାଇଡଲାଇନର କଡ଼ା ଅନୁପାଳନ ପାଇଁ ପରାମର୍ଶ ଦିଆଯାଇଛି । ଯିଏ କଟକଣା ଭାଙ୍ଗିବ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Previous Post

କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

Next Post

୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post
୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA