Saturday, May 9, 2026 02:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁହଁ ଖୋଲିଲେ ନବୀନ

ନବୀନ ନିବାସରେ ପାଟକୁରା ନେତା

by Our Correspondent
21 Jan, 2026- 11:51 PM
in Latest News, News
1 min read
0
ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର: ଆଜି ପାଟକୁରା ବିଜେଡି ନେତାଙ୍କୁ ଭେଟିଲା ବେଳେ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ । ନାଁ ନ ନେଇ ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ କହିଥିଲେ । ସେ କହିଥିଲେ, ମୁଁ ଜଣଙ୍କୁ ବିଶ୍ୱାସ କରି ସୁଯୋଗ ଦେଇଥିଲି । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବେ ବୋଲି ଆଶା ରଖିଥିଲି । କିନ୍ତୁ ଜାଣିଲି, ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି । ଦଳରେ ରହି ଯିଏ ଆପଣଙ୍କୁ ହଇରାଣ କରେ ମୁଁ ତାକୁ ଦଳରୁ କାଢ଼ିଦିଏ । ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ଆସିବେ ।

ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପାଟକୁରା ବିଜେଡିର ଏକ ଗୋଷ୍ଠୀ । ଏହି ଗୋଷ୍ଠୀରେ ଅଛନ୍ତି ପାଞ୍ଚ ଜିଲ୍ଲା ପରିଷଦ ସଭ୍ୟ ଓ ସଂଖ୍ୟାଧିକ ସରପଞ୍ଚ । ଆଜି ଅପରାହ୍ନରେ ସେମାନେ ନବୀନ ନିବାସ ଆସି ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଷଡ଼ଯନ୍ତ୍ରକାରୀଙ୍କ ପ୍ରତି ସଭାପତି ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ । ଅରବିନ୍ଦ ବିଧାୟକ ହେବା ପରେ ବିଜେଡି ଲୋକମାନଙ୍କୁ ପଚାରୁ ନ ଥିଲେ । ବାପା ବିଜୟ ମହାପାତ୍ରଙ୍କ ନିଦେ୍ର୍ଦଶରେ ତାଙ୍କ ଅନୁଗତମାନଙ୍କୁ ନେଇ କାମ କରୁଥିଲେ । ଦଳକୁ ଭାଙ୍ଗିବାକୁ ଦେଢ଼ବର୍ଷ ହେଲା ଚକ୍ରାନ୍ତ ଚଳାଇଥିଲେ । ଏହା ନବୀନ ପଟ୍ଟନାୟକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ସେମାନେ କହିବା ସହ ନବୀନଙ୍କ ନେତୃତ୍ୱରେ ପାଟକୁରା ବିଜେଡି କର୍ମୀମାନେ ଏକାଠି ଅଛନ୍ତି ଏବଂ ଆଗାମୀ ଦିନରେ ନବୀନଙ୍କ ହାତମୁଠା ଆହୁରି ଟାଣ ହେବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଥାଉକି, ଗତକାଲି ପାଟକୁରା ନିର୍ବାଚନମଣ୍ଡଳୀର ଗରଦପୁର ଏବଂ କେନ୍ଦ୍ରାପଡ଼ାର ଏକ ହୋଟେଲରେ ଦୁଇଟି ପୃଥକ୍ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗରଦପୁର ଅନ୍ତର୍ଗତ କଳାବୁଦାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରଦପୁର ଓ ମାର୍ଶାଘାଇ ବ୍ଲକ୍ ର ୨୫ଟି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଦୁଇ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷକଙ୍କ ଉପସ୍ଥିତିରେ ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ ଅରବିନ୍ଦଙ୍କ ନିଲମ୍ବନକୁ ଦୃଢ଼ ବିରୋଧ କରିଥିଲେ । କେଉଁ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ପ୍ରମାଣ ମାଗିଥିଲେ । ସେପଟେ କେନ୍ଦ୍ରାପଡ଼ାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଞ୍ଚ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଡେରାବିଶ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ଆଜି ଏହି ଗୋଷ୍ଠୀ ସୁପ୍ରିମୋଙ୍କୁ ଧନ୍ୟବାଦ ଦେବାକୁ ନବୀନ ନିବାସ ଆସିଥିଲେ ।

Previous Post

ଜାତୀୟ ଉଠାଦୋକାନୀ ଦିବସ ପାଳନ

Next Post

ଆଉ ୧୦ ବିଧାୟକଙ୍କ ସହ ନବୀନ ଆଲୋଚନା

Next Post
ଆଉ ୧୦ ବିଧାୟକଙ୍କ ସହ ନବୀନ ଆଲୋଚନା

ଆଉ ୧୦ ବିଧାୟକଙ୍କ ସହ ନବୀନ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA