Thursday, June 18, 2026 01:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜଳିଗଲେ ଆଉ ଜଣେ ଛାତ୍ରୀ

ଅପାରଗ ବ୍ୟବସ୍ଥାର ପୁଣି ଏକ କରୁଣ ଚିତ୍ର

by Our Correspondent
06 Aug, 2025- 07:47 PM
in Crime, Latest News, News
1 min read
0
ଜଳିଗଲେ ଆଉ ଜଣେ ଛାତ୍ରୀ

ଭୁବନେଶ୍ୱର: ବାଲେଶ୍ୱର, ବଳଙ୍ଗା ପରେ ପଟ୍ଟାମୁଣ୍ଡାଇ । ଯୁକ୍ତି ତିନି ଶେଷ ବର୍ଷର ଜଣେ ଛାତ୍ରୀ ଜୀଅନ୍ତା ଜଳି ଯାଇଛନ୍ତି । ନିଜ ଘରେ ଏକୁଟିଆ ଥିଲା ବେଳେ ଦେହରେ କିରୋସିନୀ ଢ଼ାଳି ସେ ଆତ୍ମାହୁତି କରିଛନ୍ତି । ଜଣେ ଯୁବକଙ୍କ ବ୍ଲାକମେଲିଂରେ ଅତିଷ୍ଠ ହୋଇ ଛାତ୍ରୀଜଣଙ୍କ ଏହି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ୬ ମାସ ତଳେ ଥାନାରେ ଜଣାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ଯୋଗୁଁ ତାଙ୍କ ଝିଅର ଜୀବନ ଚାଲିଗଲା ବୋଲି ବାପା ଅଭିଯୋଗ କରିଛନ୍ତି । ଘଟଣାଟି ସାରା ରାଜ୍ୟରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି ।

ମୃତା ଛାତ୍ରୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ । ବାପା ମାଆଙ୍କର ଗୋଟିଏ ବୋଲି ଝିଅ । କଲେଜରେ ପାଠ ପଢ଼ୁଥିଲେ । ଘରେ ବାପା ମାଆଙ୍କ ସହ ରହୁଥିଲେ । ଏକମାତ୍ର ଭାଇ ବାହାର ରାଜ୍ୟରେ ଚାକିରି କରୁଛନ୍ତି । ଗତକାଲି ଝିଅର ପରୀକ୍ଷା ସରିଥିବାରୁ ଆଜି ସେ କଲେଜ ଯାଇ ନ ଥିଲେ । ତାଙ୍କୁ ଘରେ ଏକା ଛାଡ଼ି ସକାଳୁ କୌଣସି କାମରେ ବାପା ମାଆ ଦୁହେଁ ବାହାରକୁ ଯାଇଥିଲେ । ଦିନ ସାଢ଼େ ୧୧ଟା ବେଳକୁ ସେମାନେ ଘରକୁ ଫେରିଲା ବେଳେ ଭିତର ପଟୁ କବାଟ ବନ୍ଦ ଥିଲା । ବାଡ଼େଇ ଥିଲେ ମଧ୍ୟ ଝିଅ ଖୋଲି ନ ଥିଲା । ପଡ଼ୋଶୀଙ୍କ ସହାୟତାରେ କବାଟ ତାଡ଼ି ଦେଖିଲା ବେଳକୁ ଭିତର ସିଢ଼ି ପାଖରେ ଝିଅ ନିଆଁରେ ଜଳି ଦଗ୍ଧ ଅବସ୍ଥାରେ ପଡ଼ିଛି । ପାରିପାଶ୍ୱିର୍କ ସ୍ଥିତିରୁ ସେ ନିଜ ଦେହରେ କିରାସିନୀ ଢ଼ାଳି ହୋଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ଘଟଣା ସମ୍ପର୍କରେ ତୁରନ୍ତ ପଟ୍ଟାମୁଣ୍ଡାଇ ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ସେଠାରେ ପହଞ୍ଚିବାକୁ ୪ ଘଣ୍ଟା ଲାଗିଯାଇଥିଲା । ଟିଭି ଚାନେଲ ଗୁଡ଼ିକରେ ଏହି ଘଟଣା ଛାଇ ହୋଇ ସାରିଥିବା ବେଳେ ପୁଲିସର ଖାତିର ନ ଥିଲା । ଘଟଣାସ୍ଥଳକୁ ଶୀଘ୍ର ଯାଆ ବୋଲି ଜିଲ୍ଲା ମୁଖିଆଙ୍କୁ ପୁଲିସ ଡିଜି କହିବାକୁ ପଡ଼ିଲା । ଡିଜିଙ୍କ ଫୋନ୍ ପାଇଲା ପରେ ଯାଇ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟରିଆ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଯୁବକଙ୍କ ବ୍ଲାକମେଲିଂର ଶିକାର ହୋଇ ତାଙ୍କ ଝିଅ ଆତ୍ମହତ୍ୟା କରିଛି । ଉକ୍ତ ଯୁବକଙ୍କ ସହ ଆଗରୁ ତାଙ୍କ ଝିଅର ସମ୍ପର୍କ ଥିଲା । ମାତ୍ର ତାହା ବ୍ରେକ୍ ଅପ୍ ହୋଇଯାଇଛି । ସେହି ଯୁବକଟି ଝିଅକୁ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା । ସୋସିଆଲ୍ ମିଡିଆରେ ଫଟୋ ଛାଡ଼ିବା ସହ କିରୋସିନୀ ଢ଼ାଳି ମାରିଦେବାକୁ ଧମକ ଦେଉଥିଲା । ଏ ସମ୍ପର୍କରେ ୬ ମାସ ତଳେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ଦାୟିତ୍ୱରେ ଥିବା ତତ୍କାଳୀନ ଏଏସଆଇ ଶୈଳେନ୍ଦ୍ର ପଲେଇ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲେ । ତମ ଝିଅକୁ ବ୍ଲାକମେଲ୍ କରୁଥିବା ଟୋକାର ଫୋନ୍ ବ୍ଲକ୍ କରିଦିଅ କହି ଘରକୁ ପଠାଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଯୁବକର ବ୍ଲାକମେଲିଂ ଏବଂ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ତାଙ୍କ ଝିଅ ଆତ୍ମହତ୍ୟା କଲା ବୋଲି କହିଛନ୍ତି ।

ତେବେ ପୀଡ଼ିତାଙ୍କ ବାପାଙ୍କର ଏଭଳି ଅଭିଯୋଗକୁ ଅନ୍ୟତ୍ର ଅବସ୍ଥାପିତ ପଲେଇ ବାବୁ ଗାଲୁ ମାରିଛନ୍ତି । ଏଭଳି କୌଣସି ଅଭିଯୋଗ ଆସିଥିବା ତାଙ୍କର ମନେ ପଡୁନାହିଁ ବୋଲି ସେ ଜବାବ ଦେବା ସହ ଏହାର ପ୍ରମାଣ ମାଗିଛନ୍ତି । ଅନ୍ୟପକ୍ଷରେ ଛାତ୍ରୀ ଆତ୍ମଦାହ ଘଟଣାର ତଦନ୍ତ ଦାୟିତ୍ୱ ନିଜେ ସମ୍ଭାଳିଛନ୍ତି ଏସପି ଶ୍ରୀ କଟରିଆ । ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ରହି ସେ ତଦନ୍ତ ଆରମ୍ଭ କରିଛନ୍ତି ।

Previous Post

ଦୁର୍ନୀତିରୁ ଦୂରରେ ରହିବାକୁ ଅଧିକାରୀ ମାନଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

Next Post

ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର

Next Post
ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର

ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA