Saturday, April 18, 2026 05:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଢ଼େଇ ବର୍ଷରେ ସମ୍ପୂର୍ଣ୍ଣ ହେବ ଫୁଲବାଣୀ ମେଡ଼ିକାଲ୍ କଲେଜ

କନ୍ଧମାଳରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

by Our Correspondent
02 Apr, 2021- 11:57 PM
in Latest News, News
1 min read
0
ଅଢ଼େଇ ବର୍ଷରେ ସମ୍ପୂର୍ଣ୍ଣ ହେବ ଫୁଲବାଣୀ ମେଡ଼ିକାଲ୍ କଲେଜ

ଭୁବନେଶ୍ୱର: ୪୫୦ କୋଟି ଟଙ୍କା ବ୍ୟୟରେ ଫୁଲବାଣୀରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ସମ୍ପୂର୍ଣ୍ଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା ଆଜି କନ୍ଧମାଳ ଯାଇ ପ୍ରକଳ୍ପ ଅଞ୍ଚଳ ବୁଲିବା ସହ ଏହାର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ ।

ସୂଚନାଯୋଗ୍ୟ, ଫୁଲବାଣୀରେ ମେଡ଼ିକାଲ୍ କଲେଜ ସ୍ଥାପନ ପାଇଁ ଗତ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ଇତିମଧ୍ୟରେ ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କ୍ୟାମ୍ପସ୍ ରେ ବାଳକମାନଙ୍କ ପାଇଁ ୩୦୦ ଏବଂ ବାଳିକାମାନଙ୍କ ପାଇଁ ୧୫୦ ସିଟ୍ ର ହଷ୍ଟେଲ୍ ରହିବ । ଏଥିସହ ୬୫୦ ଜଣ ବସିପାରିଲା ଭଳି ଅଡିଟୋରିୟମ୍, ଆବାସିକ ଡାକ୍ତରମାନଙ୍କ ପାଇଁ ୧୦୦ ସିଟ୍ ର ହଷ୍ଟେଲ୍ ଏବଂ ଡାକ୍ତର ଓ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ ରହିବ ।

ପ୍ରକଳ୍ପ ନିମନ୍ତେ ନିର୍ମାଣ ସାମଗ୍ରୀ ଓ ଆନୁସଙ୍ଗିକ ସମସ୍ତ ସହଯୋଗ ଯୋଗାଇ ଦେବ ଜିଲ୍ଲା ପ୍ରଶାସନ । ଏଥିସହ ପ୍ରକଳ୍ପ ସଂଲଗ୍ନ ପାହାଡ଼ରେ ବ୍ୟାପକ ବୃକ୍ଷରୋପଣ ସହ ଉପଯୁକ୍ତ ଡ୍ରେନେଜ୍ ଏବଂ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଅଟୋ, ଟାକ୍ସି ଷ୍ଟାଣ୍ଡ ସହ ଉତ୍ତମ ଟ୍ରାଫିକ୍ ବ୍ୟବସ୍ଥା, ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । କ୍ୟାମ୍ପସ୍ ରେ ରହିଥିବାକୁ ଥିବା ଡାକ୍ତର ଏବଂ କର୍ମଚାରୀମାନଙ୍କ ପାଇଁ ସୁନ୍ଦର ପରିବେଶ, ମନୋରଞ୍ଜନ ଓ କ୍ରୀଡ଼ା ସୁବିଧା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ପରେ ଉଚ୍ଚସ୍ତରୀୟ କମିଟି ଫୁଲବାଣୀ ଏଜେଓ ସରକାରୀ ହାଇସ୍କୁଲ ଏବଂ ସରକାରୀ ବାଳିକା ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହି ଦୁଇଟି ଯାକ ସ୍କୁଲକୁ ରାଜ୍ୟ ସରକାରଙ୍କ “ମୋ ସ୍କୁଲ୍’ ଅଭିଯାନରେ ସାମିଲ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ପୂର୍ବତନ ଛାତ୍ର ଏବଂ ପରିଚାଳନା କମିଟି ସହ ଆଲୋଚନା କରି ସେମାନଙ୍କର ମତାମତ ନେଇଥିଲେ । ଏହି ଦୁଇ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ଏବଂ କ୍ରୀଡ଼ା ବ୍ୟବସ୍ଥା କରାଯିବ । ବୈଠକରେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।

କରୋନା ସତର୍କତା ସହ କୋଭିଡ ଗାଇଡଲାଇନ୍ ର କଡ଼ା ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ ।

Previous Post

ବିଜେଡ଼ି, କଂଗ୍ରେସର ୩୦ ଜଣିଆ ଷ୍ଟାର୍ ପ୍ରଚାରକ

Next Post

ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

Next Post
ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA