Saturday, May 9, 2026 08:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ଅରୁଣଙ୍କ ‘ପୀଡ଼ା’

by Samar Pradhan
04 Feb, 2026- 08:44 PM
in Latest News, News
1 min read
0
ଚର୍ଚ୍ଚାରେ ଅରୁଣଙ୍କ ‘ପୀଡ଼ା’

ଭୁବନେଶ୍ୱର: ଏ ‘ପୀଡ଼ା’ ଜଣେ ଅନୁଭବୀ ଲେଖକଙ୍କର । ଯେଉଁଥିରେ ଅଛି ଦୁଃଖୀ, ଦରିଦ୍ର, ଅସହାୟ ମଣିଷର କଥା । ନୋଚା ଲାଖି ଚରିତ୍ର ମାଧ୍ୟମରେ ସେ ଆଙ୍କିଛନ୍ତି ଅଶିକ୍ଷା, ଆର୍ଥିକ ଦୁଃସ୍ଥିତି, ଅପପୃଷ୍ଟି ଏବଂ ହୀନମନ୍ୟତାର କରୁଣ ଚିତ୍ର । ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତିକୁ ଅଙ୍ଗୁଳି ଉଠାଇଛନ୍ତି । ଏସବୁ କାହିଁକି, କେବେ ଏହାର ସୁଧାର ଆସିବ ବୋଲି ପ୍ରଶ୍ନ କରିଛନ୍ତି । କ୍ଷମତା ଅଳନ୍ଦିରେ ବହୁବର୍ଷ ଥିବା ଜଣେ ଅଭିଜ୍ଞ ରାଜନେତାଙ୍କର ଏହି ପ୍ରଶ୍ନ ହୋଇ ନ ପାରେ । କାରଣ ଏଥିପାଇଁ ଦାୟୀ ବ୍ୟବସ୍ଥାର ସେ ବି ଜଣେ ଅଂଶୀଦାର । ମାତ୍ର ଜଣେ ସୃଜନଶୀଳ ଲେଖକଙ୍କ କଲମ ମୁନରେ ବୈପ୍ଲବିକ ଚିନ୍ତା ଏବଂ ସମାଜ ସୁଧାରର ବାର୍ତ୍ତା ପ୍ରଶଂସାଯୋଗ୍ୟ । ଏଥିପାଇଁ ଲେଖକ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’କୁ ନେଇ ଏବେ ଭାରି ଚର୍ଚ୍ଚା । ନୂଆପଡ଼ା ଉପନିର୍ବାଚନ ପ୍ରଚାର କାଳରେ ମାସାଧିକ କାଳ ଲୋକଙ୍କ ସାଥୀରେ ମିଶିବା ପରେ ସାଉଁଟିଥିବା ଅନୁଭୂତିକୁ ଏହି ପୁସ୍ତକରେ ସେ ବର୍ଣ୍ଣନା କରିଛନ୍ତି । ନୋଚା ଲାଖି ନାମକ ଜଣେ ଚରିତ୍ର ମାଧ୍ୟମରେ ନୂଆପଡ଼ାର ସାମାଜିକ, ଅର୍ଥନୈତିକ ଓ ବିକାଶରେ ଥିବା ତାରତମ୍ୟ ଓ ଅଧୋଗତିର ଚିତ୍ର ଆଙ୍କିଛନ୍ତି । ସାମଗ୍ରିକ ଭାବେ ସମାଜର ଏହା ବାସ୍ତବ ଚିତ୍ର ବୋଲି ଲେଖକ ଅନୁଭବ କରିଛନ୍ତି ।

ସେହି ବାସ୍ତବ ଚିତ୍ରଟି ହେଉଛି ଆଜି ବି ଲୋକେ ଦାରିଦ୍ର୍ୟର ତାଡ଼ନାରେ ସଢ଼ୁଛନ୍ତି । ସ୍ୱାସ୍ଥ୍ୟସେବାରେ ଅପହଞ୍ଚ ଅଛନ୍ତି । ଶିକ୍ଷା କ୍ଷେତ୍ରରେ ଆର୍ଥିକ ପ୍ରତିବନ୍ଧତା ରହିଛି । ଲୋକେ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି । ଅପପୃଷ୍ଟି ଯୋଗୁଁ ଜୀବନ ଯାଉଛି । ନିଜର ମାତୃଭାଷାକୁ ଅବହେଳା କରାଯାଉଛି । ନିର୍ବାଚନରେ ସ୍ୱଚ୍ଛତା ରହୁନାହିଁ । ଏସବୁରୁ ମୁକ୍ତି ପାଇବା ସାଧାରଣ ମଣିଷର ସାମର୍ଥ ବାହାରେ । ସଚେତନତାର ବି ଅଭାବ ରହିଛି । ସରକାର ପରେ ସରକାର ବଦଳୁଥିଲେ ମଧ୍ୟ ବ୍ୟବସ୍ଥାକୁ ସମ୍ଭାଳୁଥିବା ଏବଂ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କ ଉତ୍ତରଦାୟିତ୍ୱର ଅଭାବ ଏହି ଦୁର୍ଗତି ପାଇଁ ଦାୟୀ ବୋଲି ଲେଖକ ତାଙ୍କ ପୁସ୍ତକରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ।

‘ପୀଡ଼ା’ରେ ନୂଆପଡ଼ାର ନୋଚା ଲାଖି ଏବଂ ତାଙ୍କ ପରିବାରର ଦୁଃଖ ଓ ଦରଦ କାହାଣୀ ବର୍ଣ୍ଣିତ ହୋଇଥିଲେ ମଧ୍ୟ ଏଭଳି ଅନେକ ପରିବାର ଦୁର୍ଦ୍ଦଶା ଭୋଗୁଥିବା ଅଙ୍ଗେ ନିଭାଇଛନ୍ତି ଲେଖକ । ଏହା ଯେ କେବଳ ନୂଆପଡ଼ା ଜିଲ୍ଲା ପାଇଁ ଉଦ୍ଦିଷ୍ଟ, ତାହା ନୁହେଁ-ଏକଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ, ବିଭିନ୍ନ ଗାଁରେ, ବିଭିନ୍ନ ସହରରେ, ଏପରିକି ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟର ବିଭିନ୍ନ ଭାଗରେ ମଧ୍ୟ ଦେଖିବାକୁ ମିଳେ ବୋଲି ଲେଖକ ଅନୁଭବ କରିଛନ୍ତି ।

ଏହି ଅସହାୟ ମଣିଷମାନେ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେବା ଲେଖକ ଅରୁଣଙ୍କୁ ଆନ୍ଦୋଳିତ କରିଛି । ୭୮ ବର୍ଷର ସ୍ୱାଧୀନ ଶାସନ ବ୍ୟବସ୍ଥା ଭିତରେ ଆମେ ବ୍ୟବସ୍ଥାକୁ କାହିଁକି ସଜାଡ଼ି ପାରିନେ? ଦୁର୍ନୀତି, ଦୁର୍ଗତି, ପଶ୍ଚାତଗତି ପାଇଁ ଦାୟୀ କିଏ? କାହିଁକି ଆମେ ପ୍ରଗତିର ଚରମ ଶିଖରରେ ପହଞ୍ଚିି ନାହେଁ? ସମ୍ଭବତଃ ଜଣେ ବିଧାୟକ ଏବଂ ମନ୍ତ୍ରୀ ଅଭିଜ୍ଞତାରୁ ଲେଖକ ଡ. ସାହୁ ତାଙ୍କ “ପୀଡ଼ା’ ପାଇଁ ନିଜ ପ୍ରଶ୍ନର ଉତ୍ତର ଏହି ପୁସ୍ତକ ଜରିଆରେ ନିଜେ ଖୋଲିଛନ୍ତି ।

ବ୍ୟବସ୍ଥାକୁ ପରିଚାଳନାର ଦାୟିତ୍ୱ ପାଇଥିବା ଅଧିକାଂଶ ଅମଲାତନ୍ତ୍ରୀ ଭୁଲ୍ ରାସ୍ତାରେ ଯାଆନ୍ତି । ନିଜର ଲୋଭ, ଭୟ, ବ୍ୟକ୍ତିଗତ ସ୍ୱାର୍ଥ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ସାମୂହିକ ସ୍ୱାର୍ଥକୁ ବଳି ଦିଅନ୍ତି ।
ଅଧିକାରୀମାନଙ୍କ ନିର୍ଲଜ ସମର୍ପଣ ମନୋଭାବ ଯୋଗୁଁ ନିର୍ବାଚନରେ ସ୍ୱଚ୍ଛତା ରହୁନାହିଁ ।

ଦୁର୍ନୀତି ଦେଶକୁ ଗ୍ରାସ କରିଦେଇଛି । ୧୯୭୫ରୁ ୨୦୦୦ ମଧ୍ୟରେ ଦେଶରେ ଉପରସ୍ତରରେ ଦୁର୍ନୀତି ଜଳ ଜଳ ଦେଖାଗଲା । କେତୋଟି ବଡ଼ ଦୁର୍ନୀତି ଦେଶକୁ ଦୋହଲାଇଦେଲା । କିନ୍ତୁୂ ୨୦୦୦ରୁ ୨୦୨୫ ପର୍ଯ୍ୟନ୍ତ ଦୁର୍ନୀତି ଅସ୍ଥିମଜାଗତ ହୋଇଗଲା ।

ଦାଦନ ଓ ଅପପୃଷ୍ଟି କେବଳ ସରକାରୀ ସମୀକ୍ଷାରେ ସୀମିତ ।

ଉଚ୍ଚପଦସ୍ଥ ଅଧିକାରୀଙ୍କ ବଡ଼ ବିବୃତି ଓ ତଥ୍ୟରେ ସରକାରୀ ପଦକ୍ଷେପର ସଫଳତା ଥାଏ । ବାସ୍ତବ ସ୍ଥିତି କିନ୍ତୁ ସେୟା ନୁହେଁ ।

ନିଜ ମାତୃଭାଷା ପ୍ରତି ଯେଉଁ ଦୁର୍ବଳତା ରହିବା କଥା ବା ଆନ୍ତରିକତା ଏବଂ ସମ୍ମାନବୋଧ ରହିବା କଥା ତାହା ନାହିଁ । ସମାଜର ଉଚ୍ଚ ସୋପାନରେ ଥିବା ଲୋକଙ୍କୁ ଓଡ଼ିଆ ଲେଖି ପଢ଼ି ନ ଆସିବା ଅପମାନଜନକ ।

ମୋଟାମୋଟି ଭାବେ ଦୁଃସ୍ଥ, ଅସହାୟ ନୋଚା ଲାଖିର ଜୀବନକୁ ଏକ ଭିନ୍ନ ଢ଼ଙ୍ଗରେ ପରିବେଷଣ କରି ‘ପୀଡ଼ା’ ପୁସ୍ତକୁ ଜୀବନଧର୍ମୀ କରିଛନ୍ତି ଅରୁଣ । ଏହି ପୁସ୍ତକରେ ତାଙ୍କର ବାର୍ତ୍ତା ହେଉଛି- କଷ୍ଟ ନକଲେ, ଯନ୍ତ୍ରଣାରେ ଜର୍ଜରିତ ନହେଲେ, ପୀଡ଼ା ନ ପାଇଲେ-ପରବର୍ତ୍ତନ ବା ସୁଧାର ଆସିବନି । ନିୟନ୍ତାମାନେ ପୀଡ଼ା ପାଇବେ ଯଦି-ସଂଖ୍ୟାଧିକଙ୍କର ପୀଡ଼ା ଉପଶମ ହୋଇପାରିବ । ତେବେ ଯାଇ “ପୀଡ଼ା” ମାର୍ଗଦର୍ଶକ ହୋଇପାରିବ ।

 

 

Previous Post

୧୫ ମାସରେ ୩୭,୬୧୧ ମହିଳା ବିରୋଧୀ ଅପରାଧ

Next Post

ଦଣ୍ଡରୁ ମୁକୁଳିଲେ ବିଷ୍ଣୁ ସେଠୀ

Next Post
ଦଣ୍ଡରୁ ମୁକୁଳିଲେ ବିଷ୍ଣୁ ସେଠୀ

ଦଣ୍ଡରୁ ମୁକୁଳିଲେ ବିଷ୍ଣୁ ସେଠୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA