Tuesday, February 10, 2026 07:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୫ ମାସରେ ୩୭,୬୧୧ ମହିଳା ବିରୋଧୀ ଅପରାଧ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପ୍ରସଙ୍ଗ

by Our Correspondent
03 Feb, 2026- 07:36 PM
in Latest News, News
1 min read
0
୧୫ ମାସରେ ୩୭,୬୧୧ ମହିଳା ବିରୋଧୀ ଅପରାଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଶୁଭାରମ୍ଭ କରିଥିଲା ବେଳେ ପଡୋଶୀ କନ୍ଧମାଳ ଜିଲ୍ଲାରେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ ଭଳି ଲଜ୍ୟାଜନକ ଖବର ଆସୁଛି ଓ ଓଡ଼ିଶାରେ କନ୍ୟା ଅସୁରକ୍ଷିତ ଥିବାବେଳେ ରାଜ୍ୟ ସରକାର ପ୍ରଥମେ କନ୍ୟା ମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦିଅନ୍ତୁ, ତା ପରେ ‘କନ୍ୟା ବିବାହ ଯୋଜନା’ ଶୁଭାରମ୍ଭ କଲେ ଭଲ ହୁଅନ୍ତା ବୋଲି ବିଜେଡି କହିଛି ।

ଏକ ପ୍ରେସ ବିବୃତି ମାଧ୍ୟମରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଗତ ୧୮ ମାସରେ ରାଜ୍ୟରେ ନାରୀ ନିର୍ଯାତନା ଶୀର୍ଷରେ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି, ୧୫ ମାସରେ ଓଡ଼ିଶାରେ ୩୭,୬୧୧ ମହିଳା ବିରୋଧୀ ଅପରାଧ ମାମଲା ମାମଲା ରୁଜୁ ହୋଇଛି । ଡବଲ ଇଞ୍ଜିନ ସରକାରରେ ୪୦୦୦ରୁ ଅଧିକ ଦୁଷ୍କର୍ମ ହୋଇଛି, ଅସୁରକ୍ଷିତ ନାରୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆରମ୍ଭ କରି ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଆବାସ ସ୍କୁଲରେ ନାବାଳିକା ଗର୍ଭବତୀ ହେଉଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଶୌଚ ହେବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁର୍ବୃତ୍ତମାନେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଦୁର୍ବୃତ୍ତମାନଙ୍କ କବଳରୁ ନିଜକୁ ବଞ୍ଚାଇବାକୁ ନାବାଳିକା ଚେଷ୍ଟା କଲା ବେଳେ ତାଙ୍କ ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ ଦେବା ସହ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ଚାଲିଯାଇଥିଲେ ୨ ଜଣ ଦୁର୍ବୃତ୍ତ । ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଘଟଣା, ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା, ବଳଙ୍ଗାରେ ନାବାଳିକାକୁ ଜିଅନ୍ତା ଜାଳିଦେବା ଘଟଣା ଭଳି ଅମାନବୀୟ କାର୍ଯ୍ୟ ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି ।

ବିଜେପି ସରକାରରେ ଗତ ୧୮ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ପ୍ରମୁଖ ମହିଳା ଓ ଛାତ୍ରୀ ନିର୍ଯାତନା ଘଟଣାମାନ ହେଲା: ସେପ୍ଟେମ୍ବର ୧୭, ୨୦୨୪ରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ସେପ୍ଟେମ୍ବର ୨୨, ୨୦୨୪ରେ ଭୁବନେଶ୍ୱର ଭରତପୁର ପୋଲିସ୍ ଷ୍ଟେସନରେ ମହିଳାଙ୍କୁ ଦୁର୍ବ୍ୟବହାର, ଅକ୍ଟୋବର ୨୩,୨୦୨୪ରେ କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, ମେ ୩, ୨୦୨୫ରେ କୋରାପୁଟ ଲମତାପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ନାବାଳିକାକୁ ଦୁଷ୍କର୍ମ, ଜୁନ ୧୭, ୨୦୨୫ରେ କେନ୍ଦୁଝର ତେନ୍ତଳାପଶିରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା, ଜୁନ୍ ୨୪, ୨୦୨୫ରେ ବ୍ରହ୍ମପୁରରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ତଥା ହୋମିଓପାଥି ଡାକ୍ତରଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର, ଜୁଲାଇ ୨୨, ୨୦୨୫ରେ ମାଲକାନଗିରିରେ ଗୋଟିଏ ଦିନରେ ଦଳିତ ନାବାଳିକାକୁ ପ୍ରଥମେ ୩ ଜଣ ଗଣଦୁଷ୍କର୍ମ କରିବା ପରେ ଦ୍ୱିତୀୟ ଥର ଟ୍ରକ ଡ୍ରାଇଭର ଦ୍ୱାରା ଦୁଷ୍କର୍ମର ଶିକାର ।

ଏହି ଘଟଣାଗୁଡ଼ିକ ବ୍ୟତୀତ (ଜୁଲାଇ ୧୮, ୨୦୨୫) ରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳର ଡୁକୁମ ଗ୍ରାମରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୦, ୨୦୨୫)ରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ଓ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ଛାତ୍ରୀ ଗର୍ଭବତୀ, (ଜୁଲାଇ ୨୬, ୨୦୨୫)ରେ କନ୍ଧମାଳ ତୁମୁଡ଼ିବନ୍ଧରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଛାତ୍ରୀ ନିବାସରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏହିସବୁ ଘଟଣା କେବଳ ନାରୀଙ୍କ ସୁରକ୍ଷା ଉପରେ ନୁହେଁ, ବରଂ ସାମୁଦାୟିକ ବିଶ୍ୱାସ, ଶିକ୍ଷାସ୍ଥଳର ସୁରକ୍ଷା ଓ ଆଇନ ଏବଂ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ।

ଛାତ୍ରୀ ଓ ନାରୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ସହ ଓଡ଼ିଶାରେ ଅହେତୁକ ବୃଦ୍ଧି ପାଉଥିବା ଛାତ୍ରୀ ଓ ନାରୀ ନିର୍ଯାତନା ଓ ଅପରାଧୀମାନଙ୍କ ବିରୁଦ୍ଧରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ଅଛି । ନାରୀଙ୍କୁ ସୁରକ୍ଷା ଓ ନ୍ୟାୟ ଦାବିରେ ବିଜେଡି ସବୁବେଳେ ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ସବୁବେଳେ ଦାବି କରିଛି, ଏସବୁ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ଦୋଷୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଦୃଢ଼ ପଦକ୍ଷେପ ନିଆଯାଉ । ମିଶନଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତ କରିଥିଲେ । ହେଲେ ଆଜି ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ନ୍ୟାୟ ନପାଇ ମହିଳାମାନେ ଆତ୍ମାହୁତି କରିବାକୁ ପଛାଉ ନାହାନ୍ତି । ମହିଳାମାନେ ଏ ରାଜ୍ୟରେ ଆଜି ଭୟରେ ଅଛନ୍ତି । ମହିଳାମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ ସବୁବେଳ ସରକାରଙ୍କ ପାଖରେ ଦାବି କରିଆସୁଛି ।

Previous Post

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ

Next Post

ଚର୍ଚ୍ଚାରେ ଅରୁଣଙ୍କ ‘ପୀଡ଼ା’

Next Post
ଚର୍ଚ୍ଚାରେ ଅରୁଣଙ୍କ ‘ପୀଡ଼ା’

ଚର୍ଚ୍ଚାରେ ଅରୁଣଙ୍କ 'ପୀଡ଼ା'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA