ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀରୁ ୧୮ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏହା ମାର୍ଚ୍ଚ ୨୭ ଯାଏଁ ଚାଲିବ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ର ବିନିମୟ ପରୀକ୍ଷା କାର୍ଯ୍ୟସୂଚୀ ଥଳମଶ ପ୍ରକାଶ ପାଇଛି ।
ଫେବ୍ରୁଆରୀ ୧୮ ତାରିଖରେ ବିଜ୍ଞାନ ବିଭାଗର ଏମଏଲଆଇ ଓଡ଼ିଆ ଏବଂ ୧୯ ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମଆଇଏଲ ଓଡ଼ିଆରୁ ପରୀକ୍ଷା ଆରମ୍ଭ ହେବ । ଦିନ ୧୦ଟାରୁ ୧ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରି ୨ରୁ ୧୨ ତାରିଖ ପ୍ରାକ୍ଟିକାଲ୍ ପରୀକ୍ଷା ହେବ ।
ରାଜ୍ୟର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।