Friday, June 26, 2026 06:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆନ୍ଦୋଳନ ସ୍ଥଗିତ, ୭୨ ଘଣ୍ଟା ମହଲତ

ଦଲାଲଙ୍କ ପାଇଁ ଓକିଲାତି: ବିଜେଡ଼ି

by Our Correspondent
22 Jan, 2021- 07:25 PM
in Latest News, News
1 min read
0
ଆନ୍ଦୋଳନ ସ୍ଥଗିତ, ୭୨ ଘଣ୍ଟା ମହଲତ

ସମ୍ବଲପୁର/ଭୁୁବନେଶ୍ୱର: ଚାଷୀଙ୍କ ସମସ୍ୟାକୁ ନେଇ ସମ୍ବଲପୁରରେ ଗତକାଲିଠାରୁ ଆନ୍ଦୋଳନ ଚଳାଇଥିବା ବିଜେପି ଆଜି ସଂଧ୍ୟାରେ ଆରଡିସିଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଆରଡିସିଙ୍କ ସହ ଆଲୋଚନାକୁ ବିଜେପି ନେତାମାନେ ସକରାତ୍ମକ କହିବା ସହ ଚାଷୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟାର ମହଲତ୍ ଦେଇଛନ୍ତି । ସରକାର ସମାଧାନ ନକଲେ ୨୫ ତାରିଖ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ଗତକାଲି ସମ୍ବଲପୁର ଅଇଁଠାପାଲି ପିଏଚଡି ପଡିଆରେ ବିଜେପି ଚାଷୀ ଅଧିକାର ରାଲି କରିଥିଲା । ଏହାପରେ ଶୋଭାଯାତ୍ରା ସହର ମଧ୍ୟ ଦେଇ ଆରଡିସିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ତେବେ ପୁଲିସ କର୍ଡନ ଭାଙ୍ଗି ବିଜେପି କର୍ମୀମାନେ ଆରଡିସିଙ୍କ କାର୍ଯ୍ୟାଳୟ ପଶିବାକୁ ଉଦ୍ୟମ କଲାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ କିଛି ବିଜେପି ନେତାଙ୍କୁ ପୁଲିସ ଗିରଫ କରି ଟାଉନ୍ ଥାନାକୁ ଆଣିଥିଲା ।

ତେବେ ଆରଡିସିଙ୍କୁ ଭେଟି ନ ପାରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନାରେ ଧାରଣାରେ ବସିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ନାଉରୀ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ରାତି ତମାମ ଥାନାରେ ଧାରଣାରେ ବସିଥିଲେ । ଥାନା ଭିତରେ ନେତା ଧାରଣାରେ ବସିଥିବା ବେଳେ ଥାନା ବାହାରେ କର୍ମୀମାନେ ଧାରଣାରେ ବସିଥିଲେ । କିଛି କର୍ମୀ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲାରୁ ପୁଲିସ ସହ ଧସ୍ତାଧସ୍ତି ଏବଂ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ତେବେ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ୟମରେ ଆରଡିସିଙ୍କ ସହ ବିଜେପି ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ମଣ୍ଡିରୁ ଧାନ ଉଠିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେମାନଙ୍କ ଦାବି ଉପରେ ଆରଡିସିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।

ଦଲାଲଙ୍କ ପାଇଁ ଓକିଲାତି: ବିଜେଡ଼ି

ରାଜ୍ୟରେ ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଛନ୍ତି । ମାତ୍ର ଦଲାଲଙ୍କ ସ୍ୱାର୍ଥରେ ଏହା ବ୍ୟାଘାତ ଘଟାଉଥିବାରୁ ଓଡ଼ିଶାର ବିଜେପି ନେତାଙ୍କ ହୋସ୍ ଉଡିଯାଇଛି । ଦଲାଲଙ୍କ ସହ ହାତ ମିଳାଇଥିବା ବିଜେପି ନେତାମାନେ ସେମାନଙ୍କ ପାଇଁ ଓକିଲାତି କରୁଥିବା ସମସ୍ତଙ୍କୁ ଜଣା । ଗୋଟେ ପଟେ ଦଲାଲଙ୍କ ସ୍ୱାର୍ଥରକ୍ଷା ଓ ଅନ୍ୟପଟେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଚାଷୀ ଆନେ୍ଦାଳନରୁ ନଜର ହଟାଇବା ପାଇଁ ଓଡ଼ିଶା ବିଜେପି ଏଭଳି ଡ୍ରାମା କରୁଛି ବୋଲି ବିଜେଡ଼ି କଟାକ୍ଷ କରିଛି ।

ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବା ବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା । ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ ଲକ୍ଷ ମେଟ୍ରିକ୍ ଟନ ଥିବା ବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ।

ବିଜେଡ଼ି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ପରେ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡ଼ିଶା ପାଇଁ କ’ଣ କରିଛନ୍ତି? ଏଠାରେ ଶସ୍ତା ରାଜନୀତି ନ କରି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରନ୍ତୁ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏଧାନକୁ ମଧ୍ୟ ସଂଗ୍ରହ କରିବା ପାଇଁ ବିଜେଡ଼ି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।

ଫାର୍ସ କାହିଁକି: କଂଗ୍ରେସ

ବିଜେପିର ଆନ୍ଦୋଳନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, କେନ୍ଦ୍ରରେ ସେମାନଙ୍କ ସରକାର ଅଛି । ଆଇନ ଅନୁଯାୟୀ କେନ୍ଦ୍ର ସରକାର ଚାଷୀଙ୍କଠାରୁ ଉଚିତ୍ ମୂଲ୍ୟରେ ଧାନ କିଣିବାର ଅଧିକାର ଅଛି । ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କୁ କହି ଏହା କରାଉ ନାହାନ୍ତି କାହିଁକି? ନିଜ ଦାୟିତ୍ୱ ନ କରି ଥାନାରେ ବସିଲେ ଚାଷୀଙ୍କ ସମସ୍ୟାର କ’ଣ ସମାଧାନ ହୋଇଯିବ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

Previous Post

ବିଶ୍ୱସ୍ତରୀୟ ହେବ କୋଣାର୍କ ଅଞ୍ଚଳ ଭିତ୍ତିଭୂମି

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଛାଇର ଶଦ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ

Next Post
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଛାଇର ଶଦ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଛାଇର ଶଦ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA