Tuesday, April 21, 2026 01:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ

ଟୋକିଓ ପାରାଲିମ୍ପିକ୍ସରେ ରଚିଲେ ଇତିହାସ

by Our Correspondent
04 Sep, 2021- 07:18 PM
in Latest News, News
1 min read
0
ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପାରାଲିମ୍ପିକ୍ସରେ ନିଜର ପ୍ରଥମ ପଦାର୍ପଣ ଓ ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନ୍ ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲ୍ ରେ ବ୍ରିଟେନ୍ ର ଡାନିଏଲ୍ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍ ରେ ହରାଇଛନ୍ତି । ପ୍ରମୋଦଙ୍କ ଏହି ଐତିହ୍ୟ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ପ୍ରଥମେ ସେମିଫାଇନାଲ୍ ମ୍ୟାଚ୍ କୁ ପ୍ରମୋଦ ଏକତରଫା ଜିତିଯାଇଥିଲେ । ଜାପାନର ଡି ଫୁଜିହାରା ତାଙ୍କୁ ମୁକାବିଲା କରିପାରି ନ ଥିଲେ । ବ୍ରିଟେନ୍ ର ଡାନିଏଲ ବେଥେଲଙ୍କ ସହ ଫାଇନାଲ୍ ମ୍ୟାଚ୍ ମୁକାବିଲାରେ ମଧ୍ୟ ପ୍ରମୋଦ ନିଜର ଦବଦବା ବଜାୟ ରଖିଥିଲେ । ପ୍ରଥମ ଓ ଦ୍ୱିତୀୟ ଗେମ୍ ରେ ପ୍ରମୋଦ ଆଗୁଆ ରହି ମ୍ୟାଚ୍ କୁ ନିଜ ସପକ୍ଷକୁ ନେଇଥିଲେ ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଅତିବିରାର ଏହି ସୁନାପୁଅ ପ୍ରମୋଦ ଭଗତ ମାତ୍ର ୫ ବର୍ଷ ବୟସରୁ ପୋଲିଓର ଶିକାର ହୋଇଥିଲେ । ତେବେ ନିଜର ଦୃଢ଼ ମନୋବଳ ଓ ସାଧନା ବଳରେ ଖାଲି ଶୀର୍ଷ ଛୁଇଁନାହାନ୍ତି ବରଂ ଭାରତମାଟିକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଛନ୍ତି । କୋଟି କୋଟି ଭାରତୀୟଙ୍କ ପାଇଁ ସେ ଆଜି ପ୍ରେରଣା ପାଲଟିଛନ୍ତି ।

ବିଶ୍ୱ ଚମ୍ପିଅନସିପ୍ ରେ ପୂର୍ବରୁ ୪ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଦେଶର ସର୍ବଶ୍ରେଷ୍ଠ ପାରା ସଟଲର । ସେ ୪୫ ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି । ୨୦୧୮ ଏସିଆନ୍ ପାରାଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ ।

ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା ପରେ ପ୍ରମୋଦଙ୍କୁ ଟେଲିଫୋନ୍ ରେ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରମୋଦ ଭାରତବାସୀଙ୍କ ହୃଦୟ ଜିତିଛନ୍ତି ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ । ପ୍ରମୋଦଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଉଦବୁଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିଭଳି ପ୍ରମୋଦଙ୍କ ସଫଳତାକୁ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମୋଦଙ୍କ ସଫଳତା ସାରା ଦେଶକୁ ଗର୍ବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Previous Post

ଗଡ଼ିଲା ୧୧୦ ନୂଆ ସରକାରୀ ବସ୍

Next Post

ଆସିଗଲା ପିପିଲି ଉପନିର୍ବାଚନ

Next Post
ଆସିଗଲା ପିପିଲି ଉପନିର୍ବାଚନ

ଆସିଗଲା ପିପିଲି ଉପନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA