Sunday, April 19, 2026 10:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୀବିତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା

by Our Correspondent
20 Oct, 2020- 12:41 AM
in Latest News
1 min read
0
ଜୀବିତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ବ୍ରେକିଂ ଖବର ଲାଗି ଉତ୍ସୁକତା ଆଉ ସାମ୍ବାଦିକମାନଙ୍କ ମଧ୍ୟରେ ସୀମିତ ନାହିଁ । ଟୁଇଟର୍ ହାଣ୍ଡଲ୍ ଧରିଥିବା ନେତାମାନଙ୍କୁ ଏହି ନିଶା ଜୋର୍ ଘାରିଛି । ସବୁଠାରୁ ଲଜ୍ଜାର କଥା, ବଞ୍ଚିଥିବା ଲୋକଙ୍କୁ ସମ୍ମାନ ଦେଇ ଶିଖି ନ ଥିବା ନେତା କାହାର ମୃତ୍ୟୁ ଖବରରେ ଶୋକବ୍ୟକ୍ତ କରି ସୋସିଆଲ୍ ମିଡ଼ିଆରେ ଛାଡ଼ିବା ପାଇଁ ଏବେ ପ୍ରତିଦ୍ୱନ୍ଦିତା ହେଉଛି । ତେବେ ସମସ୍ତଙ୍କଠାରୁ ଆଗରେ ଶୋକବ୍ୟକ୍ତ କରି ବାହାଦୁରି ନେବାର ନିଶା କେତେ ମାରାତ୍ମକ ହୋଇପାରେ ତାହା ଆଜି ଦେଖିବାକୁ ମିଳିଛି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଶାରୀରିକ ଅସୁସ୍ଥତା ଯୋଗୁଁ କଟକର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି । ମାତ୍ର ତାଙ୍କର ପରଲୋକ ହୋଇଯାଇଥିବା କହି ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମନ୍ତ୍ରୀଙ୍କର ଏହି ଟୁଇଟ୍ ସୋମବାର ସଂଧ୍ୟାରେ ଆସିବା ପରେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଖୋଦ୍ ସମୀର ଦେ ଙ୍କ ପରିବାର ଏବଂ ଗଣମାଧ୍ୟମ ପାଖରେ ଏହାର ଖବର ନ ଥିଲା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖକୁ ଏହି ଖବର କେମିତି ଆସିଲା କେହି ବୁଝିପାରି ନ ଥିଲେ ।

ତେବେ ଆମ ସୂଚନା ଅନୁଯାୟୀ, ସମୀର ଦେଙ୍କ ପରିବାର ଏହି ଫେକ୍ ଭାଇରାଲ୍ ଖବର ଜାଣି ଖୁବ୍ ଆଘାତ ପାଇଥିଲେ । କିଛି ଗଣମାଧ୍ୟମକୁ ସେମାନଙ୍କ ଅସନ୍ତୋଷ ଜଣାଇବା ପରେ ଯାଇ ମନ୍ତ୍ରୀ ତଟସ୍ଥ ହୋଇ ସେହି ଟୁଇଟ୍ କୁ ଡିଲିଟ୍ କରିଥିଲେ ।

ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ଦାୟିତ୍ୱହୀନତା ସବୁ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ଜଣେ ବରିଷ୍ଠ ନେତାଙ୍କ ମିଛ ମୃତ୍ୟୁ ଖବର ସେ କେଉଁଠାରୁ ପାଇଲେ ଏବଂ ତାହାର ଯାଞ୍ଚ ନ କରି କିଭଳି ଶ୍ରଦ୍ଧାଞ୍ଜଳି ଦେଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । କିଛି ଦିନ ତଳେ ପ୍ରଦୀପ ମହାରଥୀ ଜୀବିତ ଥିବା ବେଳେ ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମାଲୋଚନାର ଶିକାର ହୋଇଥିଲେ ।

କିଛି ନେତାଙ୍କର ଏଭଳି ବେପରୁଆ ଓ ଦାୟିତ୍ୱହୀନ ଟୁଇଟ୍ ମାନିଆ ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷକରି ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ଠିକ ଖବର ନ ଜାଣି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଏହି ମାରାତ୍ମକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । ସମୀର ଦେ ଙ୍କୁ ଭଗବାନ ଦୀର୍ଘଜୀବୀ କରନ୍ତୁ ।

Previous Post

‘ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କର’

Next Post

RR beat CSK by 7 Wickets

Next Post
RR beat SRH by 5 Wickets

RR beat CSK by 7 Wickets

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA