Sunday, August 9, 2026 09:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିକୁ ମହଙ୍ଗା ପଡ଼ିବେ ମନ୍ତ୍ରୀ ପ୍ରତାପ ଜେନା !

by Our Correspondent
28 Aug, 2021- 11:45 AM
in Latest News, News, Politics
1 min read
0
ବିଜେଡ଼ିକୁ ମହଙ୍ଗା ପଡ଼ିବେ ମନ୍ତ୍ରୀ ପ୍ରତାପ ଜେନା !

ଭୁବନେଶ୍ୱର: ବିଜେଡ଼ି ସରକାରର ହେଭିୱେଟ୍ ମନ୍ତ୍ରୀ ପ୍ରତାପ ଜେନା ଏବେ କାଠଗଡ଼ାରେ । ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ତାଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ସାଲେପୁର ଜେଏମଏଫସି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଡବଲ୍ ମର୍ଡର ଅଭିଯୋଗ, ମନ୍ତ୍ରୀଙ୍କୁ ପୁଲିସର ସୁରକ୍ଷା ଉଦ୍ୟମ ଏବଂ ଅଦାଲତର ହସ୍ତକ୍ଷେପ ଘଟଣାକ୍ରମ ରାଜନୈତିକ ଝଡ଼ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ରାଜରାସ୍ତାକୁ ଓହ୍ଲାଇଲାଣି ।

ମାମଲାଟି ବହୁତ ଗମ୍ଭୀର । ଜାନୁଆରୀ ୨ ତାରିଖରେ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ ୭୩ ବର୍ଷ ବୟସ୍କ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ୮୦ ବର୍ଷ ବୟସ୍କ ଦିବ୍ୟସିଂହ ବରାଳ ନିର୍ମମ ହତ୍ୟାର ଶିକାର ହୋଇଥିଲେ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ । ପୁଲିସ ୩୦୨ ଦଫାରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଇତିମଧ୍ୟରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଟାଙ୍ଗୀ ଥାନା ଅଞ୍ଚଳ ୧୬ ନମ୍ବର ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲ କୁଆଡ଼େ ରମାକାନ୍ତଙ୍କ ପାଖକୁ ଫୋନ୍ କରି ମନ୍ତ୍ରୀଙ୍କ ଇସାରାରେ ସବୁ ହୋଇଥିବା ମାନିଥିଲେ ।

ସେ ଯାହା ହେଉ, ଏହି ମାମଲାର ତଦନ୍ତ ବେଳେ ୧୩ ନଂ ମୁଦାଲା ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖ ମାଡ଼ି ନ ଥିଲା ମାହାଙ୍ଗା ପୁଲିସ । ଆଉ ପରବର୍ତ୍ତୀ ସମୟରେ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ତାଙ୍କ ନାଁ କାଟି ଦେଇଥିଲା । ପୁଲିସର ଏହି ପଦକ୍ଷେପ ବିରୋଧରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦେଇଥିଲେ ଏବଂ କୋର୍ଟ ଏହାର ବିଚାର କରି ଘଟଣାର ଅଧିକ ତଦନ୍ତ ଯଥାଶୀଘ୍ର କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଡବଲ୍ ମର୍ଡର କେସ୍ ରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ତଦନ୍ତକୁ ମୂଳରୁ ବାଟବଣା କରିଥିବା କୋର୍ଟଙ୍କ ଆଦେଶରୁ ସ୍ପଷ୍ଟ ହୋଇସାରିଛି । ଚାର୍ଜସିଟରୁ ଅଭିଯୁକ୍ତଙ୍କ ନାଁ କାଟିବାକୁ ହେଲେ ହାଇକୋର୍ଟର ଅନୁମତି ଦରକାର ଥିଲା ବେଳେ ପୁଲିସ ଚାପରେ ହେଉ କିମ୍ବା ଉପରେ ପଡ଼ି ଅଭିଯୁକ୍ତ ମନ୍ତ୍ରୀଙ୍କ ନାଁକୁ ମନଇଚ୍ଛା କାଟିଦେଇଥିଲା । ପୁଲିସର ଏଦାଦୃଶ୍ୟ କାର୍ଯ୍ୟ ଯେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ତାହା ଆଦୌ ଅଛପା ରହିନାହିଁ । ଏହା ମନ୍ତ୍ରୀଙ୍କ ଭୂମିକାକୁ ନିଶ୍ଚିତ ଭାବେ ଅଧିକ ସନ୍ଦେହ ଘେରକୁ ଟାଣିନେଇଛି ।

ଏବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେଲେ, ମାହାଙ୍ଗା ଥାନା ଆଇଆଇସି ମାମଲାର ଅଧିକ ତଦନ୍ତ କରି ମନ୍ତ୍ରୀଙ୍କୁ ଜେରା କରିବେ । ମାତ୍ର ବାସ୍ତବରେ ତାହା ସମ୍ଭବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀଙ୍କର ଅତି ବିଶ୍ୱସ୍ତ ଥିବା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତାଙ୍କ ଅଞ୍ଚଳର ଆଇଆଇସି ଜେରା କରି ସତ ଓଗାଳିବ ଏହା କେହି ବିଶ୍ୱାସ କରିବେ କି? ସୁତରାଂ ନିରପେକ୍ଷ ତଦନ୍ତରେ ସହଯୋଗ ପାଇଁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବାକୁ ବିରୋଧୀ ଦଳର ଦାବି ଯଥାର୍ଥ ବୋଲି କୁହାଯାଉଛି ।

ମାତ୍ର ସେଭଳି କିଛି ହେବ ବୋଲି ଜଣାପଡୁନାହିଁ । କାରଣ ଏବେକାର ମନ୍ତ୍ରୀ ନୈତିକତାର ବୋଝ ନିଜ ମୁଣ୍ଡ ଉପରକୁ ଆଣି ପଦ ଛାଡ଼ିଦେବାର ଯୁଗ ଆଉ ନାହିଁ । ସେହିଭଳି ନିଜ ମନ୍ତ୍ରୀମାନଙ୍କ ବିରୋଧରେ ସାମାନ୍ୟ ଅଭିଯୋଗକୁ ଏକଦା ବରଦାସ୍ତ କରୁ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସେହି ପୂର୍ବ କଠୋରତା ଆଉ ନାହିଁ । ମନ୍ତ୍ରୀମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗର ସତ୍ୟାସତ୍ୟ ଜାଣି ସୁଦ୍ଧା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଥିବାର ଅନେକ ଅଭିଯୋଗ ରହିଛି । ସେହିଦୃଷ୍ଟିରୁ ପ୍ରତାପ ଜେନା ବ୍ୟତିକ୍ରମ ହୋଇ ନ ପାରନ୍ତି ।

ଏହା ନିରାଟ ସତ୍ୟ ଯେ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟଙ୍କ ଦେହରେ ଅପାରଗ ଓ କଳଙ୍କର ଛିଟା ଲାଗିଲାଣି । ଏହି ମନ୍ତ୍ରୀମାନଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ଥିଲେ ମଧ୍ୟ ନବୀନଙ୍କ ନିରବଦ୍ରଷ୍ଟା ସମସ୍ତଙ୍କୁ ଆଚମ୍ବିତ କରୁଛି । ରାଜନୈତିକ ବାଧ୍ୟବାଧକତାରୁ ମୁଖ୍ୟମନ୍ତ୍ରୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ କରୁ ନ ଥାଇପାରନ୍ତି । ମାତ୍ର ସାଧାରଣରେ ଏହା ବିଜେଡ଼ିର ଭାବମୂର୍ତ୍ତିକୁ କ୍ଷତାକ୍ତ କରୁଥିବା ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି ।

ସେମାନଙ୍କ ମତରେ, ହାତଗଣତି ମନ୍ତ୍ରୀଙ୍କୁ ସନ୍ତୁଷ୍ଟ ରଖିବା ଉଦ୍ୟମ ଯୋଗୁଁ ସାମଗ୍ରିକ ଭାବେ ଦଳ ବଦନାମ ହେଉଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଏମାନେ ଦଳ ପାଇଁ ବୋଝ ହେବେ । ଖାସ୍ କରି ମାହାଙ୍ଗା ଡବଲ୍ ମର୍ଡର ଘଟଣା ଏବଂ ପଞ୍ଚାୟତିରାଜ ଓ ଆଇନ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ନିରବତା ଦଳ ପାଇଁ ବିଶେଷ ମହଙ୍ଗା ପଡ଼ିପାରେ ବୋଲି ଏହି ମହଲର ବିଶ୍ୱାସ ।

Previous Post

ସମ ଅଲ୍ଟିମେଟରେ ସିଆଲୋଏଣ୍ଡୋସ୍କୋପିକ ଚିକିତ୍ସା ଆରମ୍ଭ

Next Post

ପିଲାମାନଙ୍କ ସଫଳତା ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର: ମୁଖ୍ୟମନ୍ତ୍ରୀ

Next Post
ପିଲାମାନଙ୍କ ସଫଳତା ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର: ମୁଖ୍ୟମନ୍ତ୍ରୀ

ପିଲାମାନଙ୍କ ସଫଳତା ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA