Thursday, December 11, 2025 12:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଇଛି’

ପ୍ରଭାତ ତ୍ରିପାଠୀଙ୍କ କାଉଣ୍ଟର ଜବାବ

by Our Correspondent
10 Apr, 2025- 12:57 PM
in Latest News, News, Politics
1 min read
0
‘ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଇଛି’

ମୁଁ ଦଳରେ ନାହିଁ କହିବା ମହାମିଥ୍ୟା: ପ୍ରଭାତ

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ତଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଚିଟଫଣ୍ଡ କେସ୍ ରେ ସଂପୃକ୍ତ ଥିବାରୁ ଜେଲ୍ ଯାଇଥିଲେ । ସେ ଦଳର କେହି ନୁହଁନ୍ତି ।

ୱକଫ୍ ବିଲ୍ ଏବଂ ପାଣ୍ଡିଆନଙ୍କ ଭୂମିକାକୁ ନେଇ ବିଜେଡି ରାଜନୀତିରେ ଘମାସାନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ଗଣମାଧ୍ୟମରେ ଦେଇଥିବା ଏହି ବୟାନର ଜବାବ ଦେଇଛନ୍ତି ନିଜେ ପ୍ରଭାତ ତ୍ରିପାଠୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଇଛି । ସେ ଦଳରେ ନାହାନ୍ତି କହିବା ମହା ମିଥ୍ୟା ବୋଲି ପ୍ରଭାତ କହିଛନ୍ତି ।

ଗତକାଲି ନବୀନ ବାବୁଙ୍କ ମନ୍ତବ୍ୟ ଆସିବା ପର୍ଯ୍ୟନ୍ତ ସେ ବିଜେଡିରେ ଥିଲେ ବୋଲି ପ୍ରଭାତ ପ୍ରମାଣ ଦେଖାଇଛନ୍ତି । ଚିଟଫଣ୍ଡ କେସ୍ ପରେ ୩୧.୧୦.୨୦୧୪ ରେ ସେ ଦଳରୁ ନିଲମ୍ବିତ ହୋଇଥିଲେ । ମାତ୍ର ନିଲମ୍ବନ ଆଦେଶ ଉଠାଇବା ପାଇଁ କେବେ ଅନୁରୋଧ କରି ନ ଥିଲେ । ୧୦.୧୧.୨୦୧୭ ରେ ନବୀନ ବାବୁ ନିଜ ଆଡୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଏହି ଆଦେଶ ସୋସିଆଲ୍ ମିଡିଆରେ ଉପଲବ୍ଧ ।

ସେହିଭଳି ୨୦୨୪ ନିର୍ବାଚନ ବେଳେ ସେ ବିଜେଡି ପାଇଁ ପ୍ରଚାର କରିଥିଲେ । ତାଙ୍କୁ ଦଳ ବିଭିନ୍ନ ସମୟରେ ଉପଯୋଗ କରିଥିଲା । ବାଙ୍କୀରେ ଏକ ନିର୍ବାଚନ ସଭାରେ ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର(ପାଣ୍ଡିଆନ୍) ୧୦ ହଜାର ଲୋକଙ୍କ ଆଗରେ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ୨୦୧୨ ମସିହାରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ୍ ରେ ଦଳକୁ ରକ୍ଷା କରିବାରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ଏହାର ଭିଡିଓ ଫୁଟେଜ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ତେଣୁ ସେ ଦଳରେ ନାହାନ୍ତି ବୋଲି ନବୀନ ବାବୁ ଗତକାଲି ଯାହା କହିଥିଲେ ତାହା ମହା ମିଥ୍ୟା ବୋଲି ପ୍ରଭାତ କହିଛନ୍ତି ।

ପ୍ରଭାତ କହିଛନ୍ତି ଯେ ଚିଟଫଣ୍ଡ୍ କେସ୍ ନ୍ୟାୟାଳୟରେ ବିଚାରାଧୀନ ଅଛି । ସେ ଦୋଷୀ କି ନୁହେଁ ତାହା ନ୍ୟାୟାଳୟ କହିବ । ମାତ୍ର ତାଙ୍କୁ ଛୋଟ ଏବଂ ବଦନାମ କରିବା ପାଇଁ ନବୀନ ବାବୁଙ୍କ ମୁହଁରେ ମିଛ କୁହାଯାଇଛି । ସେ ବିଜେଡିରେ ନାହାନ୍ତି କହି ବଡ଼ ଇସୁ୍ୟକୁ ଗୌଣ କରାଯାଇଛି । ୱକଫ୍ ପ୍ରସଙ୍ଗ ଘୋଡ଼ାଇବାକୁ ଯାଇ ବିଜେଡି ସଭାପତିଙ୍କ ମୁହଁରେ ଗୋଟିଏ ଦୁଇଟି ମିଛ କୁହାଯାଇଛି । ଏହାଦ୍ୱାରା ଓଲଟି ନବୀନ ବାବୁଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରାଯାଇଛି ।

ୱକଫ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଓଡ଼ିଶାବାସୀଙ୍କୁ ଦ୍ୱନ୍ଦରେ ରଖିଛି । ସସ୍ମିତ ପାତ୍ର କାହାରି ନିର୍ଦ୍ଦେଶରେ ନିଷ୍ପତ୍ତି ବଦଳାଇଲେ ତାହା ନବୀନ ବାବୁ ସ୍ପଷ୍ଟ କରିଦେଇଥିଲେ ସରିଥାନ୍ତା । ଓଡ଼ିଶାବାସୀ ଏବେ ତାଙ୍କଠାରୁ ତାହାର ଜବାବ ଅପେକ୍ଷା କରିଛନ୍ତି ବୋଲି ପ୍ରଭାତ କହିଛନ୍ତି ।

ୱକଫ୍ ପ୍ରସଙ୍ଗରେ ପୂର୍ବରୁ ପାଣ୍ଡିଆନଙ୍କ ଉପରେ ବିଷୋଦଗାର କରିଥିବା ପ୍ରଭାତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କିନ୍ତୁ ପାଣ୍ଡିଆନଙ୍କ ସମ୍ପର୍କରେ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି । ପାଣ୍ଡିଆନ ୧୦ ମାସ ତଳୁ ଦଳ ଛାଡ଼ି ଦେଇଥିବା ଗତକାଲି ବୟାନ ଦେଇଥିଲେ ନବୀନ ପଟ୍ଟନାୟକ ।

Previous Post

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’

Next Post

ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍

Next Post
ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍

ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA