Saturday, July 4, 2026 08:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜନ୍ମମାଟିରେ ଭାବବିହ୍ୱଳ ରାଷ୍ଟ୍ରପତି

ବଡ଼ଦାଣ୍ଡରେ ଚାଲି ଚାଲି ଗଲେ

by Our Correspondent
10 Nov, 2022- 09:09 PM
in Latest News, News
1 min read
0
ଜନ୍ମମାଟିରେ ଭାବବିହ୍ୱଳ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ପଦରେ ଅଳଙ୍କୃତ ହେବା ପରେ ଆଜି ନିଜ ଜନ୍ମମାଟି ଓଡ଼ିଶାକୁ ପ୍ରଥମ ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ମହାପ୍ରଭୁ ଜଗନ୍ନାଥଙ୍କ ନିମନ୍ତେ ପୁରୀ ଯାତ୍ରା କରିଥିଲେ । ବଡ଼ଦାଣ୍ଡରେ ପାଦ ଦେଉ ଦେଉ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ ଶ୍ରୀମତୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲ୍ ମାନିବାକୁ ପ୍ରସ୍ତୁତ ନ ଥିଲେ ।

ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ରାଷ୍ଟ୍ରପତି ଶ୍ରୀମନ୍ଦିର ଅଭିମୁଖେ କାର୍ ରେ ଆସୁଥିଲା ବେଳେ ମେଡିକାଲ୍ ଛକରେ କାରରୁ ଓହ୍ଲାଇ ପଡ଼ିଥିଲେ । ମହାପ୍ରଭୁଙ୍କୁ ହାତଟେକି ନିଜର ଭକ୍ତିଭାବ ପ୍ରକଟ କରିବା ସହ ବଡ଼ଦାଣ୍ଡରେ ଚାଲିବା ଆରମ୍ଭ କରିଥିଲେ । ଗୋଟିଏ ପଟେ ମହାପ୍ରଭୁଙ୍କୁ ପ୍ରଣିପାତ କରୁଥିଲେ ତ ଅନ୍ୟପଟେ ତାଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡ କଡ଼ରେ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଉଥିଲେ । ସେହି ବାଟରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଛିଡ଼ା ହୋଇଥିବା ଏକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ରାଷ୍ଟ୍ରପତି ଅଟକି ଯାଇଥିଲେ ଏବଂ ସେମାନଙ୍କ ସହ ଗପସପ କରିବା ପରେ ସେଲଫି ନେଇଥିଲେ ।

୨ କିମି ବାଟ ଚାଲି ଚାଲି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଆଗରେ ପହଞ୍ଚିବା ପରେ ରାଷ୍ଟ୍ରପତି ଆହୁରି ଭାବବିହ୍ୱଳ ହୋଇଯାଇଥିଲେ । ତଳେ ପଡ଼ି ଶ୍ରୀଜୀଉଙ୍କୁ ମୁଣ୍ଡିଆ ମାରିଥିଲେ । ତାଙ୍କ ସାଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରଦୀପ ଅମାତ୍ ପ୍ରମୁଖ ଉପସ୍ଥିତ ଥିଲେ । ସିଂହଦ୍ୱାର ସମ୍ମୁଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଅରୁଣ ସ୍ତମ୍ଭ ଛୁଇଁ ରାଷ୍ଟ୍ରପତି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ଶ୍ରୀଜୀଉଙ୍କୁ ଦର୍ଶନ କଲାବେଳେ ରାଷ୍ଟ୍ରପତିଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଏବଂ ଦୀପ ଜାଳିଥିଲେ । ତାପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ଜଣେ ସାଧାରଣ ଭକ୍ତଙ୍କ ପରି ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେବାୟତମାନଙ୍କ ଆଶୀର୍ବାଦ ନେଇଥିଲେ । ଶେଷରେ ସେ ଶ୍ରୀମନ୍ଦିର ରେଜିଷ୍ଟାରରେ ଦସ୍ତଖତ କରିଥିଲେ ।

ସେଥିରେ ରାଷ୍ଟ୍ରପତି ଲେଖିଛନ୍ତି- ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂରତି ଏବଂ ପାଶ୍ୱର୍ ଦେବଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି । ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକୁର । ମାନବଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି । ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ, ଏହା ମୋର କାମନା ।

ଶ୍ରୀମନ୍ଦିରରେ ପ୍ରାୟ ୪୦ ମିନିଟ୍ ରହିଥିଲେ ରାଷ୍ଟ୍ରପତି । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ପୁରୀ ରାଜଭବନ ଆସିଥିଲେ । ସେଠାରେ ରାଷ୍ଟ୍ରପତିଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରାଷ୍ଟ୍ରପତି ଚକା ପକାଇ ତଳେ ବସି କଦଳୀପତ୍ରରେ ଘିଅ ଅନ୍ନ, କାନିକା, ଖେଚୁଡ଼ି, ଡାଲି, ଡାଲମା, ବେସର, ଶାଗ ଭଜା ଖାଇଥିଲେ । ତାଙ୍କ ସାଙ୍ଗରେ ଖାଇଥିଲେ ଝିଅ ଇତିଶ୍ରୀ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ।

ଏହାପରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍ ଆସି ସେଠାରୁ ଭୁବନେଶ୍ୱର ଫେରିଥିଲେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ବାଜା, ନାଚ ସହ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଭୁବନେଶ୍ୱରର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଭିନ୍ନ ଛକରେ ଥିବା ବକ୍ସି ଜଗବନ୍ଧୁ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସଂଧ୍ୟାରେ ରାଜଭବନରେ ମହାମହିମ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ସମ୍ବର୍ଦ୍ଧନାର ଉତ୍ତରରେ ରାଷ୍ଟ୍ରପତି କହିଥିଲେ, ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମୁଁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିଛି । ଆଶା କରୁଛି, ଜଗନ୍ନାଥ ମୋର ପ୍ରାର୍ଥନା ଶୁଣିବେ । ନିଜ ମାଟିର ମୋହରେ ଭିନ୍ନତା ଅଛି, ନିଜ ମାଟିର ଆକର୍ଷଣ ନିଆରା । ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ବହୁତ ଆନନ୍ଦିତ । ଓଡ଼ିଶା ବିଷୟରେ ମୁଁ ବି ଅନେକ ସ୍ୱପ୍ନ ଦେଖେ । ଏହା ଖଣିଜ ସମ୍ପଦ, ଜଙ୍ଗଲ ଓ ଜଳ ସମ୍ପଦରେ ପରିପୂର୍ଣ୍ଣ । ଓଡ଼ିଶାର ନାରୀମାନଙ୍କର ଦକ୍ଷତା ଓ କର୍ମ ପ୍ରବଣତାର ତୁଳନା ନାହିଁ । କାଳେ କାଳେ ଓଡ଼ିଆ ଲୋକେ ନିଜ ସାମର୍ଥ୍ୟର ପରାକାଷ୍ଠା ଦେଖାଇଛନ୍ତି । ପ୍ରାକୃତିକ ସମ୍ପଦର ସୁବିନିଯୋଗ କରି ଆମ ରାଜ୍ୟର ବିକାଶ କରିପାରିବା । ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ । ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ ।

ଆସନ୍ତାକାଲି ସକାଳ ୯ଟାରୁ ୧୦ଟା ସମୟ ମଧ୍ୟରେ ରାଷ୍ଟ୍ରପତି ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ୍-୨ ସରକାରୀ ବାଳିକା ହାଇସ୍କୁଲ ଏବଂ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି । ସାଢ଼େ ୧୧ଟାରେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ।

ସୂଚନାଥାଉକି, ନୂଆଦିଲ୍ଲୀରୁ ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଆଜି ସକାଳ ପ୍ରାୟ ୧୦.୫୦ ମିନିଟ୍ ରେ ଅବତରଣ କରିଥିଲା । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କୁ ସେମାନେ ପାଛୋଟି ଆଣିବା ପରେ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ।

୧୫ ମିନିଟ୍ ର ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯାତ୍ରା କରିଥିଲେ । ପୁରୀ ତାଳବଣିଆ ହେଲିପ୍ୟାଡ୍ ରେ ହେଲିକପ୍ଟର ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Previous Post

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ

Next Post

ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ଷ୍ଟଲ୍

Next Post
ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ଷ୍ଟଲ୍

ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ଷ୍ଟଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA