Wednesday, August 5, 2026 02:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସିଛନ୍ତି ମହାମହିମ ରାଷ୍ଟ୍ରପତି

by Samar Pradhan
04 Aug, 2026- 08:52 PM
in Latest News, News
1 min read
0
ଆସିଛନ୍ତି ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଆମ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସକାଳେ ସେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଇଛନ୍ତି ଟ୍ରେନରେ । ଅବଶ୍ୟ ସାଧାରଣ ଟ୍ରେନ୍ ରେ ଯାଇନାହାନ୍ତି । ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ନେଇଯାଇଛି ଭାରତୀୟ ରେଳବାଇ ପକ୍ଷରୁ ପ୍ରସ୍ତୁତ ୧୦ କୋଚ୍ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନ୍ । ଯେଉଁଥିରେ ସବୁ ସୁବିଧା ରହିଛି । ରାଷ୍ଟ୍ରପତିଙ୍କୁ ଏସକର୍ଟ କରିବା ପାଇଁ ଆଗରେ ପଛରେ ଦୁଇଟି ଟ୍ରେନ୍ ମଧ୍ୟ ବ୍ରହ୍ମପୁର ଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ରୁଟ୍ ରେ ଅନ୍ୟ ଟ୍ରେନ୍ ଗୁଡ଼ିକର ଯାତାୟତ ଆଜି ବନ୍ଦ କରାଯାଇଥିଲା । କାଲି ରାଷ୍ଟ୍ରପତିଙ୍କ ଫେରିଲା ବେଳେ ମଧ୍ୟ ତାହା ବନ୍ଦ କରାଯିବ । ସବୁ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ଆଜି ନିୟୋଜିତ ଥିଲେ, କାଲି ନିୟୋଜିତ ରହିବେ । କାଲି ପର୍ଯ୍ୟନ୍ତ ହାତୀ କରିଡ଼ର ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତାୟତ ବେଳେ ଟ୍ରାକ୍ ଉପରେ ହାତୀ ଚଳାଚଳ ଆଶଙ୍କାକୁ ଦୂର କରିବା ପାଇଁ ବନ ବିଭାଗ ପକ୍ଷରୁ ଜବରଦସ୍ତ ପ୍ରସ୍ତୁତ କରାଯାଇଛି ।

ରାଷ୍ଟ୍ରପତି ବ୍ରହ୍ମପୁରରେ ପହଞ୍ଚିଲା ପରେ ସେଠାରୁ କାର୍ ଯୋଗେ ପ୍ରାୟ ୬୦ କିମି ଦୂର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣି ଯାତ୍ରା କରିଥିଲେ । ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିଥିଲେ । ସେଠାରେ ପୂଜାର୍ଚ୍ଚନା ସାରି ସଂଧ୍ୟାରେ ବ୍ରହ୍ମପୁର ଫେରି ଆସିଛନ୍ତି । ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେରେ ଆଜି ରାତ୍ରି ଯାପନ କରିବେ । ଆସନ୍ତାକାଲି ସକାଳେ ସେହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତି ଏଭଳି ସମୟରେ ଓଡ଼ିଶା ଆସିଛନ୍ତି ଯେତେବେଳେ ୨୨ ଜିଲ୍ଲାର ୮ ଲକ୍ଷରୁ ଅଧିକ ଲୋକ ବନ୍ୟା ଯନ୍ତ୍ରଣାରେ କଲବଲ ହେଉଛନ୍ତି । ବନ୍ୟା କ୍ଷତିଗ୍ରସ୍ତଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକତା ରହିଛି । ମାତ୍ର ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ଏହା ପ୍ରଭାବିତ ହୋଇଥିବା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ପ୍ରମୁଖ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟସ୍ତ ଅଛନ୍ତି ।

ପୂର୍ବରୁ ବନ୍ୟାର ତାଣ୍ଡବ ବେଳେ ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତକୁ ଲୋକେ ଭୁଲିନାହାନ୍ତି । ଦିଲ୍ଲୀରୁ ଫେରିଲା ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀଙ୍କୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ତଦାରଖ ଦାୟିତ୍ୱ ଛାଡ଼ିଛନ୍ତି । ବନ୍ୟା କ୍ଷତିଗ୍ରସ୍ତମାନେ କିଭଳି ଦୁର୍ଦ୍ଦଶାରେ ଅଛନ୍ତି ତାହା ଏହି ମନ୍ତ୍ରୀମାନେ ଅଙ୍ଗେ ନିଭାଉଛନ୍ତି । ଆଜି ବଡ଼ଚଣା ବନ୍ୟାଞ୍ଚଳ ଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକଙ୍କ ତୀବ୍ର ଅସନ୍ତୋଷର ଶରବ୍ୟ ହୋଇଛନ୍ତି । ତାଙ୍କୁ ଭୀଷଣ ଅପଦସ୍ଥ ହୋଇ ଫେରିବାକୁ ପଡ଼ିଛି । ପୂର୍ବରୁ ପ୍ରମିଳା ମଲ୍ଲିକଙ୍କଠାରୁ ଯାଜପୁର ସାଂସଦ କିଭଳି ଅପମାନିତ ହୋଇଥିଲେ ତାହା ଓଡ଼ିଶାବାସୀ ଦେଖିସାରିଛନ୍ତି ।

ସେ ଯାହା ହେଉ, ଯଦିଓ ରାଷ୍ଟ୍ରପତିଙ୍କ ଚଳିତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପ୍ରାୟ ମାସେ ତଳୁ ସ୍ଥିର ହୋଇସାରିଥିଲା, ମାତ୍ର ବନ୍ୟା ଦୃଷ୍ଟିରୁ ରାଷ୍ଟ୍ରପତି ଚାହିଁଥିଲେ ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇ ଦେଇପାରିଥାନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସୂଚନାଥାଉକି, ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରଠାରେ ଜୁନ୍ ୨୦ରେ ଆୟୋଜିତ ମୁଖ୍ୟ ଉତ୍ସବରେ ଯୋଗଦେବାକୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଆସିଥିଲେ । ଗୋଟିଏ ମଞ୍ଚରେ ଦେଶର ଦୁଇ ଶୀର୍ଷ ନେତା ଏକାଠି ହେବାକୁ ବିରଳ ମୁହୂର୍ତ୍ତ ବୋଲି ପ୍ରଚାର କରାଯାଇଥିଲା ।

ତେବେ ବିଡ଼ମ୍ବନାର କଥା ହେଉଛି, ସେତିକିବେଳକୁ ରାଜ୍ୟ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର ଥିଲା । ଦୁଇଟି ଘଟଣା ସାରା ରାଜ୍ୟବାସୀଙ୍କୁ ଆଚ୍ଛନ୍ନ କରି ରଖିଥିଲା । ପ୍ରଥମଟି ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ନିର୍ଯ୍ୟାତନା ଘଟଣା ଏବଂ ଅନ୍ୟଟି ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ଅଞ୍ଚଳରେ ଜଣେ ଅଣଓଡ଼ିଆ ଯୁବତୀଙ୍କ ପ୍ରତି ବର୍ବରତା ଘଟଣା । ରାୟଗଡ଼ାରେ ବିବସ୍ତ୍ର ମହିଳାଙ୍କ କାହାଣୀ ଅନ୍ତର୍ଜାତୀୟ ଖବର ହୋଇଥିବା ବେଳେ ରାଜ୍ୟ ସରକାର ଦୁଇବର୍ଷର ପୂର୍ତ୍ତି ଉତ୍ସବରେ ମାତିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ।

ରାଜ୍ୟ ସରକାରଙ୍କର ସେହି ପୂର୍ତ୍ତି ଉତ୍ସବରେ କିନ୍ତୁ ସାମିଲ ହୋଇଥିଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ସରକାରଙ୍କ କାର୍ଯ୍ୟକୁ ଉଭୟ ଭୂୟସୀ ପ୍ରଶଂସା କରିଥିଲେ । ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲା ବେଳେ ମୋହନଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଦ୍ରୁତ ଗତିରେ ବଢ଼ୁଛି ବୋଲି ସେହି ମଞ୍ଚରୁ ପ୍ରଧାନମନ୍ତ୍ରୀ କହିଥିଲେ ।

Previous Post

ପ୍ରଶାନ୍ତ କିଶୋରଙ୍କ ବୃହତ୍ତ ବିଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA