Monday, August 10, 2026 07:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦ୍ରୌପଦୀ ମୁର୍ମୁଙ୍କୁ ଜୋରଦାର ସ୍ୱାଗତ

ବିମାନବନ୍ଦରରୁ ପାଛୋଟି ଆଣିଲେ ବିଜେପି-ବିଜେଡି ନେତା

by Our Correspondent
08 Jul, 2022- 11:59 AM
in Latest News, News
1 min read
0
ଦ୍ରୌପଦୀ ମୁର୍ମୁଙ୍କୁ ଜୋରଦାର ସ୍ୱାଗତ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଯୋଗାଡ ଅଭିଯାନରେ ଆଜି ନିଜ ଜନ୍ମମାଟି ଓଡ଼ିଶା ଆସିଛନ୍ତି । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଉଭୟ ବିଜେପି ଏବଂ ବିଜେଡି ନେତୃମଣ୍ଡଳୀ ଭାବୀ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ ।

ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଭବ୍ୟ ଆୟୋଜନ ହୋଇଥିଲା । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ରରେ ସେହି ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଠିକ୍ ଦିନ ୧୧ଟାରେ ବିମାନ ବନ୍ଦରରୁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ପାଛୋଟି ଆଣିବା ପାଇଁ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲା ବେଳେ ବିଜେଡି ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ବାସନ୍ତୀ ହେମ୍ବ୍ରମ୍, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବିମାନବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପରେ ଶ୍ରୀମତୀ ମୁର୍ମୁ ସେଠାରୁ ବାହାରି ରାଜ୍ୟ ଅତିଥି ଭବନ ଯାତ୍ରା କରିଥିଲେ । ସେଠାରେ ବିଜେପିର ସବୁ ସାଂସଦ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେବା ପରେ ଶ୍ରୀମତୀ ମୁର୍ମୁ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକମାନଙ୍କ ସହ ଏକ ବୈଠକରେ ଯୋଗଦେବାକୁ ଆସିଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପିନାକୀ ମିଶ୍ର, ସରକାରୀ ମୁଖ୍ୟ ଦଳର ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ପ୍ରମୁଖ ତାଙ୍କୁ ପାଛୋଟି ନେଇଥିଲେ । ସମ୍ମିଳନୀ କକ୍ଷରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସେଠାରେ ଅନୁଷ୍ଠିତ ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ, ବିଧାୟିକାମାନେ ଯୋଗଦେଇଛନ୍ତି ।

ଏହାପରେ ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଏବଂ ବିଧାୟକ/ବିଧାୟିକାମାନଙ୍କ ସହ ବୈଠକରେ ଯୋଗଦେବେ । ସେଠାରେ ବୈଠକ ସରିଲା ପରେ ନବୀନ ନିବାସ ଯିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଶ୍ରୀମତୀ ମୁର୍ମୁ ଲକ୍ଷ୍ମୌ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି ।

Previous Post

ମୋଦି ନାମ ଜପ କଲେ

Next Post

ଶପଥ ନେଲେ ମାନସ ମଙ୍ଗରାଜ, ସୁଲତା ଦେଓ

Next Post
ଶପଥ ନେଲେ ମାନସ ମଙ୍ଗରାଜ, ସୁଲତା ଦେଓ

ଶପଥ ନେଲେ ମାନସ ମଙ୍ଗରାଜ, ସୁଲତା ଦେଓ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA