Sunday, May 10, 2026 08:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଜେଟ୍ ଉପସ୍ଥାପନ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

by Our Correspondent
20 Feb, 2026- 10:04 PM
in Latest News, News
1 min read
0
ବଜେଟ୍ ଉପସ୍ଥାପନ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଜୟ ଜଗନ୍ନାଥ !

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ମୁଁ ଆଜି ବିଧାନ ସଭାରେ 2026-27 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଅଛି । ଏହି ବଜେଟ୍ର ସବୁ ବର୍ଗର ଜନସାଧାରଣଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ପୂରଣ କରିବା ସହ ରାଜ୍ୟକୁ ବିକାଶର ଗତିପଥରେ ତ୍ଵରିତ ବେଗରେ ଅଗ୍ରସର କରାଇବା ଦିଗରେ ସହାୟକ ହେବ । ଆମେ ସମୃଦ୍ଧ ଓଡ଼ିଶା–2036ର ମହାଯାତ୍ରା ଆରମ୍ଭ କରିଛୁ ।

ଏହି ବଜେଟ୍ କେବଳ ଆଗାମୀ ବର୍ଷର ଆୟ–ବ୍ୟୟର ହିସାବ ନୁହେଁ; ଏହା ଏକ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ ଓଡ଼ିଶା ଗଠନ ଦିଗରେ ଏକ ସୁଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ଅଟେ । ଗତବର୍ଷ ଜୁନ ମାସରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ Vision 2036 ଓ 2047 ଆମ ପାଇଁ ଏକ ପଥପ୍ରଦର୍ଶକ ଓ ଦୀପଶିଖା ସଦୃଶ ଅଟେ । ଏହି vision କୁ ସାକାର କରିବା ପାଇଁ ଆମେ ଭିତ୍ତିଭୂମି ବିକାଶ, ପୁଞ୍ଜି ନିବେଶ, ନଗର ଉନ୍ନୟନ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ, ଏବଂ କୃଷି ଓ ଜଳସେଚନ ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଇ ଏହି ବଜେଟ୍ ପ୍ରସ୍ତୁତ କରିଛୁ । ଏହାସହିତ, ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ସର୍ବାଙ୍ଗୀନ ବିକାଶ, ତଥା ମହିଳା ଓ ଶିଶୁ କଲ୍ୟାଣକୁ ବିଶେଷ ଗୁରୁତ୍ୱ ଦେବା ସହିତ ସୁଦକ୍ଷ ଜନସେବା ମାଧ୍ୟମରେ ଓଡ଼ିଶାବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ।

ଆର୍ଥିକ ବର୍ଷ 2026-27 ପାଇଁ ମୋଟ 3 ଲକ୍ଷ 10 ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 20 ହଜାର କୋଟି ଟଙ୍କା ଅଧିକ ଅଟେ । ଏହି ବଜେଟ୍ ଅଟକଳ ମଧ୍ୟରୁ 1 ଲକ୍ଷ 80 ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ (Programme Expenditure) ମୋଟ ବଜେଟ୍ ଅଟକଳର 58 ପ୍ରତିଶତ ଅଟେ । ଚଳିତ ବଜେଟରେ ଆକଳନ କରାଯାଇଥିବା 72 ହଜାର 100 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6.5 ପ୍ରତିଶତ ଏବଂ ସମୁଦୟ ବଜେଟର 23.3 ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ ।

ଆପଣମାନେ ଜାଣିଥିବେ ଯେ, ମଧୁବାବୁ ପେନସନ ଯୋଜନା (MBPY) ଏବଂ NSAP ଯୋଜନାରେ 57 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବର୍ଦ୍ଧିତ ହାରାରେ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରାଯାଉଛି । ମାତ୍ର, ଦୁଃଖର ସହିତ କହିବାକୁ ପଡୁଛି ଯେ ଆଜି ମଧ୍ୟ ରାଜ୍ୟରେ ୬ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତି ସାମାଜିକ ସୁରକ୍ଷା ପେନ୍‌ସନରୁ ବଞ୍ଚିତ ଅଛନ୍ତି । ଏହା ରାଜ୍ୟର ବୃଦ୍ଧ ଓ ଅସହାୟ ନାଗରିକମାନଙ୍କ ପ୍ରତି ଏକ ଅନ୍ୟାୟ । ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନେଇନଥିଲେ । ଆପଣମାନେ ଜାଣି ଖୁସି ହେବେ ଯେ, ଆମ ସରକାର ଏହାର ସମାଧାନ ପାଇଁ “ମଧୁବାବୁ ପେନ୍‌ସନ ଯୋଜନା” ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ saturation ମୋଡ୍‌ରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଆମେ ତୁରନ୍ତ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିବୁ ।

ଆମ ସରକାର ମହିଳା ମାନଙ୍କ ମର୍ଯ୍ୟାଦା ଓ ସଶକ୍ତିକରଣ ଏବଂ ଶିଶୁ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ, ଏବଂ ଚଳିତ ବର୍ଷର ବଜେଟ୍‌ରେ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ 16,152 କୋଟି ଟଙ୍କା ଏବଂ ମିଶନ ଶକ୍ତି କ୍ଷେତ୍ର ରେ 2804 କୋଟି ଟଙ୍କା ଦିଆଯିବା ସହିତ ଅନେକ ପରିବର୍ତ୍ତନକାରୀ ପଦକ୍ଷେପ ମାଧ୍ୟମରେ ଆମର ଦୃଢ ସଂକଳ୍ପ ପ୍ରତିଫଳିତ ହୋଇଛି । ମହିଳା ସଶକ୍ତିକରଣ ଅଧୀନରେ ଆମ ସରକାରଙ୍କ ଏକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା । ଏହି ଉଦ୍ଦେଶ୍ୟ ପାଇଁ, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି, ଯାହା ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ ୧ ଲକ୍ଷ୧ ଟଙ୍କା ପ୍ରଦାନ କରାଯିବ ।

କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 42,492 କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ 12.3% ଅଧିକ ଅଟେ ।

“ସମୃଦ୍ଧ କୃଷକ ଯୋଜନା” ଅଧୀନରେ ଧାନ କ୍ରୟ ସୁନିଶ୍ଚିତ କରିବା ପାଇଁ 6,088 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଏବଂ ଚାଷୀଙ୍କୁ ସମୟୋପଯୋଗୀ ଦେୟ ପ୍ରଦାନ ପାଇଁ 5,000 କୋଟିର ଟଙ୍କାର ଆବର୍ତ୍ତନ ପାଣ୍ଠି ଗଠନ ପ୍ରସ୍ତାବ ରହିଛି । ଏହା ସହିତ “ଶ୍ରୀ ଅନ୍ନ ଅଭିଯାନ”, “ଫସଲ ବିବିଧୀକରଣ କାର୍ଯ୍ୟକ୍ରମ”, “ବଳଭଦ୍ର ଜୈବିକ ଚାଷ ମିଶନ” ପରି ପଦକ୍ଷେପ ମାଧ୍ୟମରେ ସସ୍ୟ ବିବିଧତା, ପୋଷଣ ସୁରକ୍ଷା ଓ ପରିବେଶ-ମୂଳକ କୃଷିକୁ ପ୍ରୋତ୍ସାହନ ଦିଆଯିବାର ପ୍ରସ୍ତାବ ରହିଛି । ଫସଲର ବିବିଧକରଣ ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛୁ । ତୈଳବୀଜ, ଡାଲି ଜାତୀୟ ଫସଲ, ପନିପରିବା ଓ ଫଳ ଆଦି ଚାଷକୁ ପ୍ରୋତ୍ସାହନ ଦ୍ୱାରା ଚାଷୀର ଆୟକୁ ବହୁଗୁଣିତ କରିବା ଆମର ଲକ୍ଷ୍ୟ । ଯାହା ଚାଷୀଙ୍କ ଭବିଷ୍ୟତକୁ ଅଧିକ ସୁରକ୍ଷିତ ଓ ସମୃଦ୍ଧ କରିବ ।

ଭାରତ ସରକାରଙ୍କ ଦ୍ଵାରା ପ୍ରଣିତ ବିକଶିତ ଭାରତ – ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଅଧିନିୟମ, 2025 ଅନୁସାରେ ଭିବି ଜି-ରାମ-ଜି ଯୋଜନା କାର୍ଯ୍ୟକାରୀ ହେବ । କେନ୍ଦ୍ରୀୟ ବଜେଟ୍, 2026-27ରେ ଭିବି ଜି-ରାମ-ଜି ପାଇଁ 95 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେଣୁ, ମୁଁ ଗ୍ରାମୀଣ ପରିବାରଙ୍କ ଆୟକୁ ସୁଦୃଢ଼ କରିବା ଲାଗି 125 ଦିନର ରୋଜଗାରର ଗ୍ୟାରେଣ୍ଟି ନିମନ୍ତେ ଏହି ଯୋଜନା ଅଧିନରେ ଆବଶ୍ୟକୀଯ ଅର୍ଥ ବ୍ୟୟ ବରାଦର ପ୍ରସ୍ତାବ ଦେଇଛି । ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡାଲଖାଇ (DALKHAI) “Dignified Access to Livelihood, Knowledge, Health and Allied Infrastructure” ନାମକ ଏକ ନୂତନ ପ୍ରୟାସ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରୟାସ ମାଧ୍ୟମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରି ସ୍ଥାୟୀ ଓ ସୁରକ୍ଷିତ ଜୀବିକା ସୃଷ୍ଟି କରାଯିବ ।

କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସହଯୋଗ କରିବା ପାଇଁ Rare Earth କରିଡର ନିମନ୍ତେ ମଧ୍ୟ ରାଜ୍ୟ ସରକାର ଯୋଗଦାନ ରଖିଛନ୍ତି । ଆମ ରାଜ୍ୟ ଭାରତ ସେମିକଣ୍ଡକ୍ଟର ମିଶନ ପ୍ରୋତ୍ସାହନ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁଞ୍ଜି ନିବେଶ ସବସିଡିର ଅତିରିକ୍ତ 50% ପ୍ରଦାନ କରୁଛି ।

“ରାଜ୍ୟ ଏଆଇ ମିଶନ” ଜରିଆରେ ଶାସନ ଏବଂ ସେବା ବିତରଣ ବ୍ୟବସ୍ଥାରେ ଏଆଇ’କୁ ଯୋଡ଼ିବା ଦିଗରେ ବିଭାଗଗୁଡିକୁ ସାହାଯ୍ୟ କରିବ; ଯାହା ରାଜ୍ୟ ଶାସନ ବ୍ୟବସ୍ଥାର ଦକ୍ଷତା, ସଠିକତା ଏବଂ ସଂବେଦନଶୀଳତା ବୃଦ୍ଧି ପାଇଁ ଜରୁରୀ ଅଟେ ।

ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ଦୃଢ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆମେ 2026-27 ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ 1,023 କୋଟି ଟଙ୍କା ବ୍ୟୟବରାଦ କରିଛୁ, ଯାହା ଗତ ବର୍ଷ ତୁଳନାରେ 25 % ଅଧିକ । ଆମର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ପାଇଁ ଭୁବନେଶ୍ୱରଠାରେ 800 କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଆମେ ପଦକ୍ଷେପ ନେଇଛୁ । ପୁରୀଠାରେ ଏକ ମେରାଇନ୍ ଆକ୍ୱାରିୟମ୍ ପ୍ରତିଷ୍ଠା ସହ ସମ୍ବଲପୁର, କଟକ, ଭୁବନେଶ୍ୱର, ବାରିପଦା ଏବଂ ବୈତରଣୀ ନଦୀ କୂଳରେ 500 କୋଟି ଟଙ୍କା ବ୍ୟୟରେ ନଦୀପଠାର (Riverfront) ସାମଗ୍ରିକ ବିକାଶ କରାଯିବ । ଏହାବ୍ୟତୀତ, ଆମେ 2047 ସୁଦ୍ଧା 25 ହଜାର ହୋଟେଲ ରୁମ୍ (Hotel Keys) ନିର୍ମାଣ ଲକ୍ଷ୍ୟରେ ଏକ ପର୍ଯଟନ ଲ୍ୟାଣ୍ଡ ବ୍ୟାଙ୍କ’ ଯୋଜନା ଆରମ୍ଭ କରୁଛୁ ।

ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ପାଇଁ ବାଲିପୁଟ, ସିମିଳିପାଳର ନୱାନା ଏବଂ କରଞ୍ଜିଆର ଦେଓଠାରେ ନୂତନ କେନ୍ଦ୍ର ସ୍ଥାପନ କରାଯିବା ସହ ଚିଲିକା ହ୍ରଦର ପୁନରୁଦ୍ଧାର ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ କରାଯିବ । କେନ୍ଦୁଝରର ସାନଘାଗରା ଠାରେ 91 କୋଟି ଟଙ୍କା ବ୍ୟୟରେ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରର (RPRC) ଏକ ଉପ-କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏହି ବଜେଟ୍‌ରେ ଅନେକ ବିବିଧ ପ୍ରସ୍ତାବ ରଖାଯାଇଛି । ଏହି ବଜେଟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛୁ । ଏହି ପଦକ୍ଷେପ ଦ୍ୱାରା ବିଶ୍ୱ ବିଦ୍ୟାଳୟ ସଂଖ୍ୟା ୨୧ରେ ପହଞ୍ଚିବ ।

ପାରାଦୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରହିଛି । ଗୁଣାତ୍ମକ ଚିକିତ୍ସା ଶିକ୍ଷାର ସମ୍ପ୍ରସାରଣ ଏବଂ ଆୟୁଷ (AYUSH) ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଏବଂ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଛି । ଏହା ବ୍ୟତୀତ ଚିପଲିମାରେ ଏକ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ଏବଂ ସୋନପୁରରେ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।

2026-27 ଆର୍ଥିକ ବର୍ଷର ଏହି ବଜେଟ୍ ଓଡ଼ିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ସ୍ୱପ୍ନ ଓ ସଂକଳ୍ପର ପ୍ରତିଫଳନ । ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ, 2005 ର ମାର୍ଗଦର୍ଶିକାକୁ ପାଥେୟ କରି ଆମେ ଏକ ସମତୁଲ ଏବଂ ଦୂରଦୃଷ୍ଟିସମ୍ପନ୍ନ ଆର୍ଥିକ ରଣନୀତି ପ୍ରସ୍ତୁତ କରିଅଛୁ । ଆମର ଲକ୍ଷ୍ୟ ସ୍ପଷ୍ଟ – ସମ୍ବଳର ସୁବିନିଯୋଗ ମାଧ୍ୟମରେ ପ୍ରତିଟି ଗାଁରେ ବିକାଶର ପହଞ୍ଚ ଏବଂ ପ୍ରତିଟି ପରିବାରରେ ସମୃଦ୍ଧିର ଆଗମନ ।

ଏକ ସମୃଦ୍ଧ, ଶସକ୍ତ ଏବଂ ସମାବେଶୀ ଓଡ଼ିଶା ନିର୍ମାଣ ଯାତ୍ରାରେ ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପମାନ ଜନସାଧାରଣମାନଙ୍କ ନିକଟରେ ପହଞ୍ଚାଇବାରେ ଆପଣମାନଙ୍କର ଭୂମିକା ଅପରିହାର୍ଯ୍ୟ। ମୋର ଦୃଢ଼ ବିଶ୍ୱାସ ଯେ, ଆମ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ଜନସାଧାରଣଙ୍କ ଅଭିଳାଷା, ଆପଣମାନଙ୍କର ସହୃଦୟ ସହଯୋଗ ଏବଂ ସରକାରଙ୍କ ସ୍ୱଚ୍ଛ ଶାସନ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ସ୍ଥାପିତ କରିବ ଏବଂ ଏହି ବଜେଟ୍‌ ଯେ, ସେହି ସ୍ଵର୍ଣ୍ଣିମ ସଫଳତାର ମୂଳଦୁଆ ହେବ, ଏହା ନିଃସନ୍ଦେହ।

ଧନ୍ୟବାଦ

Previous Post

୩ ଲକ୍ଷ ୧୦ ହଜାର କୋଟିର ବଜେଟ୍

Next Post

ବଜେଟ୍ ପୋଲ୍ ଖୋଲିଲା ବିଜେଡି

Next Post
ବଜେଟ୍ ପୋଲ୍ ଖୋଲିଲା ବିଜେଡି

ବଜେଟ୍ ପୋଲ୍ ଖୋଲିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA