ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସ ବି ନାହିଁ । ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ବି ଥମିନାହିଁ । ଏତିକିବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମସ୍ତଙ୍କର ଉତ୍କଣ୍ଠା ବଢ଼ାଇଥିଲା । ଖାସ୍ କରି ରାଜ୍ୟର ବିଜେପି ନେତା ଓ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ବିଜେଡି ସମ୍ପର୍କରେ ଦଳର ଆଭିମୁଖ୍ୟକୁ ଚାହିଁ ରହିଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଭାଷଣ ସେମାନଙ୍କୁ ନିରାଶ କରିଛି । ଚଣ୍ଡିଖୋଲରେ ଆୟୋଜିତ ମୋଦୀ ଗ୍ୟାରେଣ୍ଟି ସମାବେଶରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ଧୂମ୍ ସମାଲୋଚନା କରିଥିଲା ବେଳେ ଓଡ଼ିଶାରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ପଦୁଟିଏ କହିନାହାନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ନିନ୍ଦା କରିନାହାନ୍ତି କି ପ୍ରଶଂସା କରିନାହାନ୍ତି । ଅବଶ୍ୟ ଲୋକସଭାରେ ଏନଡିଏକୁ ୪୦୦ରୁ ଅଧିକ ଆସନରେ ଜିତାଇବା ପାଇଁ ନେତା ଓ କର୍ମୀଙ୍କୁ ସଂକଳ୍ପ ଦେଇଛନ୍ତି । ମୋଦୀଙ୍କ ସଂକଳ୍ପକୁ ମନରେ ଧରି ରାଜ୍ୟ ନେତାମାନେ ମନ ମାରିକି ଚଣ୍ଡିଖୋଲ ଛାଡ଼ିଛନ୍ତି ।







