Thursday, June 25, 2026 06:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକପ୍ରତିନିଧି, ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

ଦୁର୍ନୀତି ବିରୋଧରେ ନବୀନଙ୍କ କଠୋର ଆଭିମୁଖ୍ୟ

by Our Correspondent
21 Dec, 2020- 08:02 PM
in Latest News, News, Politics
1 min read
0
ଲୋକପ୍ରତିନିଧି, ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

ଭୁୁବନେଶ୍ୱର: ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ । ସେହିପରି ତଳିଆ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀ ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ଦେବେ । ଜନସାଧାରଣଙ୍କ ସୂଚନା ନିମନ୍ତେ ଏହା ପବ୍ଲିକ୍ ଡୋମେନ୍ ରେ ରଖାଯିବ । ଏଥିସହ ପ୍ରତିବର୍ଷ ଏହି ସମ୍ପତ୍ତି ତାଲିକାକୁ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯିବ ।

ବିଜେଡ଼ି ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ଭାଷଣରେ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସିଧା ସିଧା ଜଣାଇ ଦେଇଛନ୍ତି ଯେ ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ । ଦୁର୍ନୀତିର ମୂଳୋତ୍ପାଟନ ନହେଲେ ଅନ୍ୟ ଲଢ଼େଇ ସବୁ ମୂଲ୍ୟହୀନ ହୋଇଯିବ । ଦୁର୍ନୀତି ବିରୋଧରେ ସଂଗ୍ରାମ ଆମକୁ ଅସମାନତା, ଦାରିଦ୍ର୍ୟ, ଅନ୍ୟାୟ ବିରୋଧୀ ଲଢ଼େଇରେ ସହାୟକ ହୋଇପାରିବ ।

ତଳସ୍ତରରୁ ଉପରସ୍ତର ଯାଏଁ ଲୋକପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ପ୍ରଦାନକୁ ଦୁର୍ନୀତି ବିରୋଧୀ ଅଭିଯାନର ଏକ କଡ଼ା ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରି ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ ଏବଂ ଅନ୍ୟ ରାଜ୍ୟମାନଙ୍କୁ ଏ ଦିଗରେ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ନିଜ ଦଳର ସାଂସଦମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସମ୍ପତ୍ତି ତାଲିକା ଦେବାକୁ ପରାମର୍ଶ ଦେଇ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ବିରୋଧରେ ଆମର ସାଲିସବିହୀନ ଲଢ଼େଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି । ଦୁର୍ନୀତି ମାମଲା ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ବା ଦୁର୍ନୀତିରେ ଲିପ୍ତମାନଙ୍କର ସମ୍ପତ୍ତିର ବ୍ୟାଜ୍ୟାପ୍ତି । ଏ ସବୁଥିରେ ଆମ ରାଜ୍ୟ ହିଁ ସବୁଠାରେ ଆଗରେ ଅଛି । ଏକ ଦୃଢ଼ ଲୋକାୟୁକ୍ତ ଗଠନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଛି ।

ଦୁର୍ନୀତି କରୁଥିବା କର୍ମଚାରୀମାନେ ଯେତେ ଉଚ୍ଚ ପଦବୀରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୋଧରେ ଆମେ ସବୁବେଳେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଆସିଛୁ । ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରୀରୁ ବରଖାସ୍ତ ମଧ୍ୟ କରାଯାଉଛି । ଗତ ବର୍ଷକ ମଧ୍ୟରେ ଆମେ ୯୧ ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରୀରୁ ବରଖାସ୍ତ କରିଛୁ । ପେନସନ୍ ବନ୍ଦ କରିଛୁ । ଆମେ ଆଗକୁ ଏ ଲଢ଼େଇକୁ ଆହୁରି ଜୋରଦାର କରିବୁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ଉପଦେଶକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକ ମୁହଁରେ ହସ ଓ ମନରେ ବିଶ୍ୱାସ ଗୋଟିଏ ରାଜନୈତିକ ଦଳର ସବୁଠାରୁ ବଡ ସମ୍ପତ୍ତି । ତାକୁ ବଜାୟ ରଖିବା ପାଇଁ ଆସନ୍ତୁ ଆମେ କାମ କରିଚାଲିବା ।

Previous Post

କେନ୍ଦ୍ର ଅବହେଳା ବିରୋଧରେ ପୁଣି ଯୁଦ୍ଧ ଡାକରା

Next Post

ମତ ମାଗିଲେ ନବୀନ

Next Post
ମତ ମାଗିଲେ ନବୀନ

ମତ ମାଗିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA