Tuesday, July 21, 2026 12:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦଳାଚକଟାରୁ ମୃତ୍ୟୁ

ପୋଷ୍ଟମର୍ଟମ ରିପୋର୍ଟ

by Our Correspondent
20 Jul, 2026- 07:56 PM
in Latest News, News
1 min read
0
ଦଳାଚକଟାରୁ ମୃତ୍ୟୁ

ଭୁବନେଶ୍ୱର: ରଥଯାତ୍ରା ଦିନ ବଡ଼ଦାଣ୍ଡର ମରୀଚିକୋଟ ଛକରେ ଦଳାଚକଟାରେ ଦୁଇଜଣଙ୍କର ପ୍ରାଣହାନୀ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଦୁହିଁଙ୍କର ଛାତି ପଞ୍ଜରା ହାଡ଼ଗୁଡ଼ିକ ଭାଙ୍ଗିଯାଇଥିବା ଡାକ୍ତର ଉଲ୍ଲେଖ କରିଛନ୍ତି । ଏହାର କାରଣ ଯେ ଦଳାଚକଟା ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି । ଏଥିରେ ସମୁଦାୟ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା ଯୋଗୁଁ ଏଭଳି ଘଟିଥିଲେ ମଧ୍ୟ ରାଜ୍ୟ ସରକାର ଅସ୍ୱୀକାର କରିଥିଲେ । ମାତ୍ର ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ।

ଚଳିତବର୍ଷ ରଥଯାତ୍ରାରେ ରଥଟଣାର ବହୁ ପୂର୍ବରୁ ମରୀଚିକୋଟ ଛକରେ ଠେଲାପେଲା ଯୋଗୁଁ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ସେମାନଙ୍କ ଉପରେ ଅନ୍ୟମାନେ ଚଢ଼ିଯାଇଥିଲେ । ଏହି ଦଳାଚକଟାରେ ୪ ଜଣ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ୩୫୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମଧ୍ୟ ଗଣମାଧ୍ୟମରେ ଖବର ଆସିଥିଲା । ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା ନିଜେ ପୁରୀ ଡାକ୍ତରଖାନାକୁ ଯାଇ ମୃତାହତଙ୍କ ତଥ୍ୟ ଯୋଗାଡ଼ କରିଥିଲେ ।

ମାତ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଖବରକୁ ଅସ୍ୱୀକାର କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ପ୍ରତିକୂଳ ପାଗ ଯୋଗୁଁ ଜଣଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ୭ ଜଣ ବ୍ୟକ୍ତି ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରେସ୍ ବିବୃତି ଜାରି କରାଯାଇଥିଲା । ଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇଛି ଏବଂ କୌଣସି ଦଳାଚକଟା ହୋଇନାହିଁ କିମ୍ବା ଭିଡ଼ ପରିଚାଳନାରେ କୌଣସି ଅସୁବିଧା ହୋଇନାହିଁ ବୋଲି କୁହାଯାଇଥିଲା । ଭକ୍ତମାନଙ୍କ ନିରାପତ୍ତା ଓ ସୁବିଧା ନିମନ୍ତେ ଭିତ୍ତିଭୂମି, ଜନସେବା ତଥା ନିରନ୍ତର ପ୍ରଶାସନିକ ସେବା ଯୋଗାଣରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ରଥଯାତ୍ରାରେ ଦଳାଚକଟା ପାଇଁ ମୃତାହତ ଖବରକୁ ରାଜ୍ୟ ସରକାର ଅସ୍ୱୀକାର କରିଥିବାରୁ ଏହାର ତଦନ୍ତ ହୋଇନାହିଁ କି ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରାଯାଇନାହିଁ ।

ଚାପି ଦେବାକୁ ଉଦ୍ୟମ: ବିଜେଡି

ଘୋଷଯାତ୍ରାକୁ ବିଜେପି ସରକାର ସଠିକ ଭାବରେ ପରିଚାଳନା କରି ନପାରିବାରୁ ଶ୍ରଦ୍ଧାଳୁଙ୍କ ପ୍ରାଣ ହାନି ହୋଇଛି। ଏ ବାବଦରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ସରକାରକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ମୁଖପାତ୍ର ଡ. ଲେନିନ ମହାନ୍ତି ବିଜେପି ସରକାରକୁ ସମାଲୋଚନା କରିଛନ୍ତି।

ଉପସଭାପତି ଶ୍ରୀ ଦାସବର୍ମା କହିଛନ୍ତି , ରଥଯାତ୍ରାରେ ଏହିପରି ଅଘଟଣ ଘଟିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ମର୍ମାହତ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଥ୍ୟା କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଯେ ଦଳାଚକଟା ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇନାହିଁ। ଜଣଙ୍କର ହୃଦଘାତ ଓ ଅନ୍ୟ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଯାହାକି ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ରଥଯାତ୍ରା ସମୟରେ କଣ ଘଟିଲା ତାହାକୁ ରାଜ୍ୟ ସରକାର ସାର୍ବଜନୀନ କରୁନାହାଁନ୍ତି। ଦଳାଚକଟାରେ କେତେ ଜଣ ମୃତ୍ୟୁ ଓ କେତେ ଜଣ ଆହତ ହୋଇଛନ୍ତି। ସେ ବାବଦରେ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଗଲା ନାହିଁ। ଉକ୍ତ ଘଟଣାକୁ ମିଳିମିଶି ଚାପି ଦେବାକୁ ବିଜେପି ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ କଥାରେ ତାଳମେଳ ରହୁନି।

ଦଳାଚକଟା ହୋଇ ୪ଜଣ ଅତି ଗୁରୁତର ଅବସ୍ଥାରେ ପୁରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଥି ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ଏହାସହିତ ୩୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ବୋଲି ସିଡିଏମଓ ଘୋଷଣା କରିଥିଲେ। କିନ୍ତୁ ପର୍ଯ୍ୟାୟକ୍ରମରେ ୨ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର କହିଥିଲେ। ଅନ୍ୟ ଜଣକ ମୃତ୍ୟୁ ବାବଦରେ ରାଜ୍ୟ ସରକାର ସୂଚନା ପ୍ରଦାନ ନକରି ନିରବ ରହିଛନ୍ତି। ୩ ଜଣକଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ତାହାକୁ ଲୁଚାଇବାରେ ଲାଗିଛନ୍ତି। ରଥ ଯାତ୍ରା ସୁପରିଚାଳନା ନେଇ ଡବଲ ଇଞ୍ଜିନ ସରକାର ବାରମ୍ୱାର ବୈଠକ କରୁଥିଲେ। କିନ୍ତୁ ତାଙ୍କର ଚରମ ବିଫଳତା ପାଇଁ ଆଜି ଓଡ଼ିଶା ସବୁଠି ନିନ୍ଦିତ ହୋଇଛି। ଡବଲ ଇଞ୍ଜିନ ସରକାରର ସାମଗ୍ରିକ ବିଫଳତା ପାଇଁ ଆଜି ଏହିପରି ଅଭାବନୀୟ ଘଟଣା ଘଟିଛି। ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ମନ୍ତ୍ରୀ ଦଳାଚକଟାରେ ଶ୍ରଦ୍ଧାଳୁ ମାନଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଵୀକାର କରୁନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟରେ ଦଳାଚକଟାରେ ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ କରାଯାଇଛି।

ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ଅହଙ୍କାରୀ ବିଜେପି ସରକାରଙ୍କ ମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ କହି ଭୂଆଁ ବୁଲାଇବାକୁ ପ୍ରଚେଷ୍ଟା କରୁଛନ୍ତି। ରଥ ଯାତ୍ରା ଦେଖିବା ପାଇଁ ଆସି ଶ୍ରଦ୍ଧାଳୁ ଘରକୁ ଶବ ହୋଇ ଫେରିଲେ। କିନ୍ତୁ ଏଥିପରେ ମଧ୍ୟ ରାଜ୍ୟ ସରକାର ନିଜ ଦୋଷ ତ୍ରୁଟିକୁ ସ୍ୱୀକାର କରିବାକୁ ରାଜି ନାହାଁନ୍ତି। ବ୍ୟବସ୍ଥାଗତ ତ୍ରୁଟିକୁ ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମିଛ କହିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି। ଯାହାକି ଅତି ନିନ୍ଦନୀୟ ଅଟେ। ମହାପ୍ରଭୁଙ୍କ ଆଳ ନେଇ ଖସି ଯିବାକୁ ବିଜେପି ସରକାର ଉଦ୍ୟମ କରୁଛନ୍ତି। ଉକ୍ତ ଘଟଣାର ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

ମୁଖପାତ୍ର ଡ଼ ମହାନ୍ତି କହିଛନ୍ତି, ରଥ ଯାତ୍ରା ସମୟରେ ପୁରୀରେ ଦଳାଚକଟା ଘଟଣା ଘଟିଛି। ଯାହାକି ସମସ୍ତ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଛି। କିନ୍ତୁ ବିଜେପି ସରକାର ନିଜ ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ଏହାକୁ ସ୍ବୀକାର କରୁନାହାଁନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଠାରୁ ନିୟମିତ ଭାବେ ଗତ ୩ ବର୍ଷ ଧରି ରଥ ଯାତ୍ରାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସଠିକ ଭାବେ ପରିଚାଳନା ନକରି ପାରିବାରୁ ରଥ ଯାତ୍ରାରେ ଅଘଟଣ ଘଟି ପ୍ରାଣ ହାନି ହେଉଛି। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାରେ ସରକାର ଗଠନ କରିଛନ୍ତି। କିନ୍ତୁ ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସେବା ଯୋଗାଇବାରେ ଅସମର୍ଥ ଅଟନ୍ତି। ଯାହାକି ସାରା ଓଡ଼ିଶାବାସୀଙ୍କ ସମ୍ମୁଖରେ ବିଜେପି ନିଜେ ଦେଖାଇ ଦେଇଛି ବୋଲି କହିଛନ୍ତି।

Previous Post

ସାଂସଦଙ୍କ ହାତପାଣ୍ଠି ଖର୍ଚ୍ଚରେ ବାଧା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA