Wednesday, April 22, 2026 05:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

by Our Correspondent
03 Nov, 2023- 09:29 PM
in Latest News, News
1 min read
0
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦିଆଯାଇଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସୂଚନା ଦେଇଛନ୍ତି । ପ୍ରସ୍ତାବ ଗ୍ରହଣ ହେଲେ, ବ୍ୟାପକ ଆୟୋଜନ ସହ ଜାନୁଆରୀ ୧୨ ରୁ ହୋମଯଜ୍ଞ ଆରମ୍ଭ ହୋଇ ୧୭ ରେ ପୂର୍ଣ୍ଣାହୂତି ଦିଆଯିବ । ପୂର୍ଣ୍ଣାହୁତି ସହ ସେଦିନ ପ୍ରକଳ୍ପର ଲୋକାର୍ପଣ ହେବ ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆଜି ବୁଲି ଦେଖିଥିଲେ ଗଜପତି ମହାରାଜା । ନିର୍ମାଣକାରୀ ସଂସ୍ଥା ତଥା ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ତାଙ୍କ ସହ ଥିଲେ । ଏହି ଅବସରରେ ଗଜପତି ମହାରାଜା ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ ଓ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ୍ଣ ହେବ ବୋଲି ସେ ଆଶା ରଖିଥିଲେ । ଜାନୁଆରୀ ୧୭ ଶୁଭ ଦିନ ପଡୁଥିବାରୁ ସେହିଦିନ ପ୍ରକଳ୍ପର ଲୋକାର୍ପଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହାର ସମ୍ପୂର୍ଣ୍ଣ ରୂପରେଖ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମ୍ୟାନେଜିଂ କମିଟି ବୈଠକରେ ସ୍ଥିର ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୮୦ ପ୍ରତିଶତ ସମ୍ପୂର୍ଣ୍ଣ ହେଲାଣି । ଅବଶିଷ୍ଟ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଯତୋପରନାସ୍ତି ଉଦ୍ୟମ ଚାଲିଛି । ଠିକ୍ ସମୟରେ କାମ ସରିଯିବ ବୋଲି ଆଶା ରଖାଯାଇଛି ।

ସୂଚନାଥାଉକି, ଡିସେମ୍ବର ୧୫ ସୁଦ୍ଧା ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ସଂପୃକ୍ତ ଅଧିକାରୀମାନଙ୍କୁ ଡେଡଲାଇନ୍ ଦେଇଛନ୍ତି । ଗତ ୨୮ ତାରିଖରେ ସେ ପ୍ରକଳ୍ପ ଜାଗାକୁ ଆସି ଭୋର ୪ଟାରୁ ୬ ଟା ପର୍ଯ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କାମ ଅଧିକ ତ୍ୱରାନ୍ୱିତ ହୋଇଛି ।

Previous Post

କଳାହାଣ୍ଡିକୁ ୧୫୫ କୋଟି, ନବରଙ୍ଗପୁରକୁ ୯୪ କୋଟି

Next Post

ପ୍ରଯୋଜକ ଟୁଟୁ ନାୟକ ଗିରଫ

Next Post
ପ୍ରଯୋଜକ ଟୁଟୁ ନାୟକ ଗିରଫ

ପ୍ରଯୋଜକ ଟୁଟୁ ନାୟକ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA