Saturday, August 29, 2026 07:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟବାବୁଙ୍କୁ ୭ଟି ପ୍ରଶ୍ନ…

ସୋସିଆଲ୍ ମିଡିଆରେ ଭାଇରାଲ୍

by Our Correspondent
09 May, 2023- 12:33 PM
in Latest News
1 min read
0
ସୌମ୍ୟବାବୁଙ୍କୁ ୭ଟି ପ୍ରଶ୍ନ…

ଭୁବନେଶ୍ୱର: ସାମ୍ବାଦିକତାରେ ରୁଚି ରଖିଥିବା ଯାଜପୁର କୋରେଇ ଅଞ୍ଚଳର ଜଣେ ଇଂରାଜୀ ଅଧ୍ୟାପକ ତାଙ୍କ ଫେସବୁକ୍ ରେ ଏକ ଲେଖା ପୋଷ୍ଟ କରିଛନ୍ତି । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲାଣି । ପାଠକଙ୍କ ଆଗ୍ରହ ଦୃଷ୍ଟିରୁ ତାଙ୍କର ସେହି ପୋଷ୍ଟ୍ କୁ ଆମେ ଏଠାରେ ଅବିକଳ ଉପସ୍ଥାପନ କରୁଛୁ ।

#ସୌମ୍ୟବାବୁଙ୍କୁ ୭ଟି ପ୍ରଶ୍ନ…
~~~~~~~~~
ଖଣ୍ଡପଡାର ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଗତକାଲି ବାରବାଟୀ କଟକର ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଏକ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ରାଜଧାନୀରେ ଏକ ମଞ୍ଚରେ କିଛି କଥା କହିଥିଲେ। ପ୍ରସଙ୍ଗ ଥିଲା “ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡି : ଓଡିଶା ରାଜନୀତିର ସୁବର୍ଣ୍ଣ ଯୁଗ। ମଞ୍ଚରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସନ୍ଦିପ ସାହୁ, ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତବ୍ୟ ଆରମ୍ଭରୁ ସୌମବାବୁ ରାଜନୈତିକ ଲକ୍ଷ୍ମଣରେଖା ଭିତରେ ରହି କିଛି କଥା କହୁକହୁ ଅନେକ ଅକୁହା କଥା କହି ଦେଇଥିଲେ।

ବିଶେଷକରି ମନ୍ତ୍ରୀ ସଚିବଙ୍କ ଭିତରେ ବଡ କିଏ ତାହା ଉପସ୍ଥିତ ଦର୍ଶକଙ୍କୁ ପଚାରିବା ବେଳେ ରାଜ୍ୟ ସରକାର ଆଉ କେନ୍ଦ୍ର ସରକାରଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ରାଜନୀତି ବିଜ୍ଞାନର ଛାତ୍ର ଆଉ ଜଣେ ସମ୍ବାଦପତ୍ର ଲୋକ ହିସାବରେ ଅନେକ ପ୍ରଶ୍ନ ସଭାଗୃହରେ ପଚାରିଥିଲେ। ଆମର ଯେମିତି ମନେ ହେଉଥିଲା ସୌମ୍ୟବାବୁ ଏ ସବୁର ଉତ୍ତର ଜାଣନ୍ତି ନାହିଁ ଆଉ କୌତୁହଳତାର ସହ ତାହାର ଉତ୍ତର ଅନ୍ୟମାନଙ୍କ ଠାରୁ ଚାହୁଁଛନ୍ତି। କିନ୍ତୁ ମୋ ସମେତ ରାଜ୍ୟର ସାଢେ ଚାରି କୋଟି ରାଜ୍ୟବାସୀଙ୍କ ମଧ୍ୟରୁ ଯେଉଁମାନେ ସମ୍ବାଦ ଖବରକାଗଜ, ଆଉ ସୌମ୍ୟବାବୁଙ୍କୁ ଜାଣନ୍ତି ଅନ୍ତତପକ୍ଷେ ସେମାନେ ଦୃଢ ନିଶ୍ଚିତ ଯେ ଏ ସବୁର ଉତ୍ତର ସେ ଜାଣନ୍ତି।

ଯଦି ଆମ ଅନୁମାନ ସତ ହୋଇଥାଏ ତାହେଲେ ଏ ସମସ୍ତ କଥା ସେ କାହାକୁ ପଚାରୁଥିଲେ। ତେବେ ଏଭଳି ସ୍ଥିତିରେ ଆମ ସାଧାରଣ ମୁଣ୍ଡକୁ ଜୁଟୁଥିବା କିଛି ପ୍ରଶ୍ନ ସୌମବାବୁଙ୍କୁ ପଚାରିବାକୁ ଚାହୁଁ ଆଉ ଯଦି ସେ ଉତ୍ତର ଆମ ହସ୍ତଗତ ହୁଏ ତାହେଲେ ଆମେ ବୁଝିବୁ ଆପଣଙ୍କର ଏ ସମସ୍ତ ମୂଲ୍ୟବାନ ବକ୍ତବ୍ୟ ରାଜ୍ୟର ସାମୁହିକ ସ୍ୱାର୍ଥ ସହ ଜଡିତ ଥିଲା।

୧. ଆଜି ବ୍ୟବସ୍ଥାରେ ଦେଖୁଥିବା ବିଲକ୍ଷଣ ବିଜେଡିରେ ସାମିଲ ହେବାପରେ ଜାଣିଲେ ନା ପୂର୍ବରୁ ? ଯଦି ପୂର୍ବରୁ ତାହେଲେ କେଉଁ ସ୍ୱାର୍ଥ ଆଉ କେଉଁ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ଦଳରେ ସାମିଲ ହେଲେ ?

୨. ଦିନେ ଖଣି, ପାଣି, ଚିଟଫଣ୍ଡର କଥାକହି ଯେଉଁ ସରକାରଙ୍କୁ ନିଜର କଲମ ମୁନରେ ଘାଇଲା କରୁଥିଲେ ଶେଷରେ ସେହି ସରକାରରେ ସାମିଲ ହୋଇ କ’ଣ ହାସଲ କଲେ ?

୩. ମନ୍ତ୍ରୀ ସଚିବ ମଧ୍ୟରେ ବଡ କିଏ ଏକଥା ଆପଣ ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଭଲ ଭାବରେ ଜାଣନ୍ତି, ଆଉ ଏବେ ସେ ଭିତରେ ଥିବା ବିଲକ୍ଷଣକୁ ଜାଣିବା ପରେ ଏ କଥାକୁ ନେଇ ନେତୃତ୍ବଙ୍କ ପାଖରେ କେତେଥର ଫେରାଦ ହୋଇଛନ୍ତି ?

୪. ୫ଟି ଗଣମାଧ୍ୟମ ଏକାଠି ହେଲେ ମନ୍ତ୍ରୀମଣ୍ଡଳ ଉତ୍ତରଦାୟୀ ରହିବ ବୋଲି କହୁଥିଲେ। ଯଦି ଏହା ସତ୍ୟ ତେବେ ରାଜ୍ୟର ୧ ନଂ ଖବରକାଗଜର ପରିଚୟ ଦାବି କରୁଥିବା ଆପଣଙ୍କ ଗଣମାଧ୍ୟମ ଏହାର ଦାୟିତ୍ୱ ନେବାରେ ଅସୁବିଧା କେଉଁଠି ?

୫. ଜାନକୀ ବାବୁଙ୍କ ଜ୍ୱାଇଁ ହିସାବରେ ରାଜ୍ୟବାସୀ ଆପଣଙ୍କୁ ଅନେକ ନିର୍ଯାତନା ଦେଇଛନ୍ତି ବୋଲି କହୁଥିଲେ ହେଲେ ଏକଥା ଅସ୍ୱୀକାର କରିବେକି ସ୍ୱର୍ଗତ ଜାନକୀ ବାବୁଙ୍କ ସହାୟତା ବିନା ଆପଣଙ୍କର ଆଜିର ଏ ସଫଳତାର ସାମ୍ରାଜ୍ୟ ସମ୍ଭବ ହୋଇଥାନ୍ତା କି ?

୬. ୪୦ ବର୍ଷରୁ ଉର୍ଦ୍ଧ ସାହିତ୍ୟ ସାମ୍ବାଦିକତା ଆଉ ଓଡିଆ ସ୍ୱାଭିମାନକୁ ନେଇ କାମ କରୁଥିବା ସୌମ୍ୟବାବୁ କେଉଁ ଆକର୍ଷଣରେ ତାହେଲେ ନିଜ ଦ୍ୱାରା ସୃଷ୍ଟି ଏକ ରାଜନୈତିକ ଦଳକୁ ମାଟିରେ ମିଶାଇ ବିଜେଡିରେ ସାମିଲ ହୋଇଗଲେ ?

୭. ଯଦି ମନରେ ଏତେ କ୍ଷୋଭ, ଅସନ୍ତୋଷ ଆଉ ଅଭିଯୋଗ ତାହେଲେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଆପଣଙ୍କ ମୁହଁରେ କହୁଥିବା ଭୁଲ ରାସ୍ତାକୁ ପଛକରି ନିଜର ସେହି ପୂର୍ବ ପରିଚୟକୁ ଫେରିବାକୁ ପ୍ରୟାସ କରିବେ କି ?

ଯଦି ଏ ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କ ବ୍ୟକ୍ତିଗତ ସ୍ତମ୍ଭ ଆମ ଘରର ହାଲଚାଲ ହେଉ ବା ସାମାଜିକ ଗଣମାଧ୍ୟମରେ ରଖନ୍ତି ତେବେ ଆମେ ବୁଝିବୁ ଆପଣଙ୍କ ମୁହଁ ଆଉ ମନ ଏକବୋଲି। ଆପଣଙ୍କ ପ୍ରତି ଗଭୀର ଶ୍ରଦ୍ଧା ଆଉ ସମ୍ମାନ ଥାଇବି ବେଳେ ବେଳେ ଆପଣଙ୍କ ଏଭଳି କିଛି ଟିକ୍କା ଟିପ୍ପଣୀ ଆମପରି କିଛି ନିରୀହ ଶୁଭେଚ୍ଛୁଙ୍କୁ ବଡ ଦ୍ୱନ୍ଦରେ ପକାଇ ଦେଉଛି। ଆଶା ଆମ ଦ୍ୱନ୍ଦ ଦୂର କରିବା ହେବେ।

ଆପଣଙ୍କ ଗୁଣମୁଗ୍ଧ
ବିରଞ୍ଚି ଦାସ, କୋରେଇ, ଯାଜପୁର

Previous Post

ଅସନ୍ତୁଷ୍ଟ କଂଗ୍ରେସିଆଙ୍କ ଖେଳ ଆରମ୍ଭ!

Next Post

‘ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ’

Next Post
‘ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ’

'ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA