Sunday, April 19, 2026 12:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭିସୁଟ୍ ରେ ରାଗିଂ ଆତଙ୍କ: ଚିନ୍ତାରେ ଅଭିଭାବକ, କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ !

by Our Correspondent
01 Apr, 2021- 12:35 PM
in Latest News, News
1 min read
0
ଭିସୁଟ୍ ରେ ରାଗିଂ ଆତଙ୍କ:  ଚିନ୍ତାରେ ଅଭିଭାବକ, କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ !

ସମ୍ବଲପୁର: ୨୦୧୯ ମସିହା ଅଗଷ୍ଟ ମାସରେ ବୁର୍ଲା ଇଂଜିନିୟରିଂ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର କିଛି ସିନିୟର୍ ଛାତ୍ର କିଛି ଜୁନିୟର୍ ଛାତ୍ରଙ୍କୁ ଉଲଗ୍ନ କରି ନଚାଇବା ସହ ସେମାନଙ୍କୁ ପିଟି ପିଟି ଉପର ମହଲାରୁ ତଳ ମହଲାକୁ ଆଣିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା । ୨୦୨୦ ଫେବ୍ରୁଆରୀ ୧୪ରେ ଦୁଇ ଛାତ୍ରଙ୍କୁ କ୍ୟାମ୍ପସ୍ ମଧ୍ୟରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଦୁଇଟି ନିର୍ଦ୍ଦିଷ୍ଟ ଘଟଣାରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ହାତ ବାନ୍ଧିଦେଲା । ଏବେ ସେହି ଭିସୁଟ୍ ରେ ଆଉ ଏକ ସାଂଘାତିକ ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି ।

ଅଭିଯୋଗ ଅନୁଯାୟୀ, ଭିସୁଟ୍ ର ଚତୁର୍ଥ ବର୍ଷ ବିଟେକ୍ ର କିଛି ଛାତ୍ର ବଶିଷ୍ଠ ଛାତ୍ରାବାସରେ ରହୁଥିବା ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କୁ ଲଗାତର ରାଗିଂ କରି ଆସୁଥିଲେ । ଗତ ୨୮ ତାରିଖ ଭୋର୍ ୪ଟାରେ ଚତୁର୍ଥ ବର୍ଷର କିଛି ଛାତ୍ର ନିଶାସକ୍ତ ଅବସ୍ଥାରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ରୁମ୍ ର କବାଟ ବାଡ଼େଇବା ସହ ଭିତରକୁ ପଶିଥିଲେ । ୪ ଜଣ ଛାତ୍ରଙ୍କୁ ପାଖ ଏକ ରୁମ୍ କୁ ନେଇଯାଇ ଆଣ୍ଠୁଆ ବସାଇଥିଲେ । ଚତୁର୍ଥ ବର୍ଷର ଏହି ଛାତ୍ରମାନେ ଗଞ୍ଜେଇ ସିଗାରେଟ୍ ଟାଣି ଜୁନିୟର୍ ଛାତ୍ରଙ୍କ ମୁହଁକୁ ଧୂଆଁ ଛାଡ଼ିଥିଲେ । ପେଟ ଓ ପଛକୁ ଗୋଇଠା ମାରିଥିଲେ । ସେମାନଙ୍କୁ କିଛି ଅସଭ୍ୟ ଓ ଅଶ୍ଲୀଳ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ କରିଥିଲେ । ଏ ସମ୍ପର୍କରେ ଅଭିଯୋଗ କଲେ ପରିଣାମ ଭଲ ହେବନି ବୋଲି ଧମକ ଦେଇଥିଲେ ।

ଭିସୁଟ୍ ରେ ରାଗିଂ ଆଦୌ ନୂଆ ଘଟଣା ନୁହେଁ । ଅନୁଷ୍ଠାନରେ ଏହା ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । କର୍ତ୍ତୃପକ୍ଷ ଏ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି । ମାତ୍ର କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ୍ ମଣୁନାହାନ୍ତି । ଆଣ୍ଟି ରାଗିଂ ସେଲ୍ କେବଳ ଲୋକ ଦେଖାଣିଆ ହୋଇରହିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ସେହିଭଳି ରାଗିଂ ମାମଲାରେ ପୁଲିସ ନୀବରଦ୍ରଷ୍ଟା ସାଜିଛି । ଅନେକ ଛାତ୍ର କ୍ୟାରିୟର୍ ବରବାଦ ହୋଇଯିବା ଭୟରେ ସେମାନଙ୍କ ଉପରେ ହେଉଥିବା ଅକଥନୀୟ ରାଗିଂ ଘଟଣା ପଦାକୁ ଆଣିବାକୁ ସାହାସ କରୁ ନ ଥିଲା ବେଳେ ସୀମିତ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଫଳରେ ରାଗିଂ ବ୍ୟାଧି ଭୟଙ୍କର ରୂପ ନେଲାଣି । ପିଲାମାନେ ହଷ୍ଟେଲ୍ ରେ ରହିବାକୁ ଡରୁଥିବାରୁ ସେମାନଙ୍କ କ୍ୟାରିୟର୍ ପାଇଁ ଅଭିଭାବକମାନଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଅଭିଭାବମହଲରୁ ଦାବି ହୋଇଛି ।

ସୂଚନାଥାଉକି, କେବଳ ଭୀମସା ନୁହେଁ ବୁର୍ଲା ଭିମସାର ମେଡ଼ିକାଲ୍ କଲେଜ ଓ ଭିମସାର ନର୍ସିଂ କଲେଜରେ ରାଗିଂ ଘଟଣା ବଢ଼ିଚାଲିଛି । ଗତ ୨ ମାସରେ ୩ ଟି ବଡ଼ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ।

ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନର ପ୍ରତିକ୍ରିୟା

ଭିସୁଟ୍, ଭିମସାରେ ରାଗିଂ ବାରମ୍ବାର ଘଟୁଥିଲେ ମଧ୍ୟ ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏଭଳି ଘଟଣା ଉପରେ ରୋକ୍ ଲଗାଯାଇପାରୁନାହିଁ । ପୂର୍ବରୁ ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନ ତରଫରୁ ସରକାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ମାନବାଧିକାର କମିଶନ ମଧ୍ୟ ରାଗିଂ ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାର ଫଳ ଶୂନ ବୋଲି ରାଗିଂ ଫ୍ରି କ୍ୟାମ୍ପସ୍ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା କହିଛନ୍ତି ।

Previous Post

ଓଡ଼ିଶାରେ ପ୍ରଥମ: କିମ୍‍ସରେ ୩ ଦିନର ଶିଶୁଠାରେ ବିରଳ ହୃଦ୍‍ ଅସ୍ତ୍ରୋପଚାର

Next Post

ପିପିଲିରେ ବିଜେଡ଼ିର ସମରସଜ୍ଜା

Next Post
ପିପିଲିରେ ବିଜେଡ଼ିର ସମରସଜ୍ଜା

ପିପିଲିରେ ବିଜେଡ଼ିର ସମରସଜ୍ଜା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA