ଢ଼େଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦର ଡାକ୍ତର ଅବିନାଶ ସାମଲ ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି । ସକାଳେ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି । କୌଣସି ପଦବୀ ଲୋଭରେ ନୁହେଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗଦେଇଛି ବୋଲି ଅବିନାଶ କହିଛନ୍ତି ।


MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA