Monday, April 27, 2026 11:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅସୁସ୍ଥ ପ୍ରଶାନ୍ତଙ୍କୁ ସାଉଦି ଆରବରୁ ଘରକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

by Our Correspondent
18 Mar, 2023- 09:55 PM
in Latest News, News
1 min read
0
ଅସୁସ୍ଥ ପ୍ରଶାନ୍ତଙ୍କୁ ସାଉଦି ଆରବରୁ ଘରକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

ଭୁୁବନେଶ୍ୱର: ସାଉଦି ଆରବରୁ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ସମସ୍ତ ଆଶା ହରାଇ ଦେଇଥିଲେ ପ୍ରଶାନ୍ତ, ଆଉ ଏତିକି ବେଳେ ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ବିଦେଶରୁ ତାଙ୍କୁ ଫେରାଇ ଅଣାଯିବା ସହ ଓଡ଼ିଶାରେ ମଧ୍ୟ ଉତ୍ତମ ଚିକିତ୍ସା ସହାୟତା ପାଇବା ପାଇଁ ସଂଗଠନ ପକ୍ଷରୁ ସଂଯୋଜନା କରାଯାଉଛି ।

ସୂଚନାନୁସାରେ,ପୁରୀ ଜିଲ୍ଲା ବିଣ୍ଡିପୁର ଗ୍ରାମର ଜଣେ ବାସିନ୍ଦା ପ୍ରଶାନ୍ତ ଜୟସିଂହ(୪୬) ଜାନୁଆରୀ ୯ତାରିଖରେ ସାଉଦି ଆରବିଆର ଏକ ଘରୋଇ କମ୍ପାନୀରେ ଚାକିରି କରିବାକୁ ଯାଇଥିଲେ । ଜାନୁଆରୀ ୧୧ତାରିଖରେ, ତାଙ୍କ ପରିବାରବର୍ଗ ପ୍ରଶାନ୍ତ ଅସୁସ୍ଥ ଥିବା ନେଇ ହଠାତ୍ ତାଙ୍କ ସହକର୍ମୀଙ୍କ ଠାରୁ ଖବର ପାଇଥିଲେ । ପ୍ରଶାନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଭଳି ଖବର ଶୁଣିବା ପରେ ପରିବାରବର୍ଗ ପ୍ରଶାନ୍ତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରତି ଉତ୍ତର ପାଇ ପାରିନଥିଲେ ।

ଅସହାୟ ହୋଇ ପ୍ରଶାନ୍ତଙ୍କ ଭାଇ ସ୍ଥାନୀୟ ବିଧାୟକଙ୍କ ସହାୟତା ଲୋଡିଥିଲେ ଏବଂ ବିଧାୟକଙ୍କ କାର୍ଯ୍ୟାଳୟରୁ ଓଡ଼ିଶା-ମୋ ପରିବାରକୁ ସୂଚନା ଦିଆଯିବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡ଼ଃ ଅରୁଣ କୁମାର ପ୍ରହରାଜଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା । ଡ଼ଃ ପ୍ରହରାଜ ଖବର ପାଇବା ପରେ ଭାରତୀୟ ଦୂତାବାସ ସହିତ ସମନ୍ୱୟ ରକ୍ଷା କରି ଉକ୍ତ ରୋଗୀଙ୍କ ପାଖରେ ପହଞ୍ଚି ପରିବାର ବର୍ଗଙ୍କୁ ଆଶ୍ଵାସନା ଦେଇଥିଲେ । କିନ୍ତୁ ପରିବାରବର୍ଗ ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅନୁରୋଧ କରିଥିଲେ ।

ତାଙ୍କ ଅନୁରୋଧ ରକ୍ଷା କରି ଡ଼ଃ ପ୍ରହରାଜ ପ୍ରଶାନ୍ତଙ୍କୁ ଓଡ଼ିଶା ପଠାଇବାର ସମସ୍ତ ବନ୍ଦୋବସ୍ତ କରିଥିଲେ । ଯେହେତୁ ପ୍ରଶାନ୍ତଙ୍କର ଅଧା ଶରୀର ପକ୍ଷାଘାତ ରୋଗରେ ଅଚଳ ହୋଇଯାଇଥିଲା ସେଥିପାଇଁ ତାଙ୍କୁ ବିମାନ ଯୋଗେ ସ୍ଵତନ୍ତ୍ର ବ୍ୟବସ୍ଥା କରି କୋଲକାତା ଅଣାଯାଇଥିଲା ।

ସେ କୋଲକାତାରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ପ୍ରତିନିଧି ପ୍ରମୋଦ ମହାନ୍ତି ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି, ପ୍ରଶାନ୍ତଙ୍କୁ ପୁରୀସ୍ଥିତ ତାଙ୍କ ଗ୍ରାମକୁ ପଠାଇ ଥିଲେ । ପ୍ରଶାନ୍ତ ଗାଁକୁ ଫେରିବା ପରେ ତାଙ୍କ ପରିବାର ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡ଼ଃ ପ୍ରହରାଜ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଏବଂ ସେ ଯେପରି ଆଗକୁ ଉତ୍ତମ ଚିକିତ୍ସା ପାଇପାରିବେ, ସେଥିପ୍ରତି ଧ୍ୟାନ ଦେବାକୁ ଓଡ଼ିଶା-ମୋ ପରିବାର ତାଙ୍କୁ ପ୍ରତିଶ୍ରୁତି ଦେଇଛି ।

Previous Post

କିଟ୍‍ ପକ୍ଷରୁ ପଟିଆରେ ନିଯୁକ୍ତି ମେଳା

Next Post

ବିଜେଡି ଦଖଲରେ ଶୀର୍ଷ ସମବାୟ ସଂସ୍ଥା

Next Post
ବିଜେଡି ଦଖଲରେ ଶୀର୍ଷ ସମବାୟ ସଂସ୍ଥା

ବିଜେଡି ଦଖଲରେ ଶୀର୍ଷ ସମବାୟ ସଂସ୍ଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA