Wednesday, April 22, 2026 04:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଆଇଆଇସି ସୁଶାନ୍ତଙ୍କୁ କେମିତି ମିଳିଲା ପଦୋନ୍ନତି?

ବୈପାରିଗୁଡ଼ା ଆଇଆଇସିଙ୍କ ସମ୍ପତ୍ତି ଓ ଚରିତ୍ର ପଞ୍ଜିକା

by Our Correspondent
29 Nov, 2023- 09:41 PM
in Crime, Latest News, News
1 min read
0
ଆଇଆଇସି ସୁଶାନ୍ତଙ୍କୁ କେମିତି ମିଳିଲା ପଦୋନ୍ନତି?

ଭୁବନେଶ୍ୱର: ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ମିଳିବା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଟଙ୍କା ସେ କେଉଁଠୁ ଆଣିଛନ୍ତି ଏ ପର୍ଯ୍ୟନ୍ତ ଠୋସ୍ ଜଣାପଡ଼ି ନ ଥିଲେ ମଧ୍ୟ ଗଞ୍ଜେଇ କାରବାରରୁ ଏହି ଟଙ୍କା ଆସିଥିବା ସନ୍ଦେହ କରାଯାଉଛି । ତେବେ କନେଷ୍ଟବଳରୁ ଆଇଆଇସି ବନିଥିବା ଏହି ବାବୁ ଜଣେ ସାଧାରଣ ପୁଲିସ ନୁହଁନ୍ତି । ବିଭାଗରେ ତାଙ୍କର କୁଆଡ଼େ ଭୀଷଣ କାଟତି । ଯେଉଁଥିପାଇଁ ତାଙ୍କ ବିରୋଧରେ ତିନି ତିନୋଟି ପ୍ରୋସିଡିଂ ଥାଇ ମଧ୍ୟ ଅନାୟାସରେ ଆଇଆଇସିକୁ ପଦୋନ୍ନତି ପାଇଛନ୍ତି । ଆଉ ବୈପାରିଗୁଡ଼ା ଭଳି ଗଞ୍ଜେଇ ବେପାରର ପେଣ୍ଠସ୍ଥଳରେ ଥାନାବାବୁ ହୋଇଛନ୍ତି ।

୧୯୯୯ ମସିହାରେ କନେଷ୍ଟବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ବିଭାଗୀୟ ପରୀକ୍ଷା ଜରିଆରେ ସିଧାସଳଖ ଏସଆଇ ହୋଇଥିଲେ । ୨୦୦୯ ରୁ ୨୦୨୩ ପର୍ଯ୍ୟନ୍ତ ଏସଆଇ ଭାବେ କେନ୍ଦୁଝର, କଟକ, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାମ କରିଥିଲେ । ସବୁଠି ତାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ରହିଥିଲା । ଲାଞ୍ଚ ନେଇ ମଦ ବ୍ୟବସାୟୀଙ୍କୁ ଖଲାସ କରିବା, ମୁଦାଲାଙ୍କୁ ଛାଡ଼ିଦେବା ଭଳି ମଧ୍ୟ ଗୁରୁତର ଅଭିଯୋଗ ଥିଲା ।

ଭିଜିଲାନସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଶୃଙ୍ଖଳା ଓ କର୍ତ୍ତବ୍ୟରେ ଅବହେଳା ପାଇଁ ସୁଶାନ୍ତ ଶତପଥୀଙ୍କ ନାମରେ ପୂର୍ବରୁ ତିନି ତିନି ଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୨୦୧୨ ରେ ଜଗତସିଂହପୁର, ୨୦୧୮ ରେ କଟକ ଓ ୨୦୨୦ରେ ରାୟଗଡ଼ା ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୨୦୨୦ ଜାନୁଆରି ୩୦ରେ ରାୟଗଡ଼ା ଏସପି ତାଙ୍କୁ ନିଲମ୍ବିତ କରିଥିଲେ । ତିନି ତିନି ଜଣ ଏସପିଙ୍କ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଥାଇ ବି ଗତ ଜୁନ୍ ମାସରେ ତାଙ୍କୁ ସବ ଇନସପେକ୍ଟରରୁ ଇନସପେକ୍ଟରକୁ ପଦୋନ୍ନତି ମିଳିଥିଲା । ସେପ୍ଟେମ୍ବର ମାସରେ ତାଙ୍କୁ ଗଞ୍ଜେଇ ବେପାରର ହବ୍ କୁହାଯାଉଥିବା ବୈପାରିଗୁଡ଼ାରେ ଥାନାବାବୁ ନିଯୁକ୍ତି ଦିଆଗଲା ।

ସୁଶାନ୍ତ ଶତପଥୀଙ୍କ କ୍ଷେତ୍ରରେ ଏସବୁ କେମିତି ସମ୍ଭବ ହେଲା ତାହା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ବିଜେପି ଓ କଂଗ୍ରେସ ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି । ଜଣେ ମନ୍ତ୍ରୀଙ୍କ ଛତ୍ରଛାୟାରେ ସେ ନିଜର କାୟା ବିସ୍ତାର କରିଥିବା ବିଜେପି ଅଭିଯୋଗ କରିଛି ।

ସୂଚନାଯୋଗ୍ୟ, ଗତ ସୋମବାର ରାତିରେ ଆଇଆଇସି ସୁଶାନ୍ତ ଶତପଥୀ ବିପୁଳ ଟଙ୍କା ନେଇ ଏକ ଘରୋଇ ବସ୍ ରେ କଟକ ଯାଉଥିବା ଭିଜିଲାନସ୍ କୁ ସୂଚନା ମିଳିଥିଲା । ଟାଙ୍କୁଆ ଛକରେ ଭିଜିଲାନସ୍ ଟିମ୍ ତାଙ୍କୁ କାବୁ କରିଥିଲା । ତାଙ୍କ ବ୍ୟାଗ୍ ରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା । ବୈପାରିଗୁଡ଼ା ଥାନାସ୍ଥିତ ତାଙ୍କ ଚାମ୍ବର ତଲାସି ବେଳେ ନଗଦ ୧ ଲକ୍ଷ ୮୦ ହଜାର ଓ ସରକାରୀ କ୍ୱାର୍ଟର୍ସରୁ ନଗଦ ୩ ଲକ୍ଷ ମିଳିଥିଲା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଥିଲା ନଗଦ ୨୯ ଲକ୍ଷ ୭୭ ହଜାର ଟଙ୍କା । ତାଙ୍କ ପାଖରେ ଗୋଟିଏ କ୍ରେଟା କାର୍, ବୁଲେଟ୍ ମଟର ସାଇକେଲ ଓ ସ୍କୁଟି ଅଛି । ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଉପରେ ଖୋଳତାଡ଼ ଜାରି ରହିଛି ।

ଘରେ ରଖିଥିବା ଏହି ବିପୁଳ ଟଙ୍କା କେଉଁଠୁ ଆଣିଲେ ତାହାର ଉତ୍ତର ଦେଇ ପାରି ନ ଥିଲେ ସୁଶାନ୍ତ । ଗତକାଲି ଜୟପୁର ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କର ଗିରଫକୁ ସ୍ଥାନୀୟ ଜନତା ବାଣ ଫୁଟାଇ ସ୍ୱାଗତ କରିଛନ୍ତି ।

Previous Post

ହାତ ପାହାନ୍ତାରେ ପହଞ୍ଚିଲା ବ୍ୟାଙ୍କ ସୁବିଧା

Next Post

ଆଉ ୫ ବର୍ଷ ମାଗଣା ଚାଉଳ

Next Post
ଆଉ ୫ ବର୍ଷ ମାଗଣା ଚାଉଳ

ଆଉ ୫ ବର୍ଷ ମାଗଣା ଚାଉଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA