Tuesday, February 10, 2026 09:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଶୀତୁଆ ସନ୍ଧ୍ୟା’ରେ ଅରୁଣଙ୍କ ‘ପୀଡ଼ା’

ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ

by Our Correspondent
02 Feb, 2026- 11:58 PM
in Latest News, News
1 min read
0
‘ଶୀତୁଆ ସନ୍ଧ୍ୟା’ରେ ଅରୁଣଙ୍କ ‘ପୀଡ଼ା’

ଭୁୁବନେଶ୍ୱର: ଗତ ଅଧ୍ୟାୟରେ ବେହାଲ୍ ବର୍ଷାରେ ମତୁଆଲା ହୋଇଥିଲେ ଦର୍ଶକ । ଏଥର ଶୀତୁଆ ସଂଧ୍ୟାରେ ଭାବପ୍ରବଣ ହୋଇଗଲେ ଦର୍ଶକ । ଶୀତୁଆ ସଂଧ୍ୟାର ମହକରେ ଭାସି ଆସିଥିଲା ନାୟକଙ୍କ ସାମାଜିକ ପ୍ରତିବଦ୍ଧତାର ସ୍ୱର । ଦୁଃସ୍ଥ, ଅସହାୟ ମଣିଷର ଜୀବନ ଭିତରେ ‘ପୀଡ଼ା’ର ଅନୁଭବ । ଦ୍ୱେଷ, ଅସୂୟା, ନକରାତ୍ମକ ବାହାରେ ଦୃଢ଼ ମାନବବାଦର ସ୍ୱର । ଜୀବନର ଗତି ବେଗରେ ନୁହେଁ ଆବେଗରେ ପରିପୂର୍ଣ୍ଣ ପାଇଁ ନାୟକଙ୍କ ପ୍ରତିବେଦନ ।

ଏହି ନିଆରା ନାୟକ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି ବରିଷ୍ଠ ରାଜନେତା, ବିଧାୟକ ଡ. ଅରୁଣ ସାହୁ । ରାଜନୀତିର ପରିଚୟରେ ନିଜକୁ ସୀମିତ ରଖି ନ ଥିବା ଅରୁଣଙ୍କର ସାହିତ୍ୟ ପ୍ରବେଶର ଏହି ଦ୍ୱିତୀୟ ନିଆରା ସମାରୋହ ସୋମବାର ସଂଧ୍ୟାରେ ସ୍ଥାନୀୟ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ଓ ସଙ୍ଗୀତର ଏହି ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ ଡ. ସାହୁଙ୍କ ରଚିତ ପୁସ୍ତକ ‘ପୀଡ଼ା’ ଓ ସୁଗମ ସଙ୍ଗୀତ ‘ଶୀତୁଆ ସନ୍ଧ୍ୟା’ର ଲୋକାର୍ପଣ ହୋଇଥିଲା । ଅତିଥି ଭାବେ ଯୋଗଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ମନୋରଞ୍ଜନ ସାହୁ ଏବଂ ବିଶିଷ୍ଟ ଚଇତି ନୃତ୍ୟଗୁରୁ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସ ।

ଦୁଃସ୍ଥ, ଅସହାୟ ନୋଚା ଲାଖିର ଜୀବନକୁ ଏକ ଭିନ୍ନ ଢ଼ଙ୍ଗରେ ପରିବେଷଣ କରି ‘ପୀଡ଼ା’ ପୁସ୍ତକୁ ଜୀବନଧର୍ମୀ କରିଛନ୍ତି ଅରୁଣ । ଏହି ପୁସ୍ତକରେ ତାଙ୍କର ବାର୍ତ୍ତା ହେଉଛି- କଷ୍ଟ ନକଲେ, ଯନ୍ତ୍ରଣାରେ ଜର୍ଜରିତ ନହେଲେ, ପୀଡ଼ା ନ ପାଇଲେ-ପରିବର୍ତ୍ତନ ବା ସୁଧାର ଆସିବନି । ନିୟନ୍ତାମାନେ ପୀଡ଼ା ପାଇବେ ଯଦି-ସଂଖ୍ୟାଧିକଙ୍କର ପୀଡ଼ା ଉପଶମ ହୋଇପାରିବ । ତେବେ ଯାଇ “ପୀଡ଼ା” ମାର୍ଗଦର୍ଶକ ହୋଇପାରିବ ।

ସେହିପରି ବେହାଲ ବର୍ଷା ସଙ୍ଗୀତର ଅହେତୁକ ସଫଳତା ପରେ ଅରୁଣଙ୍କ କଲମରୁ ଝରି ଆସିଛି ‘ଶୀତୁଆ ସନ୍ଧ୍ୟା’ । ଏହାକୁ ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଓ ଗାଇଛନ୍ତି ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ।

ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହୋଇଥିଲା । ବୁଦ୍ଧିଜୀବୀ, ରାଜନେତା, ସାମ୍ବାଦିକଙ୍କ ସମେତ କଳା, ସାହିତ୍ୟ, ସଙ୍ଗୀତ ଜଗତର ପ୍ରଖ୍ୟାତ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ପୂର୍ବଭଳି ଏହି କାର୍ଯ୍ୟକ୍ରମର ସ୍ୱତନ୍ତ୍ରତା ହେଉଛି ସନ୍ଧ୍ୟା ୬.୧୮ରୁ ଆରମ୍ଭ ହୋଇ ୭.୩୮ରେ ଶେଷ ହୋଇଥିଲା । ଚିରାଚରିତ ଭିଡ଼ରୁ ବାହାରି କିଛି ଭିନ୍ନ କରିବାର ଅରୁଣଙ୍କ ଏହି ନିଆରା ଉଦ୍ୟମକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

Continue Reading
Previous Post

କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା

Next Post

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ

Next Post
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA