Monday, May 18, 2026 06:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରୁଣଙ୍କ ‘ବେହାଲ ବର୍ଷା’ରେ ଭିଜିଲେ ଦର୍ଶକ

'ସାଇତା ସତ' ପୁସ୍ତକ ଏବଂ 'ବେହାଲ୍ ବର୍ଷା' ସଙ୍ଗୀତର ଲୋକାର୍ପଣ

by Our Correspondent
13 Aug, 2025- 11:49 PM
in Latest News, News
1 min read
0
ଅରୁଣଙ୍କ ‘ବେହାଲ ବର୍ଷା’ରେ ଭିଜିଲେ ଦର୍ଶକ

ଭୁବନେଶ୍ୱର: ସମସ୍ତଙ୍କ ପାଇଁ ଥିଲା ନିଆରା ଅନୁଭବ । ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଖଚାଖଚ ଭିଡ଼ । ଦର୍ଶକଙ୍କ ମଧ୍ୟରେ ଥିଲେ ବହୁ ସାରସ୍ୱତ ସାଧକ, ନେତା, ପ୍ରଶାସକ, ସାମ୍ବାଦିକ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି । ସଂଧ୍ୟା ଠିକ୍ ୬ଟା ୧୮ ମିନିଟ୍ ରେ ରେ ଆରମ୍ଭ ହେଲା କାର୍ଯ୍ୟକ୍ରମ । ତେବେ ମଞ୍ଚ ଉପରେ ବସିବାକୁ ଚେୟାର ଖଣ୍ଡେ ନ ଥିଲା କି ଭାଷଣ ମାରିବାକୁ ଅତିଥି ନ ଥିଲେ । କେବଳ ପଛରେ ଥିଲା ପରଦା । ସେହି ପରଦାରୁ ବାହାରି ଆସୁଥିଲା ‘ସାଇତା ସତ’ ର ଗୋଟେ ପରେ ଗୋଟେ ପକ୍ତିଂ । ଭାସି ଆସୁଥିଲା ସ୍ରଷ୍ଟା(ନାୟକ)ଙ୍କ ସ୍ୱର । ଯେଉଁ ସ୍ୱରରେ ଥିଲା ସୃଜନତାର ଶିହରଣ ।

ଦ୍ୱିତୀୟ ଭାଗରେ ଦେଖିବାକୁ ମିଳିଥିଲା ସଙ୍ଗୀତର ମୂର୍ଚ୍ଚନା । ବାହାରେ ତୁହାକୁ ତୁହା ବର୍ଷା ବେଳକୁ ଭିତରେ ‘ବେହାଲ୍ ବର୍ଷା’ ରେ ଦର୍ଶକଙ୍କୁ ଭିଜାଉଥିଲେ ସେହି ଅନନ୍ୟ ସ୍ରଷ୍ଟା । ମଞ୍ଚ ଉପରେ ନାୟକଙ୍କ ଆଗମନକୁ ଦର୍ଶକ ଚାହିଁ ବସିଥିବା ବେଳେ ନାୟକ କିନ୍ତୁ ଅନ୍ତର୍ଦ୍ଧାନ ଥିଲେ । ପରଦାରେ ବସି ସଙ୍ଗୀତର ମୂର୍ଚ୍ଛନା ତୋଳୁଥିଲେ । ବେଶ୍ ରୋମାଣ୍ଟିକ୍ ଭାବ ସାଙ୍ଗକୁ ଉଦାସ ଚେହେରାରେ ସମସ୍ତଙ୍କ ମନ ଟାଣି ନେଉଥିଲେ । ତାଙ୍କ ବେହାଲ ବର୍ଷାରେ ଦର୍ଶକ ହୋଇଯାଇଥିଲେ ମତୁଆଲା ।

ଏହି ନାୟକ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ । ରାଜନୀତି ତାଙ୍କର ପରିଚୟ ହୋଇଥିଲେ ମଧ୍ୟ ସାହିତ୍ୟରେ ତାଙ୍କର ରୁଚି ସମ୍ପର୍କରେ ସମସ୍ତେ ଜାଣିଥିଲେ । ମାତ୍ର ସୃଜନଶୀଳତାର ଅତି ଗଭୀରକୁ ତାଙ୍କର ପ୍ରବେଶ ଆଜି ଦେଖିବାକୁ ମିଳିଲା । ତାଙ୍କ ସମ୍ପାଦିତ ‘ସାଇତା ସତ’ ଏବଂ ‘ବେହାଲ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ବୁଧବାର ସଂଧ୍ୟାରେ ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିକଳ୍ପନା ଏବଂ ଆୟୋଜନ କରିଥିଲେ ଡ. ସାହୁ । ଠିକ୍ ସଂଧ୍ୟା ୬ଟା ୧୮ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୭ଟା ୩୩ରେ ସରିଥିଲା ।

ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ୍ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ l

ପ୍ରକାଶକ ବିଜୟ ମହାପାତ୍ରଙ୍କ ବି. କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି l

ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି l

କାର୍ଯ୍ୟକ୍ରମରେ ଅତିଥି ଦର୍ଶକ ଭାବେ ବରିଷ୍ଠ ରାଜନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତରାୟ, ବିଶିଷ୍ଟ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି ଦୁନିଆର ପ୍ରଖ୍ୟାତ ବ୍ୟକ୍ତିବିଶେଷମାନେ ଯୋଗ ଦେଇ ଉପଭୋଗ କରିଥିଲେ l

Previous Post

ପୁଲିସକୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

Next Post

ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବ୍‍ ’ର ଅଷ୍ଟମ ବାର୍ଷିକ ପୂର୍ତ୍ତି

Next Post
ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବ୍‍ ’ର ଅଷ୍ଟମ ବାର୍ଷିକ ପୂର୍ତ୍ତି

ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବ୍‍ ’ର ଅଷ୍ଟମ ବାର୍ଷିକ ପୂର୍ତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA