ଭୁବନେଶ୍ୱର: ବିଜେଡି ନେତା ସଂଗ୍ରାମ କେଶରୀ ପାଇକରାୟଙ୍କୁ ତେଲକୋଇ ଏବଂ କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ବିଜେଡି ଉପସଭାପତି ଭାବେ ଦେବ କୁମାର ଦେ ଙ୍କୁ ନିଯୁକ୍ତି ଦିଆଯାଇଥିବା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।