Thursday, June 25, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୟନାରାୟଣଙ୍କୁ ଆଗୁଆ ଜାମିନ୍ ଦେଲେନି ସୁପ୍ରିମ୍ କୋର୍ଟ

ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ଘଟଣା

by Our Correspondent
14 Nov, 2024- 09:09 PM
in Crime, Latest News, News
1 min read
0
ଜୟନାରାୟଣଙ୍କୁ ଆଗୁଆ ଜାମିନ୍ ଦେଲେନି ସୁପ୍ରିମ୍ କୋର୍ଟ

‘ନେତାମାନେ ଆଚରଣରେ ନଜିର ସୃଷ୍ଟି କରନ୍ତୁ’

ଭୁବନେଶ୍ୱର: ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ହୃଷିକେଶ ରାୟ ଏବଂ ଜଷ୍ଟିସ୍ ଏସଭିଏନ ଭଟ୍ଟିଙ୍କ ଖଣ୍ଡପୀଠ ତାଙ୍କ ରାୟରେ ଆଗୁଆ ଜାମିନ୍ ମାମଲାର ତଦନ୍ତ ପାଇଁ ଅନୁକୂଳ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ ।

ଖଣ୍ଡପୀଠ ତାଙ୍କ ରାୟରେ କହିଥିଲେ ଯେ ଯେଉଁ ସମୟରେ ଘଟଣା ଘଟିଛି, ସେତେବେଳେ ଆବେଦନକାରୀ ବିରୋଧୀ ଦଳର ନେତା ଥିଲେ । ବର୍ତ୍ତମାନ ସେ ଓଡ଼ିଶା ବିଧାନସଭାର ସଦସ୍ୟ ଅଟନ୍ତି । ନେତୃତ୍ୱ ନେଉଥିବା ଲୋକମାନେ ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କ ବ୍ୟବହାରରେ ଉଦାହରଣ ସୃଷ୍ଟି କରିବା ନିହାତି ଆବଶ୍ୟକ । ଆବେଦନକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ । ପୁଲିସ ସଠିକ୍ ଢ଼ଙ୍ଗରେ ଏହାକୁ ତଦନ୍ତ କରିବାର ଆବଶ୍ୟକତା ଅଛି । ପିଟିସନରଙ୍କୁ ଆଗୁଆ ଜାମିନ୍ ଦିଆଗଲେ ତାହା ତଦନ୍ତ ପାଇଁ ଅନୁକୂଳ ହେବ ନାହିଁ ।

ସୂଚନାଥାଉକି, ୨୦୨୩ ଫେବ୍ରୁଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ସାମନାରେ ଏକ ଆନେ୍ଦାଳନ ବେଳେ ଜଣେ ମହିଳା ପୁଲିସ ଇନସପେକ୍ଟରଙ୍କୁ ଜୟନାରାୟଣ ମିଶ୍ର ଚାପୁଡ଼ା ମାରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଅଭିଯୋଗ ନେଇ ତାଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା । ଗିରଫ ଭୟରେ ଜୟନାରାୟଣ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ୍ ଆବଦନ କରିଥିଲେ । ମାତ୍ର ହାଇକୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ସେ ସୁପ୍ରିମକୋର୍ଟ ଯାଇଥିଲେ ।

ଜୟନାରାୟଣଙ୍କୁ ଗିରଫ ଦାବି କଲା ବିଜେଡି

ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିବା ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ପ୍ରତ୍ୟାଖ୍ୟାନ କରିବା ପରେ ବିଜୁ ଜନତା ଦଳ ତାଙ୍କ ଗିରଫ ଦାବି କରିଛି। ଶଙ୍ଖଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଶ୍ରୀ ମିଶ୍ରଙ୍କ ବିଶୃଙ୍ଖଳିତ ଆଚରଣ ଓ ବିଜେପି ସରକାରଙ୍କ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଦୋହରା ମାପଦଣ୍ଡ ପାଇଁ କଟୁ ସମାଲୋଚନା କରିଥିଲେ। ଗୋଟିଏ ପଟେ, ବିଜେପି ବିଧାୟକ ବା କର୍ମୀ ଅପରାଧରେ ଲିପ୍ତ ରହୁଛନ୍ତି ଅପରପକ୍ଷରେ ବିଜେପି ସରକାର ସେମାନଙ୍କୁ ଘଣ୍ଟ ଘୋଡାଉଛି। ସେ କୁଚିଣ୍ଡା ଗଣବଳାତ୍କାର ହେଉ କି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମାମଲା ହେଉ, ବିଜେପି ସରକାର କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ଅଭିଯୁକ୍ତର ଚେହେରା ଦେଖି ନେଉଛନ୍ତି। ଏହି କାରଣରୁ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଆଜିର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି କରିଛି।

ଶ୍ରୀମତୀ ଦେଓ କହିଥିଲେ, ୧୫ ଫେବୃଆରୀ ୨୦୨୩ ଦିନ ବିଜେପିର ଏକ ଧାରଣା କାର୍ଯ୍ୟକ୍ରମ ସମୟରେ ଶ୍ରୀ ମିଶ୍ର ଜଣେ ମହିଳା ଥାନା ଅଧିକାରୀଙ୍କୁ ଚାପୁଡ଼ା ମାରିବାର ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସମାଜରେ ନିଜ ବ୍ୟବହାର ମାଧ୍ୟମରେ ଜଣେ ନେତୃତ୍ୱ ନେଉଥିବା ବ୍ୟକ୍ତି ଉଦାହରଣ ସୃଷ୍ଟି କରିବାର ଆବଶ୍ୟକ ରହିଛି ବୋଲି ଟିପ୍ପଣୀ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଆଚରଣକୁ ନାପସନ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ଉଠାଇ ଦେଇଛନ୍ତି। ଯେହେତୁ ତାଙ୍କର ଅନ୍ତରୀଣ ସୁରକ୍ଷା ଉଠାଇ ଦିଆଯାଇଛି ଓ ଆଗୁଆ ଜାମିନ ମଧ୍ୟ ପ୍ରତ୍ୟାଖାନ ହୋଇ ଯାଇଛି, ଶ୍ରୀ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆମେ ଦାବୀ କରୁଛୁ ବୋଲି ଶ୍ରୀମତୀ ଦେଓ କହିଥିଲେ।

Previous Post

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ

Next Post

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା

Next Post
୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA