ଭୁବନେଶ୍ୱର: ୭୬ତମ ସ୍ୱାଧୀନତା ଦିବସ ଅବସରରେ ପୁଲିସ ସେବା ମେଡାଲ ଘୋଷଣା କରାଯାଇଛି । ପୁଲିସ ସେବା ମେଡାଲ ତାଲିକାରେ ଓଡ଼ିଶାର ୧୫ ଜଣ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର-କଟକ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଓଡ଼ିଶା ପୁଲିସର ସିକ୍ୟୁରିଟି ୱିଙ୍ଗ୍ ଏସପି ସରୋଜ ମହାପାତ୍ରଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ସେମାନଙ୍କୁ ଏହି ପଦକ ମିଳିବ ।
ସାହାସିକତା ପାଇଁ ଓଡ଼ିଶାରୁ ଦୁଇଜଣ ପୁଲିସ ମେଡାଲ ପାଇବେ । ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେ । ଆଉ ୧୧ ଜଣଙ୍କୁ ବିଶିଷ୍ଟ ସେବା ପଦକ ମିଳିବ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ ।
ଓଡ଼ିଶାର ୩ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ମଧ୍ୟ ଫାୟାର୍ ସର୍ଭିସ ମେଡାଲ୍ ପାଇବେ । ସେମାନେ ହେଲେ ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଫାୟାରମ୍ୟାନ ବିଜୟ ଚନ୍ଦ୍ର ପାତ୍ର ଓ ହାବିଲଦାର ସର୍ବେଶ୍ୱର ମିଶ୍ର ।