Wednesday, July 1, 2026 02:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶେଷରେ ‘ସମ୍ବାଦ’ ଛାଡ଼ିଦେଲେ ସୌମ୍ୟ

ଝିଅ ତନୟା 'ସମ୍ପାଦ'ର ନୂଆ ସମ୍ପାଦକ

by Our Correspondent
02 Oct, 2023- 05:34 PM
in Latest News, News
1 min read
0
ଶେଷରେ ‘ସମ୍ବାଦ’ ଛାଡ଼ିଦେଲେ ସୌମ୍ୟ

ଭୁବନେଶ୍ୱର: ‘ସମ୍ବାଦ’ ସମ୍ପାଦକ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଅବ୍ୟାହତି ନେଇଛନ୍ତି । ତାଙ୍କ ଜାଗାରେ ଝିଅ ତନୟା ପଟ୍ଟନାୟକ ‘ସମ୍ବାଦ’ର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଦାୟିତ୍ୱରୁ ଅବ୍ୟାହତି ନେଇଥିବା ‘ସମ୍ବାଦ’ ଖବରରେ କୁହାଯାଇଛି । ସୌମ୍ୟଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ୪୦ ବର୍ଷ ତଳେ ସମ୍ବାଦକୁ ନିଜ ହାତରେ ଗଢ଼ି ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିବା ସୌମ୍ୟଙ୍କର ଏଭଳି ନିଷ୍ପତ୍ତି ପଛରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ହେଉଛି ।

ଇଷ୍ଟର୍ଣ୍ଣ ମିଡିଆ ଏବଂ ସମ୍ବାଦ ପରିବାର ଦାୟିତ୍ୱରୁ ସୌମ୍ୟବାବୁ ଅବ୍ୟାହତି ନେଉଥିବା ଖୋଦ୍ ତାଙ୍କ କର୍ମଚାରୀମାନେ ଗତକାଲି ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଟେର୍ ପାଇ ନ ଥିଲେ । ଆସନ୍ତା ୪ ତାରିଖରେ ‘ସମ୍ବାଦ’ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ୩ ତାରିଖ ଅପରାହ୍ନରେ ସ୍ୱସ୍ତି ପ୍ରିମିୟମ୍ ରେ ଆୟୋଜିତ ବାର୍ଷିକ ଉତ୍ସବ ପାଳନ ପାଇଁ ବରଂ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । ସେହି ଉତ୍ସବର ଉଦଘାଟକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବାର କାର୍ଯ୍ୟକ୍ରମ ଅଛି । ସମ୍ପାଦକ ଭାବେ ସୌମ୍ୟବାବୁ ଅତିଥି ଓ ଅନ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ବି ଦେଇଛନ୍ତି ।

ମାତ୍ର ରାତିରେ ଅଚାନକ ସୌମ୍ୟଙ୍କ ଅବ୍ୟାହତି ଏବଂ ଝିଅ ତନୟାଙ୍କ କାର୍ଯ୍ୟଭାର ଖବରଟି ସମ୍ବାଦ ପ୍ରଥମ ପୃଷ୍ଠାକୁ ଆସିଥିଲା । ସକାଳୁ ସକାଳୁ ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହେଲା ପରେ ଏହାର କାରଣକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି ।

ସୂଚନାଥାଉକି, ଗତ କିଛି ଦିନ ହେଲା ସୌମ୍ୟବାବୁଙ୍କ ପଛରେ ଭୟଙ୍କର ବିବାଦ ଗୋଡାଇଛି । ବିଜେଡିର ବିଧାୟକ ଥିଲେ ମଧ୍ୟ ସେ ନିଜ ଖବରକାଗଜକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିଲେ । ବିଜେଡି ପକ୍ଷରୁ ତାଙ୍କୁ ବ୍ଲାକମେଲର ଆଖ୍ୟା ଦିଆଯାଇଥିଲା । ପରବର୍ତ୍ତୀ ଘଟଣାକ୍ରମରେ ଗତ ସେପ୍ଟମ୍ବର ୧୨ ତାରିଖରେ ତାଙ୍କୁ ଦଳର ଉପସଭାପତି ପଦରୁ କାଢ଼ି ଦିଆଯାଇଥିଲା । ଇତିମଧ୍ୟରେ ତାଙ୍କ ବିରୋଧରେ କର୍ମଚାରୀଙ୍କ ନାଁରେ ଲୋନ୍ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ‘ସମ୍ବାଦ’ ର ୩୦୦ରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଜାଲିଆତି କରାଯାଇଥିବା ଅଭିଯୋଗରେ ଇଓଡବ୍ଲୁ ମାମଲା ରୁଜୁ କରି ଛାନଭିନ୍ କରିଥିଲା । ସୌମ୍ୟବାବୁ ଓ ତାଙ୍କର ଜଣେ କର୍ମଚାରୀ(ଏଚଆର ହେଡ୍) ବୈଜୟନ୍ତୀ କରଙ୍କ ବିରୋଧରେ ଆଇପିସିର ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ଇଓଡବ୍ଲୁ ମାମଲା ରୁଜୁ ହୋଇଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କର ଏହି କାର୍ଯ୍ୟକୁ ଜନବିରୋଧୀ କହି ଗତ ୨୧ ତାରିଖରେ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ତେବେ ତାହାର ୪ ଦିନ ପୂର୍ବରୁ ସୌମ୍ୟବାବୁଙ୍କର ଦେଖା ମିଳି ନ ଥିଲା । ଦଳୀୟ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିଲା ନାହିଁ । ସେ ଦିଲ୍ଲୀରେ ଥିବା ଚର୍ଚ୍ଚା ହୋଇଥିଲା ।

ଇତିମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ ସୌମ୍ୟବାବୁଙ୍କର ଖବରକାଗଜ ଏବଂ ଟିଭି ହଠାତ ନିରବ ହୋଇଯାଇଥିବା ବେଳେ ଇଓଡବ୍ଲୁ କାର୍ଯ୍ୟାନୁଷ୍ଠାାନରେ ମଧ୍ୟ ଶିଥିଳତା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ସହ ସୌମ୍ୟବାବୁଙ୍କର ଡିଲ୍ ହୋଇଯାଇଛି ବୋଲି ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଲା ।

ଖାଲି ସେତିକି ନୁହେଁ, ସୌମ୍ୟବାବୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶରଣ ପଶିଥିବା ବି ଚର୍ଚ୍ଚା ହେଲା । ତେବେ ଏହି ସବୁ ଚର୍ଚ୍ଚା ଭିତରେ ‘ସମ୍ବାଦ’ ବାର୍ଷିକ ଉତ୍ସବକୁ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକର ଅତିଥି ହୋଇ ଆସିବା ପୁରୁଣା ଚର୍ଚ୍ଚାର ଦିଗ ବଦଳାଇଥିଲା । ମାତ୍ର କେହି କିଛି ବୁଝଇବା ପୂର୍ବରୁ ରାତାରାତି ହଠାତ୍ ସୌମ୍ୟବାବୁ ସମ୍ବାଦରୁ ସମ୍ପର୍କ ଛିନ୍ନ କରିଛନ୍ତି ।

ସୌମ୍ୟବାବୁ ଯଦି ସାମ୍ବାଦିକତା ଛାଡ଼ିଲେ, ତେବେ କ’ଣ ଫୁଲ୍ ଟାଇମ୍ ରାଜନୀତିରେ ରହିବେ? ଯଦି ହଁ, କେଉଁ ଦଳରେ ସାମିଲ ହେବେ? ଅମିତ୍ ଶାହାଙ୍କ ସହ ତାଙ୍କର ଗୋପନ ସାକ୍ଷାତକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାର୍ବଜନୀନ କରିବା ପଛର ରହସ୍ୟ କ’ଣ ହୋଇପାରେ? ସୌମ୍ୟବାବୁ ଅତର୍ଚ୍ଛିଆ ହୋଇ ସମ୍ବାଦ ଛାଡ଼ିବା ପଛରେ କିଛି ଲୋଭନୀୟ ରାଜନୈତିକ ଅଫର୍ ଅଛି କି? ତାଙ୍କୁ ରାଜ୍ୟପାଳ ପାଇଁ ଅଫର୍ ମିଳିନି ତ? ସର୍ବୋପରି ତାଙ୍କ ନିଷ୍ପତ୍ତି ପଛରେ ବ୍ୟବସାୟିକ ସ୍ୱାର୍ଥ ନିହିତ ନାହିଁ ତ?

ସୌମ୍ୟବାବୁଙ୍କୁ ନେଇ ଏସବୁ ଚର୍ଚ୍ଚା ମଧ୍ୟରେ ନିର୍ଦ୍ଦିଷ୍ଟ ଉତ୍ତର କିନ୍ତୁ କାହାରି ପାଖରେ ନାହିଁ । ତେବେ ଏହି ନିଷ୍ପତ୍ତିଙ୍କୁ ତାଙ୍କର ଅନେକ ଶୁଭେଚ୍ଛୁ ସହଜରେ ଗ୍ରହଣ କରିନାହାନ୍ତି । ସୌମ୍ୟବାବୁଙ୍କର ଏହା ପଳାୟନପନ୍ଥୀ ନିଷ୍ପତ୍ତି ଏବଂ ସ୍ୱାର୍ଥପରତାର ଉଦାହରଣ ବୋଲି ସେମାନେ କହିଛନ୍ତି । ରାଜନୀତିରୁ ସନ୍ୟାସ ନେଇ ବରଂ ଖବରକାଗଜରେ ସମ୍ପୂର୍ଣ୍ଣ ମନୋନିବେଶ କରିଥିଲେ ତାଙ୍କର ସ୍ୱାଭିମାନ ଓ ସମ୍ମାନ ଫେରି ଆସିଥାନ୍ତା ବୋଲି ଅନେକ ମତ ପ୍ରକାଶ କରିଛନ୍ତି ।

Previous Post

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Next Post

ବିରୋଧୀଙ୍କୁ ଧୂଲେଇଲେ ନବୀନ

Next Post
ବିରୋଧୀଙ୍କୁ ଧୂଲେଇଲେ ନବୀନ

ବିରୋଧୀଙ୍କୁ ଧୂଲେଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA