Sunday, June 28, 2026 06:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅତୃପ୍ତ ସୌମ୍ୟଙ୍କ କଲମ ବଦଳ !

ବିନାଶ କାଳେ ବିପରୀତ ବୁଦ୍ଧି

by Our Correspondent
03 Aug, 2023- 08:15 PM
in Latest News, News
1 min read
0
ଅତୃପ୍ତ ସୌମ୍ୟଙ୍କ କଲମ ବଦଳ !

ଭୁବନେଶ୍ୱର: ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦଳବଦଳକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ଏହାକୁ ଆହୁରି ରୋଚକ କରିଛି ତାଙ୍କର କଲମ ବଦଳ ଚର୍ଚ୍ଚା । ମନ୍ତ୍ରୀ ପଦ ନ ପାଇ ବିଜେଡିରେ ବୀତସ୍ପୃତ ସୌମ୍ୟ ନିଜ ଖବରକାଗଜକୁ ପ୍ରତିଶୋଧର ଅସ୍ତ୍ର କରିଥିଲେ ମଧ୍ୟ ନିଜେ ଆଉ କଲମ ଚଳାଇ ଲୋକହସା ହେବାକୁ ଚାହୁଁନାହାନ୍ତି । ବରଂ ନିଜ କଲମକୁ ଅନ୍ୟ ହାତରେ ଧରାଇବାର ରାସ୍ତା ସାଉଁଟିଥିବା କୁହାଯାଉଛି ।

ବିଜେଡି ବିଧାୟକ ସୌମ୍ୟବାବୁ ନିଜ ଖବରକାଗଜ ଲେଖନୀରେ ବିଜେଡି ସରକାର ଉପରୁ ଇତିମଧ୍ୟରେ ଆସ୍ଥା ତୁଟେଇ ସାରିଛନ୍ତି । ବହୁ ଦିନ ବ୍ୟବଧାନରେ ଗତ ଜୁନ୍ ଶେଷ ସପ୍ତାହରେ ତାଙ୍କ କାଗଜରେ ଆମ ଘରର ହାଲଚାଲ ସ୍ତମ୍ଭ ଲେଖିଥିଲେ । ରାଜ୍ୟର ଶାସନ ବ୍ୟବସ୍ଥାକୁ ପ୍ରଶ୍ନ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଖାଲି ସମର୍ଥନ କରି ନ ଥିଲେ ବରଂ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏହାପରଠୁ ତାଙ୍କ କାଗଜରେ କ୍ରମାଗତ ଏହି ଧାରା ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ ମୁଖ୍ୟ ଟାର୍ଗେଟ୍ ହୋଇଯାଇଛନ୍ତି ।

ତେବେ ପ୍ରତିଶୋଧର ନିଆଁରେ ଜଳୁଥିବା ସୌମ୍ୟବାବୁ ରାଜନୈତିକ କାରଣରୁ ଖୋଲା ନ ହୋଇ ଛଦ୍ମବେଶରେ ଶତ୍ରୁ ନିପାତ କରିବାକୁ ମନସ୍ଥ କରିଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡ଼ିଛି । ଅତୀତରେ ବାରମ୍ବାର ଦଳ ବଦଳେଇଲା ଭଳି ଏଥର ନିଜର କଲମ ବଦଳେଇବାର ନୂଆ ପନ୍ଥା ଆପଣେଇଛନ୍ତି । ଏହି ବାଟରେ ସେ ବିଜେଡି ଓ ସରକାର ଉପରେ ରାଗ ସୁଜୋଉଛନ୍ତି । ସୋ÷ମ୍ୟଙ୍କର ଏହି ଚାଲ୍ କୁ ତାଙ୍କର ବିଶ୍ୱସ୍ତ ସହଯୋଗୀମାନେ ବାହାରେ ପ୍ରଘଟ କରିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

କହିବା ବାହୁଲ୍ୟ ଯେ ସୌମ୍ୟବାବୁଙ୍କୁ ଓଡ଼ିଶା ରାଜନୀତିରେ ଅତୃପ୍ତ ଆତ୍ମା ବୋଲି କୁହାଯାଉଛି । ବିଜେଡିରେ ନିଜର ଲକ୍ଷ୍ୟସାଧନରେ ବିଫଳ ହେବା ପରେ ଦଳରୁ ମନ ଛଡ଼ାଇ ଆଣିଛନ୍ତି । ବର୍ତ୍ତମାନ ତାଙ୍କର ଶରୀର ବିଜେଡିରେ ଥିଲେ ମଧ୍ୟ ଆତ୍ମା କେତେବେଳେ ବିଜେପି ତ ଆଉ କେତେବେଳେ କଂଗ୍ରେସରେ ରହିଛି । ନିଜର ଭବିଷ୍ୟତ ସ୍ଥିର କରି ନ ପାରି ନିଜେ ଦ୍ୱନ୍ଦରେ ପଡ଼ିଥିବା କୁହାଯାଉଛି ।

ସୂଚନାଥାଉକି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୌମ୍ୟବାବୁ ଇତିମଧ୍ୟରେ ସମ୍ପର୍କ ବଢ଼ାଇଥିବା ବିଜେପି ମହଲରୁ ଜଣାପଡ଼ିଛି । ମାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଖୋଲା ସମର୍ଥନ ଦେବା ତାଙ୍କୁ ଅସୁବିଧାରେ ପକାଇଛି । ଏହା ତାଙ୍କ ପାଇଁ ବିଜେପି ରାସ୍ତା ଅଡୁଆ ହୋଇପାରେ । ଅନ୍ୟପକ୍ଷରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ନିବିଡ଼ ହୋଇଥିବା କଂଗ୍ରେସ ମହଲରେ ଆଲୋଚନା ହେଉଛି । ଏହି ପରିପ୍ରେକ୍ଷୀରେ ଆଗକୁ ତାଙ୍କର ନିଷ୍ପତ୍ତି କ’ଣ ହେବ ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

Previous Post

ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦% ବଢ଼ିଲା

Next Post

ଘୋଷଣା ହେଲା ମନମୋହନଙ୍କ ଟିମ୍

Next Post
ଘୋଷଣା ହେଲା ମନମୋହନଙ୍କ ଟିମ୍

ଘୋଷଣା ହେଲା ମନମୋହନଙ୍କ ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA