Wednesday, April 15, 2026 10:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୌମ୍ୟଙ୍କୁ ପ୍ରେସ୍ ମିଟ୍ ଧରାଇଲା ବିଜେଡି

କାନମୁଣ୍ଡା ଆଉଁଷିଲେ ବିରୋଧୀ !

by Our Correspondent
02 Mar, 2023- 05:54 PM
in Latest News, News, Politics
1 min read
0
ସୌମ୍ୟଙ୍କୁ ପ୍ରେସ୍ ମିଟ୍ ଧରାଇଲା ବିଜେଡି

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଆଜି ଦଳ ପକ୍ଷରୁ ଆୟୋଜିତ ପ୍ରେସ୍ ମିଟ୍ ର ମଙ୍ଗ ଧରାଯାଇଥିଲା । ରନ୍ଧନ ଗ୍ୟାସ୍ ଦର ୫୦ ଟଙ୍କା ବୃଦ୍ଧି ପାଇଥିବାରୁ ଏହା ବିରୋଧରେ ଦଳ ଏହି ପ୍ରେସ୍ ମିଟ୍ ର ଆୟୋଜନ କରିଥିଲା । ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମର ଢ଼େଙ୍ଗୁରା ପିଟିବା ସହ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ବିରୋଧରେ ବର୍ଷିଥିଲେ ସୌମ୍ୟ । କେନ୍ଦ୍ର ସରକାରଙ୍କ ଗ୍ୟାସ୍ ଦର ବୃଦ୍ଧି ନିଷ୍ପତ୍ତି ବିରୋଧରେ ବିଜେଡି ଜନମତ ସୃଷ୍ଟି କରିବ ବୋଲି ସେ ଚେତାବନୀ ଦେଇଥିଲେ ।

ବିଜେଡି ତୁଣ୍ଡ ହୋଇ ସୌମ୍ୟ ପ୍ରେସ୍ ମିଟ୍ କରିବାରେ ସେଭଳି କିଛି ଚମତ୍କାରିତା ନ ଥିଲେ ମଧ୍ୟ ନିକଟରେ କଟକଠାରେ ଲ’ କଲେଜ ଉତ୍ସବରେ ତାଙ୍କ ଭାଷଣ ପାଇଁ ଫ୍ରେସ୍ ବିବାଦରେ ଛନ୍ଦି ହୋଇଥିଲେ । ତାଙ୍କ ଭାଷଣର ସାରମର୍ମ ଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ଭେଟ ହେବା ସମ୍ଭବ ହେଉନାହିଁ । ଏଠି ମନ୍ତ୍ରୀ ବଡ଼ କି ସଚିବ ବଡ଼ ତାହା ସନ୍ଦେହରେ ପକାଉଛି । ଆମେ ଅନ୍ୟ କିଛି ପ୍ରଲୋଭନରେ ଅଛୁ ବୋଲି କିଛି କହିପାରୁନାହୁଁ ବୋଲି ସେ କହିଥିଲେ ।

ସୌମ୍ୟଙ୍କ ଏଭଳି ମନ୍ତବ୍ୟ ପରିପ୍ରେକ୍ଷୀରେ ସୋସିଆଲ୍ ମିଡିଆରେ ତାଙ୍କୁ ଦଳ ବିରୋଧୀ ଭାବେ ଚିତ୍ରଣ କରାଯାଇଥିଲା । ରାଜ୍ୟ ସରକାରଙ୍କୁ ଆକ୍ରମଣ କରିବାରେ ବିରୋଧୀ ଦଳ ତାଙ୍କ ତୁଣ୍ଡକୁ ଅସ୍ତ୍ର କରିଥିଲେ । ଖୋଦ୍ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କୁ ଖୁସିରେ କୋଳେଇ ନେଲା ଭଳି ଆଚରଣ କରିଥିଲେ । ତାଙ୍କ ଦଳର ନେତାମାନେ ସୌମ୍ୟଙ୍କ ଭାଷଣକୁ ସେୟାର୍ କରି ରାଜ୍ୟ ସରକାରଙ୍କ ବିରୋଧରେ କ୍ୟାମ୍ପନ୍ ଆରମ୍ଭ କରିଦେଇଥିଲେ ।

ଖାଲି ବିରୋଧୀ ଦଳ ନୁହଁନ୍ତି, ତାଙ୍କ ନିଜ ଦଳରୁ ମଧ୍ୟ ସୌମ୍ୟଙ୍କୁ ପ୍ରବଳ ସମାଲୋଚନା ହୋଇଥିଲା । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ରାଜ୍ୟ ସରକାରଙ୍କ ଆଇଟି ବିଭାଗର ଉପଦେଷ୍ଟା ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଥିବା ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ପ୍ରତି ଅତି କଟୁ ଭାଷାରେ ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ, ସୌମ୍ୟ ବାବୁ ୪ ଥର ନିର୍ବାଚନ ହାରିବା ପରେ ନବୀନ ବାବୁଙ୍କ ଗୋଡ଼ ଧରି ବିଜେଡି ଟିକେଟରେ ବିଧାୟକ ହେଲେ । ବିଧାୟକ ହେବାର ଚାରିବର୍ଷରେ ଖଣ୍ଡପଡ଼ା ଲୋକଙ୍କର କ’ଣ ସ୍ୱାର୍ଥ ସାଧନ କରିଛନ୍ତି? ନିଜର ଅଧିକ ସ୍ୱାର୍ଥ ପାଇଁ ସେ ଚିରାଚରିତ ଢ଼ଙ୍ଗରେ ଅନ୍ୟ କାନ୍ଧରେ ବନ୍ଧୁକ ଫୁଟାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅନୁଭବ କଟାକ୍ଷ କରିଥିଲେ । ନିଜର ଏହି ଟ୍ୱିଟ୍ କୁ ସେ ପ୍ରବଳ ମାତ୍ରାରେ ସେୟାର ବି କରିଥିଲେ ।

ସୌମ୍ୟଙ୍କ ଟିପ୍ପଣୀକୁ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବି ଗଣମାଧ୍ୟମରେ ଝାଡ଼ି ହୋଇଥିଲେ । କହିଥିଲେ, ସେ(ସୌମ୍ୟ) କ’ଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖିନାହାନ୍ତି ନା କ’ଣ? ନା ଦେଖିକି ତାଙ୍କର ଆଖିପାଖି ନାହିଁ । ମୁଖ୍ୟମନ୍ତ୍ରୀ ସରକାର ଚଳଉଛନ୍ତି । ସେ ଦେଖିକି ଅଦେଖା ହେଉଛନ୍ତି । ଆମେ ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁଛୁ । ସେ କାହିଁକି ଭେଟୁନାହାନ୍ତି, ସେ ଜାଣିଥିବେ ।

ଅନୁଭବ ହୁଅନ୍ତୁ କି ମନ୍ତ୍ରୀ ପ୍ରମିଳା ନିଜ ଦଳର ଜଣେ ବରିଷ୍ଠ ନେତା ଓ ବିଧାୟକଙ୍କୁ ଏଭଳି ଖୋଲାଖୋଲି ସମାଲୋଚନା କରିବା ପଛରେ ଦଳ ଭିତରେ ଗଡ଼ବଡ଼ର ଗନ୍ଧ ଆଣିଥିଲା । ଉପରୁ ଇସାରା ପାଇ ସେମାନେ ଏମିତି କରିଥିଲେ ନା ଉପରବାଲାଙ୍କୁ ଖୁସି କରିବା ପାଇଁ ଅତ୍ୟଧିକ ଉତ୍ସାହିତ ହୋଇଥିଲେ ତାହା ଆଜିର ସାମ୍ବାଦିକ ସମ୍ମିଳନୀର ସୌମ୍ୟଙ୍କ ଆବିର୍ଭାବ ପରେ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ସବୁଠାରୁ ବେଶୀ ଦ୍ୱନ୍ଦରେ ପଡ଼ିଛନ୍ତି ଖଣ୍ଡପଡ଼ା ବିଜେଡି କର୍ମୀ ।

ଅନ୍ୟପକ୍ଷରେ କିଛି ଦିନ ହେଲା ସୌମ୍ୟଙ୍କୁ ଆଦରରେ ପୋତି ପକାଉଥିବା ବିଜେପି ନେତାମାନଙ୍କ ଉପରେ ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀ ଚାପଡ଼ା ମାରିଲା ଭଳି ହୋଇଛି । ସୌମ୍ୟଙ୍କ ବୟାନକୁ ଆଉ ଅଧିକ ମାର୍କେଟିଂ କରାଇ ଲଜ୍ଜିତ ହେବାକୁ ଚାହିଁବେନି । ରାଜନୈତିକ ଦୃଷ୍ଟିକୋଣରୁ ଏହା ସେମାନଙ୍କ ପାଇଁ ବାଧକ ହୋଇପାରେ ।

ସେଥିପାଇଁ ବୋଧେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ସୌମ୍ୟଙ୍କ ସାମ୍ବାଦିକ ସମ୍ମିଳନୀକୁ କଟାକ୍ଷ କରିଛନ୍ତି । ସୌମ୍ୟଙ୍କ ମୁହଁରେ ଯେତେ କୁହାଇଲେ ବି ସେ ଆଉ ବିଜେଡିର ହୋଇ ରହିନାହାନ୍ତି । ଆଉ କିଛି ଦିନ ପରେ ସେ କାହାର ଜଣାପଡ଼ିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଯାହା ବି ହେଉ, ସୌମ୍ୟଙ୍କୁ ଦଳ ଗୁରୁତ୍ୱ ଦେଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ବାର୍ତ୍ତା ଛାଡ଼ିବାକୁ ଚେଷ୍ଟା କରିଥିଲା ବେଳେ ଏହା ତାଙ୍କ ପାଇଁ ସମ୍ମାନ ନା ଅପମାନ ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଏହାର ରାଜନୈତିକ ଦିଗ କିଭଳି ରହିବ ତାହା ଦେଖିବାକୁ ପଡ଼ିବ ।

 

 

Previous Post

ଗ୍ୟାସ୍ ଦରବୃଦ୍ଧି ବିରୋଧରେ ବିଜେଡିର ହୁଙ୍କାର

Next Post

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

Next Post
ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA