Wednesday, June 24, 2026 03:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ନାଲି ଆଖିକୁ ଡରିଲେନିିିି

ଚାକିରି କରିନୁ, ଯେଉଁଠି ଇଚ୍ଛା ବସିବୁ: ପ୍ରଫୁଲ୍ଲ ମଲ୍ଲିକ

by Our Correspondent
11 Apr, 2025- 11:39 PM
in Latest News, News, Politics
1 min read
0
ନବୀନଙ୍କ ନାଲି ଆଖିକୁ ଡରିଲେନିିିି

ଭୁବନେଶ୍ୱର: ‘ପାଣ୍ଡିଆନ’ ଫ୍ୟାକ୍ଟର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ମହଙ୍ଗା ହୋଇଯାଇଛି । ଦଳରେ ତାଙ୍କର ସେହି ପୂର୍ବ ଖାତିର ଆଉ ନାହିଁ । ଦଳୀୟ ଶୃଙ୍ଖଳା ଆଳରେ ତାଙ୍କ ତାଗିଦକୁ ବେଖାତିର କରିବାକୁ ସାହାସ କଲେଣି ବରିଷ୍ଠ ନେତା । ୱକଫ୍ ପ୍ରସଙ୍ଗରେ ଦଳରେ ବୋହୁଥିବା ପାଣ୍ଡିଆନ୍ ଝଡ଼ ପ୍ରଶମିତ କରିବାକୁ ଦିନକ ପୂର୍ବରୁ ନାଲି ଆଖି ଦେଖାଇଥିଲେ । ମାତ୍ର ତାଙ୍କର ସେହି ନାଲି ଆଖିକୁ ଫୁ କରିଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ନୃସିଂହ ସାହୁ ।

ନବୀନଙ୍କ ବୟାନ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଗଣମାଧ୍ୟମରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି । ବିଜେଡି ନେତାମାନେ ଶଙ୍ଖ ଭବନରେ ବସି ମିଟିଂ କରିବେ, କେଉଁ ହୋଟେଲରେ ବସିପାରିବେନି ବୋଲି ନବୀନଙ୍କ ତାଗିଦକୁ ସେ ଫୁତକାର୍ ମାରିଛନ୍ତି । କହିଛନ୍ତି, ଆମ କେଉଁଠି ବସିବୁ ନ ବସିବୁ କେହି ନାଲି ଆଖି ଦେଖାଇ ପାରିବେ ନାହିଁ । ଏହା ଆମର ବ୍ୟକ୍ତିଗତ କଥା । ଆମେ ହୋଟେଲ୍ ରେ ବସିପାରିବୁନି କହିବା ଠିକ୍ ନୁହେଁ । ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ । ପାର୍ଟି ମିଟିଂ ବାହାରେ ଅନ୍ୟ କେଉଁଠି କଥା ହେବାରେ ଅସୁବିଧା କେଉଁଠି? ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।

ସେହିଭଳି ନୃସିଂହ ସାହୁ ନବୀନଙ୍କ ତାଗିଦ୍ କୁ ଡରି ନାହାନ୍ତି । ପ୍ରଫୁଲ୍ଲଙ୍କ ଭଳି ସେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ବ୍ୟକ୍ତିଗତ ଭାବେ କିଏ କେଉଁଠି ଚା ପିଇଲା କି କଥାବାର୍ତ୍ତା ହେଲା ଶଙ୍ଖଭବନର ଆବଶ୍ୟକତା ନାହିଁ । କ୍ରିଷ୍ଟାଲ୍ କ୍ରାଉନ୍ ହୋଟେଲରେ ବ୍ରେକଫାଷ୍ଟ୍ ପାଇଁ କିଛି ବନ୍ଧୁ ଏକାଠି ହୋଇଥିଲୁ । ସେଠାରେ ରାଜନୈତିକ ଆଲୋଚନା ହେବା ସ୍ୱାଭାବିକ । ଏଥିରେ ଅସୁବିଧା କେଉଁଠି? ଆମେ ଯେତେବେଳେ ଏକାଠି ବସୁ, ଦଳର ହିତ କଥା ଚିନ୍ତା କରୁ । ଆମେ କେଉଁଠି ବସିବୁ, ଉଠିବୁ ସେଥିପାଇଁ କ’ଣ ଦଳ ସଭାପତିଙ୍କ ଅନୁମତି ନେବୁ? ଏଥିସହ ପାଣ୍ଡିଆନଙ୍କୁ ସିଧାସଳଖ ନିଶାନା କରିଛନ୍ତି ନୃସିଂହ । କହିଛନ୍ତି, ପାଣ୍ଡିଆନଙ୍କ ଯୋଗଦାନ ଦଳକୁ କ୍ଷତିଗ୍ରସ୍ତ କଲା । ନବୀନ ବାବୁ ଦୁଇଟି ସ୍ଥାନରେ ଛିଡ଼ା ହେବା ବିଜେପିକୁ ଅପପ୍ରଚାରର ସୁଯୋଗ ଦେଲା । ୱକଫ୍ ବିଲ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ ସସ୍ମିତ୍ ଯାହା କଲେ ଠିକ୍ କଲେନି । କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ । ସେ ବିଚାର କରିବେ ।

ସୂଚନାଥାଉକି, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପର୍କୀୟଙ୍କ ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ୍ କ୍ରାଉନ୍ ରେ ସୋମବାର ଦିନ ବିଜେଡିର କିଛି ବରିଷ୍ଠ ନେତା ଏକାଠି ହୋଇଥିଲେ । ତାହା ପାଣ୍ଡିଆନ୍ ବିରୋଧୀ ମେଳି ବୋଲି ପ୍ରଚାର ହୋଇଥିଲା । ଏହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୁଆଡ଼େ ଉତକ୍ଷିପ୍ତ କରିଥିଲା । ପରଦିନ ନିର୍ଦ୍ଦିଷ୍ଟ ଦୁଇଟି ଗଣମାଧ୍ୟମରେ ନବୀନ ବାବୁ ମୁହଁ ଖୋଲି ହୋଟେଲରେ ମେଳି କରୁଥିବା ନେତାଙ୍କୁ ତାଗିଦ୍ କରିଥିଲେ । ବୈଠକ ପାଇଁ ସେମାନଙ୍କୁ ଶଙ୍ଖ ଭବନ ଦେଖାଇଥିଲେ । ଏଥିସହ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତିବା ସହ ତାଙ୍କ ବିରୋଧରେ ଗଣମାଧ୍ୟମରେ ବୟାନ ଦେଇଥିବା ପ୍ରଭାତ ତ୍ରିପାଠୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇଥିଲେ । ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିଲେ ।

ତେବେ ନବୀନଙ୍କ ମନ୍ତବ୍ୟକୁ ପ୍ରଭାତ ତ୍ରିପାଠୀ ଖଣ୍ଡନ କରିବା ସହ ନବୀନ ବାବୁ ମହାମିଥ୍ୟା କହିଛନ୍ତି ବୋଲି ଆକ୍ଷେପ କରିଥିଲେ ।

ସେ ଯାହା ହେଉ ଦଳର ବରିଷ୍ଠ ନେତାମାନେ ଏବେ ନବୀନଙ୍କୁ ଖାତିର ନ କରି ସମାଲୋଚନା କରିବା ବିଜେଡିର ଭବିଷ୍ୟତ ପାଇଁ ମଙ୍ଗଳମୟ ନୁହେଁ ବୋଲି କୁହାଯାଉଛି ।

Previous Post

ଆରମ୍ଭ ହେଲା ଆୟୁଷ୍ମାନ ଯୋଜନା

Next Post

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଲେ ବିଧାୟିକା

Next Post
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଲେ ବିଧାୟିକା

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଲେ ବିଧାୟିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA