Sunday, May 24, 2026 12:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାପ୍ରଭୁ କ୍ଷମା ଦେବେ ତ?

ଶରଧାବାଲିରେ ଚାଲିଗଲା ୩ ଜୀବନ, ୫୦ ଆହତ

by Samar Pradhan
29 Jun, 2025- 12:34 PM
in Latest News, News
1 min read
0
ମହାପ୍ରଭୁ କ୍ଷମା ଦେବେ ତ?

ଭୁବନେଶ୍ୱର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ଥିଲେ । ପହଡ଼ ଖୋଲୁ ଖୋଲୁ ମାଡ଼ି ଆସିଲେ । ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିଲା । ଠେଲାପେଲା ଆରମ୍ଭ ହୋଇଗଲା । ଅନେକ ଭକ୍ତ ତଳେ ପଡ଼ିଗଲେ । ପାଦରେ ଚକଟି ହୋଇଗଲେ । କଲବଲ ହୋଇ ମରିଗଲେ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ତିନି ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି । ୬ ଜଣ ଆହତ ହୋଇଛନ୍ତି । ମାତ୍ର ଅସମର୍ଥିତ ସୂତ୍ରର ସୂଚନା ଅନୁଯାୟୀ ମୃତକ ଏବଂ ଆହତଙ୍କ ସଂଖ୍ୟା ଆହୁରି ଅଧିକ । ଆହତଙ୍କ ସଂଖ୍ୟା ୫୦ରୁ ଅଧିକ । ଦୁଇଦିନ ତଳେ ରଥଯାତ୍ରା ମହାବିଭ୍ରାଟର କମ୍ପନ ନ ଯାଉଣୁ ଆଜି ବଡ଼ି ଭୋରରେ ଶରଧାବାଲିରେ ଏହି ବଡ଼ ଅଘଟଣ ଘଟିଛି । ରଥଯାତ୍ରା ପରିଚାଳନାରେ ସରକାରଙ୍କର ଅକର୍ମଣ୍ୟତା ସମ୍ପୂର୍ଣ୍ଣ ଭାବରେ ପଦାରେ ପଡ଼ିଯାଇଛି ।

ଗତକାଲି ଗୁଣ୍ଡିଚା ଘରେ ତିନି ରଥ ପହଞ୍ଚିଲା ପରେ ଜନ୍ମବେଦି ସମ୍ମୁଖରେ ଉଭା ହୋଇଥିଲେ ଚତୁର୍ଦ୍ଧା ବିଗ୍ରହ । ବଡ଼ ଠାକୁରଙ୍କ ଦର୍ଶନ ପାଇଁ ଶରଧାବାଲିକୁ ଭକ୍ତମାନଙ୍କର ସୁଅ ଛୁଟିଥିଲା । ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ପହୁଡ଼ ପଡ଼ିଥିଲେ ମଧ୍ୟ ଭକ୍ତମାନଙ୍କର ଆଗମନ ବନ୍ଦ ହୋଇ ନ ଥିଲା । ଭୋରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତମାନେ ଅପେକ୍ଷାରେ ଥିଲେ । ଭୋର ୩ଟା ୪୫ରେ ପହୁଡ଼ ଖୋଲିବା ମାତ୍ରେ ଜୁଆର ଭଳି ଭକ୍ତମାନେ ମାଡ଼ି ଆସିଥିଲେ । ଠେଲାପେଲା ଆରମ୍ଭ ହୋଇଗଲା ।

ପ୍ରାୟ ସାଢ଼େ ଚାରିଟା ବେଳକୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଲା । କିଛି ଭକ୍ତ ତଳେ ପଡ଼ିଯିବାରୁ ଅନ୍ୟମାନେ ଚକଟି ପକେଇଲେ । ଅଣନିଶ୍ୱାସୀ ହୋଇ ତିନି ଜଣଙ୍କର ଜୀବନ ଚାଲିଗଲା । ମୃତକମାନେ ହେଲେ ଖୋର୍ଦ୍ଧା ବାଲିପାଟଣାର ପ୍ରଭାତୀ ଦାସ(୫୨), ଭୁବନେଶ୍ୱର ନୟାପଲ୍ଲୀର ପ୍ରେମକାନ୍ତ ମହାନ୍ତି(୭୮) ଏବଂ ଖୋର୍ଦ୍ଧା ଗୋଡ଼ଭଙ୍ଗାର ବାସନ୍ତୀ ସାହୁ(୪୨) । ଆଉ କିଛି ଭକ୍ତ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲା ବେଳେ ସୌଭାଗ୍ୟବଶତଃ ପୁଲିସ ପହଞ୍ଚି ଡାକ୍ତରଖାନା ଟେକି ନେଇଥିଲା । ପ୍ରାୟ ୫୦ ଭକ୍ତ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥିବା ବେଳେ ଦୁଇଟି ଚାର କାଠ ବୋଝେଇ ଟ୍ରକ୍ ଭିତରକୁ ପଶିଥିଲା । ଦଳାଚକଟା ପାଇଁ ତାହାକୁ ସମସ୍ତେ ଦାୟୀ କରିଛନ୍ତି । କିଏ ସେମାନଙ୍କୁ ଅନୁମତି ଦେଲା ସମସ୍ତଙ୍କୁ ଆନ୍ଦୋଳିତ କରିିଛି । ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଏତେ ବ୍ୟବସ୍ଥା ସତ୍ତ୍ୱେ ଏଭଳି କେମିତି ଘଟିଲା ତାହା ସମସ୍ତଙ୍କୁ ବିସ୍ମିତ କରୁଛି । ସେହିଭଳି ଭଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୁଲିସ ବ୍ୟବସ୍ଥା ନ ଥିଲା ବୋଲି ଅଭିଯୋଗ ହୋଇଛି । ଭିଡ଼ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି ।

ମହାବିଭ୍ରାଟ୍ ମହାପ୍ରଭୁଙ୍କ ଇଚ୍ଛା ବୋଲି ଆଇନମନ୍ତ୍ରୀ ରଥଯାତ୍ରା ମହାବିଭ୍ରାଟ୍ ପରେ ମନ୍ତବ୍ୟ ଦେଇଥିଲେ । ମାତ୍ର ଦଳାଚକଟାରେ ଭକ୍ତ ମରିବା ପରେ ସେ ମହାପ୍ରଭୁଙ୍କୁ କ୍ଷମା ମାଗିବାକୁ ବି ଉଚିତ୍ ମଣିଲେ ନାହିଁ । ଘଟଣାର ତଦନ୍ତ ହେବ ବୋଲି ମନ୍ତ୍ରୀ ଦେଇ କାମ ସାରିଦେଲେ ।

ଅନ୍ୟପକ୍ଷରେ ପୁରୀ ଅଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେବା ପରେ ଏବଂ ସବୁଆଡୁ ଚାପ ପଡ଼ିବା ପରେ ଯାଇ ମୁଖ୍ୟମନ୍ତ୍ରୀଙ୍କର ସଦବୁଦ୍ଧି ହୋଇଛି । ରଥଯାତ୍ରା ପରିଚାଳନାରେ ଅବହେଳା ହୋଇଥିବା ସେ ସ୍ୱୀକାର କରିଛନ୍ତି ଏବଂ ଏହି ଅବହେଳା ଅକ୍ଷମଣୀୟ ବୋଲି କହିଛନ୍ତି । ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ପ୍ରଶ୍ନ ଉଠୁଛି, ମହାପ୍ରଭୁ ଏଥିପାଇଁ କ୍ଷମତା ଦେବେ ତ?

ଗତବର୍ଷ ପହଣ୍ଡି ବେଳେ ବଳଭଦ୍ରଙ୍କୁ କଚାଡ଼ି ପକାଇ ଦିଆଗଲା । ଘଟଣାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ବୟାନ ଦେଲେ । ମାତ୍ର ବର୍ଷେ ବିତିଗଲା ପରେ ମଧ୍ୟ ସେ ରିପୋର୍ଟ ସାର୍ବଜନୀନ ହେଲା ନାହିଁ କି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ଚଳିତବର୍ଷ ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ଜୋରଦାର ପ୍ରସ୍ତୁତିର ପ୍ରଚାର ହେଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା । ସେଥିରେ ଆଇନମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଦସ୍ୟ ଥିବା ବେଳେ ଆଇନ ବିଭାଗର ସଚିବ ଆବାହକ ରହିଥିଲେ । ମାତ୍ର ସେ କମିଟି କ’ଣ କରୁଥିଲା ତାହା ମା ଗଙ୍ଗେଇ ଜାଣନ୍ତି ।

ସେହିଭଳି ରଥଯାତ୍ରା ପ୍ରସ୍ତୁତି ବୈଠକର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟ ତାଙ୍କୁ ଲୋକହସା କରିଛି । ବୈଠକ ଶେଷରେ ଗଣମାଧ୍ୟମକୁ କହିଥିଲେ ଯେ ଚଳିତବର୍ଷର ରଥଯାତ୍ରା ସ୍ମରଣୀୟ ହେବ । ଅଘଟଣ ଶୂନ୍ୟ ହେବ । ରଥଯାତ୍ରାରୁ ଭକ୍ତମାନେ ଦିବ୍ୟ ଅନୁଭବ ନେଇ ଫେରିବେ ।

କଥା ହେଉଛି, ମୁଖ୍ୟମନ୍ତ୍ରୀ ସିନା କ୍ଷମା ମାଗିଲେ । କିନ୍ତୁ ମହାପ୍ରଭୁ କ୍ଷମା ଦେବେ ତ? ଏହି ମହାଅଘଟଣ ପାଇଁ ଦାୟୀ ମନ୍ତ୍ରୀ ଏବଂ ଅଫିସରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କାହିଁକି? ନା ତଦନ୍ତ ଆଳରେ ସମୟ ଗଡ଼େଇ ୟାକୁ ବି ଭୁଲିଯିବେ??

Previous Post

ଏଥର ସ୍ମରଣୀୟ କରିଦେଲେ ରଥଯାତ୍ରା

Next Post

ଲୋକେ ମଲା ପରେ ବୁଦ୍ଧି ପଶିଲା

Next Post
ଲୋକେ ମଲା ପରେ ବୁଦ୍ଧି ପଶିଲା

ଲୋକେ ମଲା ପରେ ବୁଦ୍ଧି ପଶିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA