Tuesday, July 8, 2025 03:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୋକେ ମଲା ପରେ ବୁଦ୍ଧି ପଶିଲା

ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି

by Our Correspondent
29 Jun, 2025- 07:44 PM
in Latest News, News
1 min read
0
ଲୋକେ ମଲା ପରେ ବୁଦ୍ଧି ପଶିଲା

ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ମହାବିଭ୍ରାଟ ଏବଂ ବଡ଼ ଅଘଟଣ ଘଟିସାରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବୁଦ୍ଧି ପଶିଛି । ସରକାର ଚଳାଇବା ଏକ ପିଲା ଖେଳ ନୁହେଁ ବୋଲି ବର୍ଷେ ପରେ ତାଙ୍କର ହୃଦବୋଧ ହୋଇଛି । ସବୁଠାରୁ ବଡ଼ ଚାଲେଂଜ ଥିବା ରଥଯାତ୍ରା ପରିଚାଳନାରେ ସରକାରଙ୍କ ଅପାରଗତା ଜନ ଅସନ୍ତୋଷର ରୂପ ନେବା ପରେ ସେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ତେବେ କେବଳ ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରି ସେ ଜନ ଅସନ୍ତୋଷର ନିଆଁକୁ ପ୍ରଶମିତ କରିବାକୁ ଉଦ୍ୟମ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏବଂ ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କ ଦେହରେ ହାତ ମାରିନାହାନ୍ତି । ରଥଯାତ୍ରା ପରିଚାଳନା ସହ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ସୁରକ୍ଷା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ରଥଯାତ୍ରା ଦିନ ରଥଟଣାରେ ମହାବିଭ୍ରାଟ୍ ଏବଂ ଦଳାଚକଟା ହୋଇଥିଲା । ଘଟଣାକୁ ଲାଗିପଡ଼ି ଚପାଇ ଦେବାକୁ ଉଦ୍ୟମ କରିଥିଲେ ମୋହନ ସରକାର । ମାତ୍ର ଆଜି ବଡ଼ି ଭୋରରୁ ଶରଧାବାଲିରେ ଯେଉଁ ଭୟଙ୍କର ସ୍ଥିତି ହେଲା ସେଥିରୁ ବର୍ତ୍ତି ପାରିନାହାନ୍ତି । ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ସରକାରଙ୍କ ଅବହେଳାକୁ ଫାଙ୍କି ଦେବାକୁ ବସିଥିଲେ । ମାତ୍ର ଅବସ୍ଥା ଅସମ୍ଭାଳ ଦେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହାତ ଟେକିଦେଲେ । ଏହି ଅବହେଳା ଅକ୍ଷମଣୀୟ ବୋଲି ସେ ସ୍ୱୀକାର କରି ମହାପ୍ରଭୁଙ୍କୁ କ୍ଷମା ମାଗିଲେ । ଆଉ ତା’ ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁ ଏବଂ ଏସପି ବିନୀତ ଅଗ୍ରୱାଲ୍ ଙ୍କୁ ବଦଳି କରାଗଲା । ତାଙ୍କ ଜାଗାରେ ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଏବଂ ପିନାକ ମିଶ୍ରଙ୍କୁ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଦାୟିତ୍ୱରେ ଅବହେଳା ପାଇଁ ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ସେମାନଙ୍କୁ ନିଲମ୍ବିତ କରାଯାଇଛି । ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଉପରେ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିଲେ ମଧ୍ୟ ରଥଯାତ୍ରା ପରିଚାଳନା ଦାୟିତ୍ୱ ଅରବିନ୍ଦ ଅଗ୍ରୱାଲଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ରଥଯାତ୍ରା ଭିଡ଼ ନିୟନ୍ତ୍ରଣରେ ପୁଲିସର ସମ୍ପୂର୍ଣ୍ଣ ବିଫଳତା ସତ୍ତ୍ୱେ ଡିଜି ୱାଇ.ବି ଖୁରାନିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେବେ ପୁଲିସ ଆଧୁନିକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁରୀ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି ।

ଶେଷରେ, ସରକାର ଚଳାଇବା ଏକ ପିଲା ଖେଳ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ବିଳମ୍ବରେ ବୁଝିଛନ୍ତି । ନିକୁଞ୍ଜ ଧଳ ଦିଲ୍ଲୀ ଚାଲିଯିବା ପରେ ତାଙ୍କ ଜାଗାରେ ଅନ୍ୟ କାହାରିକୁ ନିଯୁକ୍ତି ଦେଇ ନ ଥିଲେ । ଆଜି ପୁରୀ ଅଘଟଣ ପରେ ସମନ୍ୱୟର ଆବଶ୍ୟତା ବୁଝି ସେ ଶାଶ୍ୱତ ମିଶ୍ରଙ୍କୁ ତାଙ୍କର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ତଥା ଇଡକୋ ଅଧ୍ୟକ୍ଷ ଭାବେ ସେ ବର୍ତ୍ତମାନ ଦାୟିତ୍ୱ ତୁଲାଉଛନ୍ତି । ଏହି ଦାୟିତ୍ୱକୁ ସେ ଅତିରିକ୍ତି ଦାୟିତ୍ୱ ଭାବେ ତୁଲାଇବେ ।

ବିଡ଼ମ୍ବନାର ବିଷୟ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡ. ଅରବିନ୍ଦ ପାଢ଼ୀଙ୍କ ନାଁ ସର୍ବାଗ୍ରେ ଥିଲା । ରଥଯାତ୍ରା ପରେ ତାଙ୍କର ନିଯୁକ୍ତିପତ୍ର ଆସିବ ବୋଲି ସ୍ପଷ୍ଟ ଜଣାପଡୁଥିଲା । ମାତ୍ର ତାଙ୍କର ଦୁର୍ଭାଗ୍ୟ ଯେ ରଥଯାତ୍ରା ପରିଚାଳନାରେ ଅପାରଗତା ତାଙ୍କୁ ଏହି ସୁଯୋଗରୁ ବଞ୍ଚିତ କରିଛି ।

 

 

Previous Post

ମହାପ୍ରଭୁ କ୍ଷମା ଦେବେ ତ?

Next Post

ପୃଥ୍ୱୀରାଜ ପୁରୀ ନଯାଇ ପୁରା ଯାଆନ୍ତୁ!!

Next Post
ପୃଥ୍ୱୀରାଜ ପୁରୀ ନଯାଇ ପୁରା ଯାଆନ୍ତୁ!!

ପୃଥ୍ୱୀରାଜ ପୁରୀ ନଯାଇ ପୁରା ଯାଆନ୍ତୁ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA