Thursday, June 25, 2026 05:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆରେ ଷ୍ଟାର୍ଟ-ଅପ୍ କନକ୍ଲେଭ୍ ‘ଇମ୍ପଲ୍ସ’

by Our Correspondent
30 Apr, 2025- 11:30 PM
in Latest News, News
1 min read
0
ସୋଆରେ ଷ୍ଟାର୍ଟ-ଅପ୍ କନକ୍ଲେଭ୍ ‘ଇମ୍ପଲ୍ସ’

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡି ଟୁ ବି ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାର୍ଟ-ଅପ୍ ଓଡ଼ିଶାର ମିଳିତ ସହଯୋଗରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସିରରେ ଏକ ଦିବସୀୟ କନକ୍ଲେଭ୍ ‘ଇମ୍ପଲ୍ସ’ ଆୟୋଜିତ ହୋଇଯାଇଛି । ଏଥିରେ ଯୁବ ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍ ବିଶେଷଜ୍ଞ ଓ ସରକାରୀ ପ୍ରତିନିଧି ଯୋଗ ଦେଇ ଷ୍ଟାର୍ଟ-ଅପ୍ ସମ୍ପର୍କିତ ଅଭିନବ ଦିଗ ବିଷୟରେ ଆଲୋଚନା କରିଥିଲେ ।

ଆୟୋଜିତ ସମ୍ମିଳନୀରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗକୁ ନେଇ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ । ସେହିପରି ବିଭିନ୍ନ ପର୍ଯ୍ୟାୟରେ ବିଶେଷଜ୍ଞମାନେ ଷ୍ଟାର୍ଟ-ଅପ୍କୁ ନେଇ ସରକାରୀ ଆର୍ଥିକ ସୁଯୋଗ, ଛାତ୍ରଛାତ୍ରୀମାନଙ୍କ ଭାବନାକୁ ନେଇ ଷ୍ଟାର୍ଟ-ଅପ୍ ଆରମ୍ଭ କରିବା ତଥା ଏହାର ବ୍ୟବସାୟିକ ଦିଗକୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ‘ବ୍ରିଜିଙ୍ଗ ଦ ଗ୍ୟାପ୍: ଷ୍ଟାର୍ଟ-ଅପ୍ସ, ଇନ୍କୁ୍ୟବେଟର୍ସ ଆଣ୍ଡ ଫଣ୍ଡିଙ୍ଗ୍- ଦ ଓଡ଼ିଶା ଇକୋ ସିଷ୍ଟମ୍ ଆଡ୍ଭାନ୍ଟେଜ୍’ ଶୀର୍ଷକ ଆଲୋଚନାରେ ଶିକ୍ଷା, ସରକାରୀ ଓ ଶିଳ୍ପ କ୍ଷେତ୍ରର ନେତୃବର୍ଗ ସାମିଲ ହୋଇଥିଲେ । ଏହି ଆଲୋଚନାକୁ ସୋଆର ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍କୁ୍ୟବେସନ୍ (ସୋଆ-ସିଆଇଆଇ)ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ରାଜୀବ କୁମାର ପରିଚାଳନା କରିଥିଲେ । ଆଲୋଚନାରେ ଷ୍ଟାର୍ଟ -ଅପ୍ ଓଡ଼ିଶା ପକ୍ଷରୁ ଶ୍ରୀ ଶିବାଙ୍କିତ ଦାସ, ନ୍ୟାସ୍ନାଲ୍ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ (ଏନ୍ଆର୍ଡିସି)ର ଶ୍ରୀମତି ଶ୍ରୀ ସୁଧା, ପ୍ଲାନ୍ଟେରୀରୁ ଶ୍ରୀ ଅଭିଷେକ ମହାପାତ୍ର, ଆଇଆଇଟି-ଭୁବନେଶ୍ୱରର ଶ୍ରୀ ଶକ୍ତିସ୍ୱରୂପ ପତି ଏବଂ ସୋଆର ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀ ସାମିଲ ହୋଇଥିଲେ ।

ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୧୧ଟି ଟିମ୍ ସେମାନଙ୍କର ଅଭିନବ ଜ୍ଞାନକୌଶଳକୁ ଏକ ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଯାହା ବିଚାରକମାନଙ୍କ ଦ୍ୱାରା ମୂଲ୍ୟାଙ୍କିତ ହୋଇଥିଲା ।

କାର୍ଯ୍ୟକ୍ରମର ଆରମ୍ଭରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସର ଡିନ୍ ପ୍ରପେସର ସନ୍ତୋଷ କୁମାର ରାଉତ ବକ୍ତବ୍ୟ ରଖିଥିଲେ । ସେହିପରି ଅଟଳ ଇନ୍କୁ୍ୟବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ର ନିଦେ୍ର୍ଦଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଭୁବନେଶ୍ୱର ସ୍ଥିତ ସଫ୍ଟୱେୟର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ)ର ନିଦେ୍ର୍ଦଶକ ଶ୍ରୀ ସୂର୍ଯ୍ୟକୁମାର ପଟ୍ଟନାୟକ ଏବଂ ଆଇଆଇଟି-ଭୁବନେଶ୍ୱରର ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ଏଆଇସି – ସୋଆ ଫାଉଣ୍ଡେସନ୍ ଏବଂ ଆଇଆଇଟି-ଭୁବନେଶ୍ୱରର ରିସର୍ଚ୍ଚ ଆଣ୍ଡ ଏନ୍ଟ୍ରୋପ୍ରେନୁ୍ୟଅରସିପ୍ ପାର୍କ ମଧ୍ୟମରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏଆଇସି –ସୋଆ ଫାଉଣ୍ଡେସନ୍ର ନିଦେ୍ର୍ଦଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଆଇଟି-ଭୁବନେଶ୍ୱରର ରିସର୍ଚ୍ଚ ଆଣ୍ଡ ଏନ୍ଟ୍ରୋପ୍ରେନୁ୍ୟଅରସିପ୍ ପାର୍କର ସିଇଓ ପ୍ରଫେସର ଶୁଭଙ୍କର ପତି ଏହି ବୁଝାମଣାରେ ସ୍ୱାକ୍ଷର କରିଥିଲେ ।

କାର୍ଯ୍ୟକ୍ରମକୁ ଆଇଏଏସ୍ର ପ୍ରଫେସର ପି.କେ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ଆଡିସ୍ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନ

Next Post

ବାଲିଅନ୍ତାଠାରେ ବିଜେଡି ପାଳିଲା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଦିବସ

Next Post
ବାଲିଅନ୍ତାଠାରେ ବିଜେଡି ପାଳିଲା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଦିବସ

ବାଲିଅନ୍ତାଠାରେ ବିଜେଡି ପାଳିଲା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଦିବସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA