Tuesday, June 30, 2026 07:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ମିଶନ ଶକ୍ତି’ ପାଇଁ ହାତ ଖୋଲିଦେଲେ

ରାଜ୍ୟ କ୍ୟାବିନେଟ୍ ରେ ୩୨ ଟି ପ୍ରସ୍ତାବ ମଞ୍ଜୁର

by Our Correspondent
18 May, 2022- 11:12 PM
in Latest News, News
1 min read
0
‘ମିଶନ ଶକ୍ତି’ ପାଇଁ ହାତ ଖୋଲିଦେଲେ

ଭୁବନେଶ୍ୱର: ମିଶନ ଶକ୍ତି ଜରିଆରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ତଥା ଅଭିବୃଦ୍ଧିକୁ ଅଧିକରୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ‘ମିଶନ ଶକ୍ତି’ ଯୋଜନା ପାଇଁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪୯୭୩.୩୯ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨-୨୩ ଆର୍ଥିକ ବର୍ଷଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ବଜେଟ୍ ରେ ଏହି ଅର୍ଥ ବ୍ୟବସ୍ଥାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଏଥିସହ ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କ୍ୟାବିନେଟ୍ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଗୁଡ଼ିକ ହେଲା-

– ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା

– ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା

– ସ୍ୱୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି କରିବା ପାଇଁ ୫୦୦ ଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ

– ୩୫ ରୁ ୪୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ

– ପ୍ରତ୍ୟେକ ଜିଲ୍ଲା, ବ୍ଲକ୍, ପଞ୍ଚାୟତ ଏବଂ ସହରୀ ୱାର୍ଡରେ ମିଶନ୍ ଶକ୍ତି ଗୃହ ବା ଭବନ ନିର୍ମାଣ

– ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମିଶାଇ ୩୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ଯୋଜନା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଅନୁଯାୟୀ, ବିସ୍ଥାପିତ ହେଉଥିବା ମଠଗୁଡ଼ିକର ଥଇଥାନ ନିମନ୍ତେ ଉଦ୍ଦିଷ୍ଟ ୧ ଏକର ୩୨୦ ଡିସିମିଲି ସରକାରୀ ଜମିକୁ ବିନା ଦେୟରେ ପ୍ରଦାନ କରାଯିବ । ଏଥିସହିତ ଉକ୍ତ ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ୧୩ ମଠମାନଙ୍କର ନାମରେ ପଞ୍ଜୀକରଣ କରିବା ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି’ କୁ ମଧ୍ୟ ଛାଡ଼ କରାଯାଇଛି ।

‘ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍’ ନାମକ ଏକ ନୂତନ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଇଡ଼କୋ ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଅଧୀନରେ ୧ ଲକ୍ଷ ଏକର ଜମି ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ଏଥିପାଇଁ ୮୫୬ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।

ଟାଟା ପାୱାର କମ୍ପାନୀ ଲିମିଟେଡ଼କୁ ବାରଙ୍ଗ ତହସିଲ ଅନ୍ତର୍ଗତ କୋଇଲା ଭିତ୍ତିକ ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ଲିଜ୍ ରେ ଦିଆଯାଇଥିବା ୮୭୧.୪୨୭ ଏକର ଜମିକୁ ‘ଲ୍ୟାଣ୍ଡ ବ୍ୟାଙ୍କ’ କୁ ଆଣିବା ନିମନ୍ତେ ଇଡକୋର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଇଡକୋକୁ ୬୨,୮୩,୪୮,୫୧୭ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।

ଅନୁଗୋଳଠାରେ ମେଗା ଆଲୁମିନିୟମ ପାର୍କର ବିକାଶ ପାଇଁ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ।

ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ନିମନ୍ତେ କଟକସ୍ଥିତ ଡ୍ରିମସ୍ କୁ ଏକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଏକ ଆଇନ ପ୍ରଣୟନ କରିବା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ଏକ ନିଜସ୍ୱ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ୱବିଦ୍ୟାଳୟ ହେବ ଏବଂ ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ ।

ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଉଭୟ ଖରିଫ ଓ ରବି ଚାଷ ନିମନ୍ତେ ଜଳସେଚନର ବ୍ୟବସ୍ଥା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିପ ବୋରୱେଲ୍ ସ୍ଥାପନ କରାଯିବ । ଏହି ଯୋଜନା ରାଜ୍ୟର ୨୬ ଟି ଜିଲ୍ଲା ଅନ୍ତର୍ଗତ ୨୫୬ ଟି ବ୍ଲକ୍ ରେ କାର୍ଯ୍ୟକାରୀ କରାଯିବ ।

ରାଜ୍ୟରେ ଥିବା ଛୋଟ ଛୋଟ ନଦୀ ନାଳ ମାନଙ୍କରେ ୧୨୮୦ ଟି ଆଡ଼ିବନ୍ଧ ନିର୍ମାଣ କରି ଅସ୍ଥାୟୀ ବନ୍ଧ ଦ୍ୱାରା ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରାଯିବ ।

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ୍ତ ଜଳାଶୟ ସୃଷ୍ଟି ଲାଗି ଉଦ୍ଦିଷ୍ଟ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ପାଣ୍ଡରା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଲାଗି ୧୨୮ କୋଟି ୭ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର କୋପଶିଙ୍ଗା ଓ କୁଡ଼ାବାଗା ଗ୍ରାମ ନିକଟରେ ଦୁଇଟି ଆନିକଟ ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ବରଗଡ଼ ମୁଖ୍ୟ କେନାଲର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ୧୬୦ କୋଟି ୩୩ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୨୪ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ।

ପୂର୍ବତନ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗରୁ ନେଇଥିବା ଶିକ୍ଷା ଋଣର ସୁଧହାରରେ ପରିବର୍ତ୍ତନ କରାଯାଇଛି । ନିଯୁକ୍ତି କିମ୍ବା ନିଯୁକ୍ତି ପାଇ ନ ଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦% ସୁଧ ଧାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

ରାଜ୍ୟର ୨୪ ଟି ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହାଦ୍ୱାରା ୪୭ ଜଣ ଶିକ୍ଷକ ଉପକୃତ ହେବେ ।

Previous Post

ପ୍ରତିଷ୍ଠା ହେଲା ମା’ ଙ୍କ ନୂତନ ଭବ୍ୟ ମନ୍ଦିର

Next Post

ବର୍ଷକରେ କଟକ ଚଣ୍ଡୀ ମନ୍ଦିରର ନବକଳେବର, ଖର୍ଚ୍ଚ ହେବ ୭୦ କୋଟି

Next Post
ବର୍ଷକରେ କଟକ ଚଣ୍ଡୀ ମନ୍ଦିରର ନବକଳେବର, ଖର୍ଚ୍ଚ ହେବ ୭୦ କୋଟି

ବର୍ଷକରେ କଟକ ଚଣ୍ଡୀ ମନ୍ଦିରର ନବକଳେବର, ଖର୍ଚ୍ଚ ହେବ ୭୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA