Monday, May 12, 2025 11:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟ ବିଜେପି ହାଲଚାଲ: କିଛି ତ ହଉନି!!

by Our Correspondent
21 Apr, 2025- 07:09 PM
in Latest News, News, Politics
1 min read
0
ରାଜ୍ୟ ବିଜେପି ହାଲଚାଲ: କିଛି ତ ହଉନି!!

ଭୁୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ସରକାରକୁ ଆସିଛି ବିଜେପି । ଦଳ ଶାସନ ଗାଦିରେ ବସିବା ୟା ଭିତରେ ୧୦ ମାସ ପୂରିଯାଇଛି । ଗୋଟିଏ ସରକାରୀ ଦଳ ତା’ର ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା । ମାତ୍ର ଓଡ଼ିଶା ବିଜେପି କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ୪/୫ ମାସ ହେଲା ହବ ହବ ବୋଲି ନୂଆ ସଭାପତି ନିଯୁକ୍ତି ହୋଇପାରୁନାହାନ୍ତି । ଦଳ ବହୁଧା ଗୋଷ୍ଠୀରେ ବିଭକ୍ତ ହୋଇଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଛନ୍ତି । ନିଜର ପତିଆରା ରଖିବାକୁ ବଡ଼ ନେତାଙ୍କ ଭିତରେ ପ୍ରବଳ ଟଣା ଓଟରା ଚାଲିଛି । ଏହା ସଂଗଠନକୁ ସ୍ଥାଣୁ ଅବସ୍ଥାକୁ ନେଇ ଆସିଲାଣି । ଏହି ସ୍ଥାଣୁତା ସରକାରରେ ମଧ୍ୟ ପ୍ରତିଫଳିତ ହେଉଛି । ଖାଲିଥିବା ୬ ମନ୍ତ୍ରୀ ପଦ ପୂରଣ ହୋଇପାରୁନାହିଁ । ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ହୋଇପାରୁନାହିଁ । ମୋହନ ସରକାରଙ୍କ କାର୍ଯ୍ୟକଳାପ ବ୍ୟାପକ ବିଜ୍ଞାପନରେ ସୀମିତ ରହିଯାଇଛି । ରାଜ୍ୟରେ ଏକ କ୍ରିୟାଶୀଳ ସରକାର ଚାଲିଛି ବୋଲି ଜନସାଧାରଣଙ୍କର କାହିଁ ଅନୁଭବ ହେଉନି । ବରଂ ବିଭିନ୍ନ ସ୍ତରରେ ଦୁର୍ନୀତି ଅଧିକ ମାଡ଼ିଗଲାଣି ବୋଲି ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିଲେ ମଧ୍ୟ ସରକାରରେ ତାହାର ପ୍ରତିଫଳନ ଦେଖିବାକୁ ମିଳୁନି । ଯାହାକୁ ପଚାରିଲେ ସମସ୍ତଙ୍କର ସେଇ ଗୋଟିଏ ଉତ୍ତର- କିଛି ତ ହଉନି!!

ଆଶଙ୍କାରେ ମନମୋହନ ଗୋଷ୍ଠୀ, ସଂଗଠନ ନିଷ୍କ୍ରିୟ

ନୂଆ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ଜାନୁଆରୀ ପ୍ରଥମ ସପ୍ତାହରୁ ଗଡ଼ି ଏପ୍ରିଲ୍ ଶେଷ ସପ୍ତାହ ହେଲାଣି । ହେଲେ ଘୋଷଣା ହୋଇପାରିଲାନି । ଏଥିପାଇଁ ସବୁଠାରୁ ବେଶୀ ଚିନ୍ତା ଓ ଆଶଙ୍କା ଘାରିଛି ମନମୋହନ ସାମଲଙ୍କ ଗୋଷ୍ଠୀକୁ । କାରଣ ରାଜ୍ୟରେ ମନମୋହନଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ି କ୍ଷମତାକୁ ଆସିଥିବାରୁ ତାଙ୍କ ସଭାପତି ପଦ ଅପରିବର୍ତ୍ତିତ ରହିବ ବୋଲି ଏହି ଗୋଷ୍ଠୀ ନିଶ୍ଚିତ ଥିଲେ । ମାତ୍ର ଘୋଷଣା ବିଳମ୍ବ ହେବା ଅର୍ଥ ସେଥିରେ କେଁ ରହିଥିବା ସ୍ପଷ୍ଟ ହୋଇସାରିଛି । କୁଆଡ଼େ ଦଳର ଆଉ ଗୋଟିଏ ଦୁଇଟି ଗୋଷ୍ଠୀ ମନମୋହନଙ୍କୁ ବିରୋଧ କରୁଛନ୍ତି । ହାଇକମାଣ୍ଡ ଏମାନଙ୍କୁ ଅସନ୍ତୁଷ୍ଟ କଲେ ତାହା ଦଳ ପାଇଁ ଘାତକ ହୋଇପାରେ । ସେହିଭଳି ମନମୋହନଙ୍କୁ ଅସନ୍ତୁଷ୍ଟ କଲେ ତାହା ମଧ୍ୟ ଦଳ ପାଇଁ ଘାତକ ହୋଇପାରେ । ତେଣୁକରି ସହମତି ଭିତ୍ତିରେ ସଭାପତି ଚୟନ ଏକମାତ୍ର ରାସ୍ତା । ମାତ୍ର ଏ ପର୍ଯ୍ୟନ୍ତ ହାଇକମାଣ୍ଡ ସେଥିରେ ସଫଳ ହୋଇପାରିନାହାନ୍ତି । ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାଁ ଘୋଷଣା ପରେ ଯାଇ ଓଡ଼ିଶା ପାଳି ପଡ଼ିବ ବୋଲି କୁହାଯାଉଛି । ଯାହା ମନମୋହନ ସାମଲଙ୍କ ଗୋଷ୍ଠୀର ଆଶଙ୍କା ଦ୍ୱିଗୁଣିତ କରିଦେଇଛି । ମନ ସେମାନଙ୍କର ଆଦୌ ଭଲ ନାହିଁ । ଏହି କାରଣରୁ ରାଜ୍ୟ ସଂଗଠନ ନିଷ୍କ୍ରିୟ ଅବସ୍ଥାକୁ ଚାଲି ଆସିଛି ।

ବୈଜୟନ୍ତ ଓଡ଼ିଶା ମୁହାଁ, ଧର୍ମେନ୍ଦ୍ରଙ୍କୁ ଚେକ୍ ଉଦ୍ୟମ!

ଦିଲ୍ଲୀ ବିଜେପି ମହଲରେ ବୈଜୟନ୍ତ ପଣ୍ଡାଙ୍କର ବହୁତ କାଟତି । ତାଙ୍କ ଗୋଟିଚାଳନା ଯୋଗୁଁ ଦିଲ୍ଲୀ ନିର୍ବାଚନରେ ଆପ୍ ଧରାଶାୟୀ ହେଲା ବୋଲି ସମର୍ଥକମାନେ ଧୂମ୍ ପ୍ରଚାର କରୁଛନ୍ତି । ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ବୈଜୟନ୍ତ ଇତିମଧ୍ୟରେ ରାଜ୍ୟ ରାଜନୀତି ଆଡକୁ ଢ଼ଳୁଥିବା କୁହାଯାଉଛି । ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଜଣାପଡ଼ି ନ ଥିଲେ ମଧ୍ୟ ତାଙ୍କ ଟିଭି ସଂସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିରା ପ୍ରଶିରା ଭେଦ କରିବାକୁ ଜାଲ ବିଛାଇବା ଭିନ୍ନ ସମୀକରଣର ସଙ୍କେତ ଦେଉଛି । ଖାସ୍ କରି ନିଜ ନିର୍ବାଚନମଣ୍ଡଳୀରେ ଧର୍ମେନ୍ଦ୍ରଙ୍କ ଗତିବିଧିକୁ କଡ଼ା ନଜରରେ ରଖିଛି ପଣ୍ଡା ଟିଭି । ଧର୍ମେନ୍ଦ୍ରଙ୍କୁ ଓଡ଼ିଶାରେ ଚେକ୍ ଦେବା ଏବଂ ତାଙ୍କ ଆଧିପତ୍ୟ ଛାରଖାର କରିବାକୁ ଷଡ଼ଯନ୍ତ୍ରକାରୀ ଗୋଷ୍ଠୀ ଭିତରେ ଯେଉଁ କିଛି ନେତାଙ୍କ ନାଁ ଚର୍ଚ୍ଚା ହେଉଛି ସେଥିରେ ସର୍ବାଗ୍ରେ ଅଛନ୍ତି ବୈଜୟନ୍ତ । ଓଡ଼ିଶାର ଶାସନ ଡୋରିକୁ ଆଖିରେ ରଖି ଏ ସବୁ ଖେଳ ବୋଲି ଚର୍ଚ୍ଚା ହେଉଛି ।

ଚୁପ୍ ପଡ଼ିଗଲେ ଅପରାଜିତା

ପ୍ରଥମ ପାଳି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଲୋକେ ଦେଖିଥିଲେ । କାହାରିକୁ ଖାତିର ନ ଥିଲା । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ପ୍ରଶ୍ନବାଣରେ ତ ଘେରୁଥିଲେ, ନିଜ ଦଳରେ ବି କାହାରିକୁ ଖାତିର ନ ଥିଲା । ଦଳୀୟ ଶୃଙ୍ଖଳାକୁ ତାଙ୍କର ପରବାୟ ନ ଥିଲା । ସମାନ୍ତରାଳ ସଂଗଠନରେ ବିଶ୍ୱାସ ରଖୁଥିଲେ । ବିଜେପି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିଜକୁ ଗଢ଼ିଥିଲେ । ମାତ୍ର ଦ୍ୱିତୀୟ ପାଳିରେ ତାଙ୍କର ସେ ଫଁ ଆଉ ନାହିଁ । ବିଜେପିର ଓଡ଼ିଆ ଅସ୍ମିତା ଆଇନାରେ ତାଙ୍କ ମୁହଁ ଦିଶୁନି । ଆଜିକାଲି ତାଙ୍କୁ ଖୋଜି ପାଇବା କଷ୍ଟକର ହୋଇପଡ଼ିଛି । ଭୁବନେଶ୍ୱରରେ କାଁ ଭାଁ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି । ବଡ଼ ବଡ଼ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ମଧ୍ୟ ତାଙ୍କର ନାଁ ରହୁନାହିଁ । ସେଥିପାଇଁ ତାଙ୍କର ପ୍ରତିବାଦ ବି ନାହିଁ । ଲୋକସଭାରେ ମଧ୍ୟ ତାଙ୍କର ପ୍ରଭାବୀ ଭାଷଣ ଶୁଣିବାକୁ ମିଳୁନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୱକଫ୍ ବିଲ୍ ଭୋଟ ବେଳେ ସେ ଅନୁପସ୍ଥିତ ରହିଲେ । ମୋଟାମୋଟି କହିଲେ, ଅପରାଜିତା ମ୍ୟାଡାମ୍ ଙ୍କୁ ନିର୍ବାଚନମଣ୍ଡଳୀ ଲୋକ ଖୋଜି ପାଉ ନ ଥିଲା ବେଳେ ଦଳୀୟ ଫୋରମ୍ ରେ ମଧ୍ୟ ଦେଖିବାକୁ ମିଳୁନି । ଏହାକୁ ନେଇ ରୋଚକ ଚର୍ଚ୍ଚା ହେଉଛି ।

ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁ ବନ୍ଦ

ସାଧାରଣ ନିର୍ବାଚନ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କର ମିଡିଆ କ୍ରେଜ୍ ଥିଲା । କ୍ୟାମେରା ଆଗରେ ତାଙ୍କ ତୁଣ୍ଡ ଧରିବାକୁ ସାମ୍ବାଦିକଙ୍କର ଭିଡ଼ ହେଉଥିଲା । ତାଙ୍କର ପଦିଏ ପଦିଏ କଥା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିଲା । ରାଜ୍ୟରେ ବିଜେପି ସରକାରକୁ ଆସିଲେ ଏସା କରିଦେବୁ ତେସା କରିଦେବୁ ବୋଲି ହୁରି ପକାଉଥିଲେ । ଲୋକଙ୍କର ତାଙ୍କ ପ୍ରତି ସମର୍ଥନ ମଧ୍ୟ ବଢ଼ିଥିଲା । ବ୍ରହ୍ମପୁରରୁ ଏମପି ହେଲେ । ଗଞ୍ଜାମର ୧୩ଟି ବିଧାନସଭା ଆସନରୁ ୧୨ଟି ବିଜେପି ପାଖକୁ ଆସିଲା । ତାଙ୍କ ନେତୃତ୍ୱରେ ଗଞ୍ଜାମରେ ବିଜେପିକୁ ସଫଳତା ମିଳିବା ପରେ ତାଙ୍କୁ ଦକ୍ଷିଣ ଓଡ଼ିଶାର ଚେହେରା ଭାବେ ଅନେକ ବିବେଚନା କରୁଥିଲେ । ମାତ୍ର ସବୁ ଫୁସ୍ ହୋଇଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କର ଅବସ୍ଥିତି ଆଉ ଅନୁଭବ କରିହେଉନି । ମିଡିଆରେ ପାଟି ଖୋଲିବାର ସାହାସ ମଧ୍ୟ ସେ ହରାଇ ଦେଇଛନ୍ତି ।

 

Previous Post

ସମ୍ବଲପୁରରେ ଅଭିଯୋଗ ଶୁଣାଣି କଲେ ମୁଖ୍ୟମନ୍ତ୍ରୀ

Next Post

କ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ ଏମଓୟୁ

Next Post
କ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ ଏମଓୟୁ

କ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ ଏମଓୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA