Saturday, November 15, 2025 09:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମ୍ ହସ୍ପିଟାଲ କ୍ୟାମ୍ପସ – ୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ଫେନ୍ ଉଦଯାପିତ

by Our Correspondent
30 Oct, 2025- 06:34 PM
in Latest News, News
1 min read
0
ସମ୍ ହସ୍ପିଟାଲ କ୍ୟାମ୍ପସ – ୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ଫେନ୍ ଉଦଯାପିତ

ଭୁବନେଶ୍ୱର: ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଫୁଲନଖରାରେ ଦୀର୍ଘ ଏକ ମାସ ଧରି ଜାରି ରହିଥିବା ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ବୁଧବାର ଉଦଯାପିତ ହୋଇଯାଇଛି । ହସ୍ପିଟାଲ୍ର ସର୍ଜିକାଲ୍ ଅଙ୍କୋଲୋଜି, କମୁ୍ୟନିଟି ମେଡିସିନ୍, ଏଣ୍ଡୋକ୍ରାଇନ୍ ସର୍ଜରୀ ବିଭାଗ ଏବଂ ଆସୋସିଏସନ୍ ଅଫ୍ ବ୍ରେଷ୍ଟ୍ ସର୍ଜନସ୍ ଅଫ୍ ଇଣ୍ଡିଆ (ଏବିଏସ୍ଆଇ)ର ମିଳିତ ଆନୁକୂଲ୍ୟରେ ଏହି ପିଙ୍କ୍ ଅକ୍ଟୋବର କ୍ୟାମ୍ପେନ୍ର ଆୟୋଜନ କରାଯାଇଥିଲା ।

ଉଦ୍ୟାପନୀ କାର୍ଯ୍ୟକ୍ରମରେ ଚଳିତ ବର୍ଷର ପ୍ରସଙ୍ଗ ‘ଏଭ୍ରି ଷ୍ଟୋରୀ ଇଜ୍ ୟୁନିକ୍ ଆଣ୍ଡ ଏଭ୍ରି ଜର୍ନି ମ୍ୟାଟର୍ସ’ ଉପରେ ଆଲୋକପାତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଯୋଗ ଦେଇ କହିଥିଲେ ଯେ ବର୍ତମାନ ସମୟରେ ସ୍ତନ କର୍କଟ ରୋଗ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି । ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କର୍କଟ ସମସ୍ୟା ମଧ୍ୟରେ ଏହାର ସ୍ଥାନ ଦ୍ୱିତୀୟ । ଏହା ଏକ ମାରାତ୍ମକ ରୋଗ ହୋଇଥିବାବେଳେ ଏଥିରେ ମୃତୁ୍ୟହାରର ସଂଖ୍ୟା ମଧ୍ୟ ଅଧିକ ।

ଏକ ମାସ ବ୍ୟାପି ଚାଲିଥିବା ଏହି କ୍ୟାମ୍ପେନ୍ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପରିସରରେ ବିଭିନ୍ନ ପ୍ରକାର ସଚେନତନତା ମୂଳକ କାର୍ଯ୍ୟକ୍ରମ ସହିତ ଏହାର ଆଖପାଖ ଅଂଚଳର ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ କିଭଳି ଏହି

ବ୍ୟାଧିକୁ ନେଇ ଭୟଭୀତ ନ ହୋଇ ଏହାର ଲକ୍ଷଣ ବିଷୟରେ ଜାଣିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ସହ ପ୍ରାରମ୍ଭିକ ଅବସ୍ଥାରୁ ଚିକିତ୍ସା ଆରମ୍ଭ କରିବେ ସେ ସମ୍ପର୍କରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ ।

ଏହି ଅବସରରେ ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସ୍ତନ କର୍କଟର ଲକ୍ଷଣ, ଚିକିତ୍ସା ଓ ଲୋକମାନଙ୍କ ମନରେ ଥିବା ଭୟାବହତାକୁ କିଭଳି ଦୂର କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।

ଏହି ଅବସରରେ ହସ୍ପିଟାଲ୍ର ଆଡିସ୍ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ରାଜେଶ କୁମାର ସେଟ୍ଟୀ, ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପଦ୍ମାଳୟା ଦେବୀ, ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଜିତା ପରିଜା ମଧ୍ୟ ବକ୍ତବ୍ୟ ପ୍ରଦାନ ରଖିଥିଲେ ।
କାର୍ଯ୍ୟକ୍ରମରେ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସ୍ତନ କର୍କଟ ସଚେତନତା ଏବଂ ସମାଜରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନିତ୍ୱ କରିବା ସହ କର୍କଟ ବିରୋଧରେ ଲଢେଇ କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବା ନିମନ୍ତେ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ ଡାକ୍ତରମାନଙ୍କ ଦ୍ୱାରା ଏକ ସଚେତନତାମୂଳକ ୱାକାଥନ ମଧ୍ୟ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ବିଷୟରେ ସର୍ଜିକାଲ୍ ଅଙ୍କୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଗାରିମା ସରାଓଗି ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରତୀକ୍ ଗୌତମ ଏକ ଅନ୍ଲାଇନ୍ କୁଇଜ୍ ପରିଚାଳନା କରିଥିଲେ । ଶେଷରେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ତୁଷାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

“୧୯୫୦” ଭୋଟର ହେଲ୍ପଲାଇନ୍ ଏବଂ ‘ବୁକ୍-ଏ-କଲ୍ ୱିଥ ବି.ଏଲ.ଓ’ ସେବାର ସୁଯୋଗ ନିଅନ୍ତୁ

Next Post

‘ଐତିହ୍ୟ ଏବଂ ଆଶାର ଯାତ୍ରା’ ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର

Next Post
‘ଐତିହ୍ୟ ଏବଂ ଆଶାର ଯାତ୍ରା’ ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର

'ଐତିହ୍ୟ ଏବଂ ଆଶାର ଯାତ୍ରା' ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA