Friday, June 5, 2026 05:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ

by Our Correspondent
12 May, 2025- 11:35 PM
in Latest News, News
1 min read
0
ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ
Spread the love

ଭୁବନେଶ୍ୱର: ଛଅ ବର୍ଷର ଶିଶୁପୁତ୍ରଟିର ଇଚ୍ଛା ଥିଲା ସେ ଗୋଟିଏ ପୁରସ୍କାର ପାଇବ। ମା’ବି ତାକୁ ଆଶ୍ୱାସନା ଦେଇଥିଲେ ଯେ ସେ ଏଭଳି ପୁରସ୍କାର ପାଇବ ଯାହା କେହି ବି ପାଇ ନଥିବେ। ଶିଶୁଟି ଜୀବିତ ଅବସ୍ଥାରେ ପୁରସ୍କାର ପାଇପାରିଲା ନାହିଁ ସତ ତେବେ ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି।
ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା। ମାତ୍ର ଶିଶୁଟି ବ୍ରେନ୍ ଡେଡ ଘୋଷିତ ହେବା ପରେ ତାର ପିତା-ମାତା ତାର ଅଙ୍ଗଦାନ କରିବା ନିମନ୍ତେ ମନସ୍ଥ କରିଥିଲେ। ଶିଶୁଟିର ଦୁଇ କିଡ଼ନୀ ଆଉ ଦୁଇଟି ରୋଗୀଙ୍କର ଜୀବନ ବଂଚାଇବାରେ ସାହାଯ୍ୟ କରିଛି।
ଅଂଗଦାନ ଭଳି ମହତ କାର୍ଯ୍ୟରେ ଅଗ୍ରଣୀ ସମ୍ ଅଲ୍ଟିମେଟ ମେଡିକେୟାର ହସ୍ପିଟାଲ୍‌ରେ ଏହି ଶିଶୁଟିର ଦୁଇଟି ବୃକକକୁ ବାହାର କରାଯାଇ ଭୁବନେଶ୍ୱର ଏମ୍ସ ଏବଂ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ପଠାଯାଇଛି।
ଗତ ୬ ତାରିଖ ଦିନ ଶିଶୁଟିର ମୁଣ୍ଡ ଉପରେ ୩ କ୍ୱିଂଟାଲ୍ ଓଜନର ଏକ ଗେଟ ପଡ଼ିଯିବା ପରେ ଶିଶୁର ବାପା-ମା ପ୍ରଥମେ ବାଲେଶ୍ୱର ହସ୍ପିଟାଲ ଏବଂ ପରବର୍ତୀ ସମୟରେ ସମ୍ ଅଲ୍ଟମେଟ ମେଡିକେୟାରରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ। ତେବେ ଅନେକ ଚିକିତ୍ସା ଓ ଚେଷ୍ଟା ସତ୍ୱେ ଶିଶୁଟିକୁ ବଂଚା ଯାଇପାରି ନଥିଲା। ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଯାହାକୁ କି ସିଭିୟର ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରି ବୋଲି କୁହାଯାଏ ବୋଲି ଚିକିତ୍ସା କରୁଥିବା ଡାକ୍ତର ତଥା ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଆଲୋକ କୁମାର ପାଣିଗ୍ରାହୀ କହିଥିଲେ।
ଅନେକ ପ୍ରଚେଷ୍ଟା ସତ୍ୱେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ତେଣୁ ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୋମନାଥ ଜେନା ଏବଂ ଡାକ୍ତର ପାଣିଗ୍ରାହୀ ତା’ର ଦୁଇ ଥର ଆପ୍‌ନିଆ ଟେଷ୍ଟ କରାଇବା ପରେ ଶିଶୁଟିକୁ ବ୍ରେନ୍ ଡେଡ ଘୋଷଣା କରାଯାଇଥିଲା ।
ନିଜ କୁନି ପୁଅର ମୃତ୍ୟୁ ପରେ ଅନ୍ୟ କାହାର ଜୀବନ ବଂଚାଇବା ସହ ଆଉ କେଉଁ ପିତା-ମାତାଙ୍କ ଜୀବନରେ ଖୁସି ଆଣିବାର ମହତ୍ ଉଦ୍ଦେଶ୍ୟ ନେଇ ଶିଶୁଟିର ବାପା-ମା ଅଂଗଦାନ କରିବା ପାଇଁ ନିଷ୍ପତି ନେଇ ହସ୍ପିଟାଲ୍‌ର କର୍ତୃପକ୍ଷଙ୍କୁ ଜଣାଇଥିଲେ।
ସମ୍ମମ୍ ପକ୍ଷରୁ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ଅବଗତ କରାଯାଇ ଅଂଗଦାନ ଓ ପ୍ରତ୍ୟାରୋପଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା।
ଏହାକୁ ମିଶାଇ ମାତ୍ର ଦୁଇ ବର୍ଷ ସମୟସୀମା ମଧ୍ୟରେ ସମ୍ମମ ପକ୍ଷରୁ ଚତୁର୍ଥ ଥର ପାଇଁ ଅଂଗଦାନ କରାଯାଇଥିବା ବେଳେ ସମୁଦାୟ ୧୩ଟି ଅଂଗ ପ୍ରତ୍ୟାରୋପଣ ପାଇଁ ବିଭିନ୍ନ ହସ୍ପିଟାଲ୍‌କୁ ପଠାଯାଇଛି। ଆଗକୁ ମଧ୍ୟ ଏହି ମହତ୍ କାର୍ଯ୍ୟ ହସ୍ପିଟାଲ ପକ୍ଷରୁ ଜାରି ରହିବ ବୋଲି ଏହାର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି ଯେ ସମ୍ମମ୍ ପକ୍ଷରୁ ଅଂଗଦାନ ଭଳି ମହତ କାର୍ଯ୍ୟକୁ ଅଧିକ ଲୋକାଦୃତ କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ହସ୍ପିଟାଲ ପକ୍ଷରୁ ଜାରି ରହିବ ବୋଲି କହିଛନ୍ତି।

Previous Post

ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ

Next Post

ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ

Next Post
ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ

ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରାଯିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA