ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି ।
ସେହିପରି “ବେଷ୍ଟ ସିଇଓ ଆଣ୍ଡ ଆଡମିନିଷ୍ଟ୍ରେଟର ଅଫ ଦି ଇଅର’ ଭାବେ ସମମ୍ର ଚିଫ ଏକଜ୍ୟୁଟିଭ୍ ଅଫିସର ଡ. ଶ୍ୱେତପଦ୍ମା ଦାଶ ସମ୍ମାନିତ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ସମୟରେ ଶହ ଶହ ରୋଗୀଙ୍କୁ ଉନ୍ନତ ମାନର ଓ ଉତମ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ କୋଭିଡ ହସ୍ପିଟାଲକୁ “ବେଷ୍ଟ କୋଭିଡ ହସ୍ପିଟାଲ ଅଫ ଦି ଇଅର’ ଭାବେ ପୁରସ୍କୃତ କରାଯାଇଛି ।








