Friday, May 15, 2026 04:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୟନଶିଳ୍ପ ସମ୍ମିଳନୀ ‘ଟେକ୍ସନୋଭା ଓଡ଼ିଶା’ ଉଦଘାଟିତ

by Our Correspondent
27 Dec, 2025- 07:36 PM
in Latest News, News
1 min read
0
ବୟନଶିଳ୍ପ ସମ୍ମିଳନୀ ‘ଟେକ୍ସନୋଭା ଓଡ଼ିଶା’ ଉଦଘାଟିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଶିଳ୍ପ ଓ ବାଣିଜ୍ୟ ସଂଗଠନ ‘ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ’ (ୟୁସିସିଆଇଏଲ୍) ସହଯୋଗରେ ଭୁବନେଶ୍ୱର ଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ତଥା ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ମାରୁତି ମିଡିଆ’ ପକ୍ଷରୁ ଭୁବନେଶ୍ୱରର ୟୁନିଟ ୪ ସ୍ଥିତ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟସ୍ତରୀୟ ବୟନ ଶିଳ୍ପୋଦ୍ୟୋଗ ସମ୍ମିଳନୀ ‘ଟେକ୍ସନୋଭା ଓଡ଼ିଶା’ ।

ୟୁସିସିଆଇଏଲର ପୂର୍ବତନ ସଭାପତି ଡକ୍ଟର ବ୍ରହ୍ମା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତ୍ରିପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡକ୍ଟର ସଞ୍ଜୟ ପଣ୍ଡା ମୁଖ୍ୟ ଅତିଥି ଏବଂ ହରିଆନାର ଟେକନୋଲୋଜିକାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ସଟାଇଲ୍ସର ନିର୍ଦ୍ଦେଶକ ଡକ୍ଟର ବି କେ ବେହେରା ମୁଖ୍ୟବକ୍ତା  ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ବୟନ ଶିଳ୍ପ ବିଶେଷଜ୍ଞ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ , ଏବଂ ୟୁସିସିଆଇଏଲ କୋଷାଧ୍ୟକ୍ଷ ନାରାୟଣ କୁମାର। ଆୟୋଜକ ମାରୁତି ମିଡିଆର ନିର୍ଦ୍ଦେଶକ ତଥା ଟେକ୍ସନୋଭା ଓଡ଼ିଶାର ଆବାହକ ମନୋଜ ପୃଷ୍ଟି ପ୍ରାରମ୍ଭିକ ଅଭିଭାଷଣ ଦେଇ ଦୁଇଦିନିଆ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସୁଶ୍ରୀ ଶ୍ରୀମୟା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରଥମ ଟେକ୍ନୋଟେକ୍ସଟାଇଲ ଉଦ୍ୟୋଗ ସେଡ୍ରାଫିଲ୍ ର ଇ-କମର୍ସ ପ୍ଲାଟଫର୍ମ ଉନ୍ମୋଚିତ ହୋଇଥିଲା । ସେଡ୍ରାଫିଲର ପ୍ରତିଷ୍ଠାତା ମୁକେଶ ନାୟକ ଏହି ଅବସରରେ ନିଜର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ୟୁସିସିଆଇଏଲ ଉପସଭାପତି ମୂରଲୀ ଜାମୁଲା ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ, ସମ୍ମିଳନୀ ଅବସରରେ ପାରମ୍ପରିକ ହସ୍ତତନ୍ତ କ୍ଷେତ୍ର ଓ ଆଧୁନିକ ବୟନ ଉଦ୍ୟୋଗର ବିଭିନ୍ନ ଦିଗ ସମ୍ପର୍କରେ ଚାରିଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେଉଛି । ଆଜି ପ୍ରଥମ ଅଧିବେଶନରେ ହସ୍ତତନ୍ତ ଓ ହସ୍ତତନ୍ତ ପର୍ଯ୍ୟଟନ, ଏବଂ ଅପରାହ୍ଣର ଦ୍ୱିତୀୟ ଅଧିବେଶନରେ ଟେକ୍ନୋ ଟେକ୍ସଟାଇଲ ଉପରେ ଆଲୋଚନା କରାଯାଇଥିଲା।ସେହିଭଳି ଆସନ୍ତା କାଲି ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ କଞ୍ଚାମାଲ୍ ଓ ସୂତାକଳ, ଏବଂ ଅପରାହ୍ଣ ତଥା ଶେଷ ଅଧିବେଶନରେ ବୟନ ଉଦ୍ୟୋଗ ବସ୍ତ୍ର (ଆପାରେଲ୍) ସମ୍ପର୍କରେ ଆଲୋଚନା କରାଯିବ ।

ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ପରିସରରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି । ଏଥିରେ ହସ୍ତତନ୍ତ କପଡ଼ା ଓ ବସ୍ତ୍ର, ବୟନ ଉଦ୍ୟୋଗ ବସ୍ତ୍ର, ହସ୍ତତନ୍ତ ଓ ବୟନ ଉଦ୍ୟୋଗରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତିର ପ୍ରଦର୍ଶନ କରାଯାଇଛି। ବୟନ ଉଦ୍ୟୋଗ ସମ୍ପର୍କରେ ଗବେଷଣା କରୁଥିବା ଆଇଆଇଟି ଦିଲ୍ଲୀ, ବିଟିଆରଏ, ଏସ୍ଆଇଟିଆରଏ ଭଳି ଜାତୀୟସ୍ତରର ଖ୍ୟାତନାମା ଅନୁଷ୍ଠାନ ପକ୍ଷରୁ ବୟନ ଉଦ୍ୟୋଗର ଆଧୁନିକ ବୈଷୟିକ ଜ୍ଞାନକୌଶଳ ସଂପର୍କିତ ପ୍ରଦର୍ଶନୀ ଷ୍ଟଲ ଦିଆଯିବା ସହିତ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଯୋଗାଇ ଦିଆଯାଉଛି । ଏହା ସହିତ ଭାରତ ସରକାରଙ୍କ ବୁଣାକାର ସେବା କେନ୍ଦ୍ର ପକ୍ଷରୁ ହସ୍ତତନ୍ତ ଓ ବୟନ ଉଦ୍ୟୋଗ ସଂପର୍କିତ ଏକ ଆକର୍ଷଣୀୟ ଥିମ୍ ପାଭିଲିୟନ ମଧ୍ୟ ରହିଛି ।

Previous Post

କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

Next Post

ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ

Next Post
ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ

ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA